ପ୍ରତିରକ୍ଷା ବଜେଟ୍‌ ୭. ୫% ବଢ଼ାଇ ୧୭୭. ୬୧ ବିଲିୟନ୍‌ ଡଲାର୍‌ କଲା ଚୀନ୍‌

Advertisment
୨୮ ବର୍ଷରେ ପ୍ରଥମ ଥର ଖସିଲା ଚୀନ୍ ଅର୍ଥନୀତି, ଜିଡିପି ବୃଦ୍ଧି ୬.୮ ପ୍ରତିଶତ କମିଗଲା

ବେଜିଙ୍ଗ୍‌: ଯୁକ୍ତରାଷ୍ଟ୍ର ଆମେରିକା ପରେ ବିଶ୍ୱର ଦ୍ୱିତୀୟ ବୃହତ୍‌ ସାମରିକ ବ୍ୟୟ କରୁଥିବା ଚୀନ୍‌ ଏ ବର୍ଷ ତା’ର ପ୍ରତିରକ୍ଷା ବାବଦ ବଜେଟ୍‌ ୭. ୫% (୧୭୭. ୬୧ ବିଲିୟନ୍‌ ଡଲାର୍‌) ବଢ଼ାଇଥିବା କଥା ମଙ୍ଗଳବାର ଦିନ ଘୋଷଣା କରିଛି। ଏହା ଭାରତୀୟ ସାମରିକ ବ୍ୟୟ ଅଟକଳର ତିନିଗୁଣ।

ଚୀନ୍‌ ପାର୍ଲାମେଣ୍ଟ୍‌ର ବାର୍ଷିକ ଅଧିବେଶନର ଆରମ୍ଭ ଦିନ ଉପସ୍ଥାପନ କରାଯିବାକୁ ଥିବା ଡ୍ରାଫ୍‌ଟ୍‌ ବଜେଟ୍‌ ଅନୁସାରେ, ୨୦୧୯ର ପ୍ରତିରକ୍ଷା ବଜେଟ୍‌ ୧. ୧୯ ଟ୍ରିଲିୟନ୍‌ ୟୁୟାନ୍‌ (ପ୍ରାୟ ୧୭୭. ୬୧ ବିଲିୟନ୍‌ ଡଲାର୍‌) ହେବ ବୋଲି ମଙ୍ଗଳବାର ଦିନ ନେସ୍‌ନାଲ୍‌ ପିପୋଲ୍‌ସ୍‌ କଂଗ୍ରେସ କହିଛି।

ଗତ ବର୍ଷର ପ୍ରତିରକ୍ଷା ବଜେଟ୍‌ ଥିଲା ୮.୧% ଅର୍ଥାତ୍‌ ୧୭୫ ବିଲିୟନ୍‌ ଆମେରିକୀୟ ଡଲାର୍‌।

ଏ ବର୍ଷର ବୃଦ୍ଧି ଯୋଗୁଁ ଚୀନ୍‌ ପ୍ରତିରକ୍ଷା ବଜେଟ୍‌ରେ ୨୦୦ ବିଲିୟନ୍‌ ଆମେରିକୀୟ ଡଲାର୍‌ ପାଖାପାଖି ହୋଇ ପ୍ରତିରକ୍ଷା ବାବଦରେ ଯୁକ୍ତରାଷ୍ଟ୍ର ଆମେରିକାର ନିକଟତର ହୋଇ ପାରିଛି।

ଅଳ୍ପ କିଛି ବର୍ଷ ହେବ ଚୀନ୍‌ ଏହାର ସାମରିକ ବ୍ୟବସ୍ଥାରେ ଗରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛି। ବିଦେଶରେ ପ୍ରଭାବ ବିସ୍ତାର ଲାଗି ନୌବାହିନୀ ଓ ବାୟୁସେନାକୁ ସଂପ୍ରସାରିତ କରିଛି। ପଦାତିକ ବାହିନୀ ପିପଲ୍‌ସ୍‌ ଲିବେରେସନ୍‌ ଆର୍ମିରୁ ସୈନ୍ୟ ସଂଖ୍ୟା ହ୍ରାସ କରିଛି। ହ୍ରାସ କରିବା ପରେ ବି ଏଥିରେ ସମ୍ପ୍ରତି ଦୁଇ ନିୟୁତ କର୍ମଚାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe