ଲଦାଖ ନିକଟରେ ଚୀନର ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷା

Advertisment

ଭାରତ ସୀମା ନିକଟରେ ଚୀନ ଏକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ରଟି ଆଉ ଏକ କ୍ଷେପଣାସ୍ତ୍ରକୁ ମାରି ଖସାଇଦେଇଥିଲା । ଭାରତର ବ୍ରହ୍ମସ୍ କ୍ଷେପଣାସ୍ତ୍ରକୁ ଦୃଷ୍ଟିରେ ରଖି ଚୀନ ଏହି ପରୀକ୍ଷଣ କରିଛି

ଭାରତ ସୀମା ନିକଟରେ ଚୀନ ଏକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ରଟି ଆଉ ଏକ କ୍ଷେପଣାସ୍ତ୍ରକୁ ମାରି ଖସାଇଦେଇଥିଲା । ଭାରତର ବ୍ରହ୍ମସ୍ କ୍ଷେପଣାସ୍ତ୍ରକୁ ଦୃଷ୍ଟିରେ ରଖି ଚୀନ ଏହି ପରୀକ୍ଷଣ କରିଛି

ch

ନୂଆଦିଲ୍ଲୀ: ଭାରତ ସୀମା ନିକଟରେ ଚୀନ ଏକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ରଟି ଆଉ ଏକ କ୍ଷେପଣାସ୍ତ୍ରକୁ ମାରି ଖସାଇଦେଇଥିଲା । ଭାରତର ବ୍ରହ୍ମସ୍ କ୍ଷେପଣାସ୍ତ୍ରକୁ ଦୃଷ୍ଟିରେ ରଖି ଚୀନ ଏହି ପରୀକ୍ଷଣ କରିଛି । 
ସିନ୍ହୁଆ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଅଗଷ୍ଟ ୨୯ରେ ଚୀନ୍ ସେନା ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରିଥିଲା। କାରାକୋରମ୍ ମାଳଭୂମି ନିକଟରେ ଭୂପୃଷ୍ଠରୁ ଆକାଶକୁ ଆସୁଥିବା ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)।

ବିଶ୍ଳେଷକଙ୍କ ମତରେ ଏହି ପରୀକ୍ଷଣ ମାଧ୍ୟମରେ ଭାରତକୁ କଡ଼ା ବାର୍ତ୍ତା ଦେବାକୁ ଚୀନ୍ ପ୍ରୟାସ କରିଛି । ଫୁଡାନ୍ ବିଶ୍ୱବିଦ୍ୟାଳୟର ଉପନିର୍ଦ୍ଦେଶକ ଲିନ୍ ମିନୱାଙ୍ଗ କହିଛନ୍ତି ଯେ ସୀମାକୁ ନେଇ ଭାରତର ଦାବିକୁ ଗ୍ରହଣ କରିବା ଚୀନ ପାଇଁ କଷ୍ଟକର । ତେବେ ସୀମା ବିବାଦର ସମାଧାନ ପାଇଁ ଉଭୟ ଦେଶ ଉଦ୍ୟମ ଜାରି ରଖିଛନ୍ତି।

ଲିନ୍ ମିନୱାଙ୍ଗ କହିଛନ୍ତି ଯେ ଏହି ପରୀକ୍ଷଣ ମାଧ୍ୟମରେ ଚୀନ ଭାରତକୁ ଦେଖାଇବାକୁ ଚାହୁଁଛି ଯେ ଭାରତର କ୍ଷେପଣାସ୍ତ୍ରକୁ ଖସାଇବାର କ୍ଷମତା ତାଙ୍କ ପାଖରେ ଅଛି । ଭାରତର ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ବିପଦକୁ ଦୃଷ୍ଟିରେ ରଖି ଚୀନ୍ ଏହି ପରୀକ୍ଷଣ କରିଥିବା କୁହାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe