ଅନେକ ସ୍ଥାନରେ ବେଆଇନ ଭାବେ ନେପାଳର ଜାଗା ଅଧିକାର କରିଛି ଚୀନ୍‌: ଭାରତୀୟ ଗୁଇନ୍ଦା ଏଜେନ୍ସି

ପୂର୍ବ ଲଦାଖର ୨୬ଟି ପାଟ୍ରୋଲ ପଏଣ୍ଟରେ କୌଣସି ଭାରତୀୟ ସୈନିକ ନାହାନ୍ତି : ରିପୋର୍ଟ

Image Courtesy of Zee News

ନୂଆଦିଲ୍ଲୀ: ନେପାଳର ସାତଟି ସୀମାନ୍ତ ଜିଲ୍ଲାରେ ଚୀନ୍ ବେଆଇନ ଭାବେ ଅନେକ ସ୍ଥାନରେ ଜମି ଦଖଲ କରିଥିବା କଥା ଭାରତୀୟ ଗୁଇନ୍ଦା ଏଜେନ୍‌ସି ସୂଚନା ଦେଇଛି।

ଅଧିକରୁ ଅଧିକ ଜମି ଅକ୍ତିଆର କରିବା ଲକ୍ଷ୍ୟରେ ଚୀନ୍ ନେପାଳ ସୀମାର ଆହୁରି ଭିତରକୁ ପ୍ରବେଶ କରିଚାଲିଛି। ଚାଇନା କମ୍ୟୁନିଷ୍ଟ୍‌ ପାର୍ଟିର ବିସ୍ତାରବାଦୀ ଆଜେଣ୍ଡାକୁ ନେପାଳୀ କମ୍ୟୁନିଷ୍ଟ୍‌ ପାର୍ଟି ପ୍ରତିରୋଧ କରିବାକୁ ଉଦ୍ୟମ କରୁଥିବାରୁ ପରିସ୍ଥିତି ଜଟିଳ ହୋଇପାରେ ବୋଲି ଗୁଇନ୍ଦା ଏଜେନ୍ସି ରିପୋର୍ଟ କରିଛି।

publive-image Image Courtesy of The Times of India

ଚୀନ୍ ଜମି ଅଧିକାର କରିବାକୁ ଉଦ୍ୟମ କରୁଛି ବୋଲି ନେପାଳର ସର୍ଭେ ବିଭାଗ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କୁ ଜଣାଇଥିଲେ ମଧ୍ୟ ସେ ଏହା ଉପରେ ଗୁରୁତ୍ବ ଦେଇ ନ ଥିବା କଥା ଏହି ରିପୋର୍ଟରେ ଉଲ୍ଲେଖ ଅଛି। ଚୀନ୍‌ର ଜମି ଅକ୍ତିଆର ଯୋଜନାରେ ଦୋଲଖା, ଗୋର୍ଖା, ଦର୍ଚୁଲା, ହୁମଲା, ସିନ୍ଧୁପାଲଚୌକ୍, ଶଙ୍ଖୁଆସଭା ଏବଂ ରାସୁୱା ଆଦି ଜିଲ୍ଲା ଅନ୍ତର୍ଭୁକ୍ତ। ଦୋଲଖାରେ ଚୀନ୍ ଆନ୍ତର୍ଜାତିକ ସୀମାନ୍ତର ୧୫୦୦ ମିଟର ନେପାଳ ଭିତରକୁ ପ୍ରବେଶ କରିଛି।

କିନ୍ତୁ, ଜମି ଦାବି କରି ଚୀନ୍‌କୁ ଅପମାନିତ କରିବାକୁ ଚାହୁଁ ନ ଥିବାରୁ ୨୦୦୫ ପର ଠାରୁ ନେପାଳ ସରକାର ଚୀନ୍ ସହ ଆଉ ସୀମାନ୍ତ ଆଲୋଚନା କରୁନାହିଁ ବୋଲି ଗୁଇନ୍ଦା ରିପୋର୍ଟ ଉଲ୍ଲେଖ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe