ନିଜ ପ୍ରତିରକ୍ଷା ବଜେଟ ୭.୨% ବୃଦ୍ଧି କଲା ଚୀନ, ଭାରତ ପାଇଁ ବଢିବ ଚିନ୍ତା

ଚୀନ ୨୦୨୫ ପାଇଁ ନିଜର ସୁରକ୍ଷା ବଜେଟ୍‌ରେ ୭.୨% ବୃଦ୍ଧି କରିଛି, ଯାହା ମୋଟ ୧.୭୮ ଟ୍ରିଲିୟନ୍ ୟୁଆନ୍ (ସାମାନ୍ୟ ୨୪୫.୬୫ ବିଲିୟନ ଡଲାର୍) ପର୍ଯ୍ୟନ୍ତ ପହଞ୍ଚିଛି । ଏହାସହିତ ଲଗାତାର ୮ମ ବର୍ଷ ପାଇଁ ଚୀନ ନିଜର ପ୍ରତିରକ୍ଷା ବଜେଟ ବୃଦ୍ଧି କରିଛି । 

China builds massive radar system near Myanmar border: Big threat to India's missile program

China builds massive radar system near Myanmar border: Big threat to India's missile program Photograph: (Sambad.in)

ବେଜିଂ: ଚୀନ ୨୦୨୫ ପାଇଁ ନିଜର ସୁରକ୍ଷା ବଜେଟ୍‌ରେ ୭.୨% ବୃଦ୍ଧି କରିଛି, ଯାହା ମୋଟ ୧.୭୮ ଟ୍ରିଲିୟନ୍ ୟୁଆନ୍ (ସାମାନ୍ୟ ୨୪୫.୬୫ ବିଲିୟନ ଡଲାର୍) ପର୍ଯ୍ୟନ୍ତ ପହଞ୍ଚିଛି । ଏହାସହିତ ଲଗାତାର ୮ମ ବର୍ଷ ପାଇଁ ଚୀନ ନିଜର ପ୍ରତିରକ୍ଷା ବଜେଟ ବୃଦ୍ଧି କରିଛି । 

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଚୀନର ଏହି ବର୍ଦ୍ଧିତ ପ୍ରତିରକ୍ଷା ବଜେଟ୍ ଭାରତ ସହିତ ପଡ଼ୋଶୀ ଦେଶମାନେ ପାଇଁ ବିପଦ ହୋଇପାରେ। ଚୀନ ପୂର୍ବରୁ ନିଜ ସେନାର ଆଧୁନିକୀକରଣରେ ଜୋର ଦେଉଛି ଏବଂ ନୂତନ ଅସ୍ତ୍ରଶସ୍ତ୍ର, ହାଇପରସୋନିକ ମିସାଇଲ୍, ଯୁଦ୍ଧପୋତ ଏବଂ ହାଇ-ଟେକ୍ ସୁରକ୍ଷା ପ୍ରଣାଳୀକୁ ତାଙ୍କର ସେନାରେ ସାମିଲ କରୁଛି। 
ଚୀନ୍ ପୂର୍ବ ଲଦ୍ଦାଖ, ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ନିଜର ସେନା ଭିତ୍ତିଭୂମିକୁ ଆହୁରି ମଝବୁତ କରିବାର ସମ୍ଭାବନା ରହଛି । ଏହା ସହିତ ଚୀନ ସୀମାରେ ଅଧିକ ସେନା ଓ ଅସ୍ତ୍ରଶସ୍ତ୍ର ମୁତୟନ କରିବାର ଆଶଙ୍କା ରହିଛି । ଏପରି ହେଲେ ଭାରତ ସହ ସୀମା ବିବାଦ ଆହୁରି ବଢିବାର ଆଶଙ୍କା ରହିଛି । କେବଳ ଏତିକି ନୁହେଁ, ଭାରତ ମହାସାଗରରେ ବି ଚୀନ ନିଜର ପତିଆରା ବୃଦ୍ଧି କରିବାକୁ ଉଦ୍ୟମ କରିବ । ଏହା ଭାରତ ପାଇଁ ଆଉ ଏକ ଚୀନ୍ତାର କାରଣ ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe