ଭୂତାଣୁ ସଂକ୍ରମଣକୁ ନେଇ ଚୀନ୍‌ରେ ହାହାକାର ସ୍ଥିତି

Advertisment

କରୋନା ମହାମାରୀର ୫ ବର୍ଷ ପରେ ଚୀନ୍‌ରେ ପୁଣି ଏକ ରହସ୍ୟମୟ ଭାଇରସ ଆତଙ୍କ ଖେଳାଇଦେଇଛି। ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’(ଏଚ୍‌ଏମ୍‌ପିଭି)  ସମେତ ଆଉ କେତେକ ନୂଆ ଭୂତାଣୁ ଚୀନ୍‌ର ଚିନ୍ତା ବଢ଼ାଇଛି।

କରୋନା ମହାମାରୀର ୫ ବର୍ଷ ପରେ ଚୀନ୍‌ରେ ପୁଣି ଏକ ରହସ୍ୟମୟ ଭାଇରସ ଆତଙ୍କ ଖେଳାଇଦେଇଛି। ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’(ଏଚ୍‌ଏମ୍‌ପିଭି)  ସମେତ ଆଉ କେତେକ ନୂଆ ଭୂତାଣୁ ଚୀନ୍‌ର ଚିନ୍ତା ବଢ଼ାଇଛି।

virus

ବେଜିଂ: କରୋନା ମହାମାରୀର ୫ ବର୍ଷ ପରେ ଚୀନ୍‌ରେ ପୁଣି ଏକ ରହସ୍ୟମୟ ଭାଇରସ ଆତଙ୍କ ଖେଳାଇଦେଇଛି। ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’(ଏଚ୍‌ଏମ୍‌ପିଭି)  ସମେତ ଆଉ କେତେକ ନୂଆ ଭୂତାଣୁ ଚୀନ୍‌ର ଚିନ୍ତା ବଢ଼ାଇଛି। ଭୂତାଣୁ ବ୍ୟାପିବା ଖବର ପରେ ଜରୁରିକାଳୀନ ପରିସ୍ଥିତିକୁ ନେଇ ସୋସିଆଲ ମିଡିଆରେ କଳ୍ପନାଜଳ୍ପନା ଜୋର ଧରିଛି। ବିଶ୍ୱବ୍ୟାପୀ ସଂକ୍ରମଣର ସମ୍ଭାବନା ଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଖୁବ୍‌ଶୀଘ୍ର ଏ ବାବଦରେ ନିର୍ଦ୍ଦେଶାବଳୀ ଜାରି ରକିବା ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ଚୀନ୍‌ରେ ୭,୮୩୪ଟି ସଂକ୍ରମଣ ଓ ୧୭୦ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ଏକ୍ସ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚୀନ୍‌ରେ ଏକାଧିକ ଭୂତାଣୁଜନିତ ମହାମାରୀ ବ୍ୟାପିବା ବିଷୟରେ ଖବର ପ୍ରକାଶ ପାଇଛି। ଚୀନ୍ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛି ବୋଲି କଳ୍ପନାଜଳ୍ପନା ଏହି ରିପୋର୍ଟ ସହିତ ଯୋଡ଼ାଯାଇଛି। ତଥାପି ଦେଶର ହସ୍ପିଟାଲଗୁଡ଼ିକୁ ଅତ୍ୟଧିକ ପ୍ରଭାବିତ କରୁଥିବା ରୋଗ ଯୋଗୁଁ ଚୀନ୍ ଜରୁରୀ ପରିସ୍ଥିତି ଲାଗୁ କରିଛି ବୋଲି ଯେଉଁ ଦାବି କରାଯାଉଛି ତାହାକୁ ସମର୍ଥନ କରିବା ପାଇଁ କୌଣସି ପ୍ରମାଣ ନାହିଁ।

‘ସାଇଣ୍ଟିଷ୍ଟ.ଅର୍ଗ’ ଅନୁଯାୟୀ, ଚୀନ୍‌ରେ ବ୍ୟାପିଥିବା ନୂତନ କରୋନା ଭାଇରସ୍ ମହାମାରୀକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ବିବେଚନା କରିଛି। ଜେନେଭା ସାମ୍ବାଦିକ ସମ୍ମିଳନୀରେ ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍ ଏହି ସୂଚନା ଦେଇଛନ୍ତି। ଏହି ନୂତନ ଭୂତାଣୁ ୧୮ଟି ଭିନ୍ନ ଭିନ୍ନ ଦେଶରେ ୭,୮୩୪ ଜଣଙ୍କୁ ସଂକ୍ରମିତ କରିଛି। ଏଥିରେ ୧୭୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ସମସ୍ତେ ଚୀନ୍‌ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe