ଚୀନ ରୋକିଲା ବ୍ରହ୍ମପୁତ୍ର ନଦୀର ପାଣି

Advertisment
ଚୀନ ରୋକିଲା ବ୍ରହ୍ମପୁତ୍ର ନଦୀର ପାଣି

ଗୌହାଟି: ଚୀନ୍‌ର ଭାରତ ବିରୋଧୀ ଆଭିମୁଖ୍ୟ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି।ପାକିସ୍ତାନକୁ ଆସ୍ତ୍ରଶସ୍ତ୍ର, ଆର୍ଥିକ ସହାୟତା ଦେଇ ଚୀନ ଭାରତ ଉପରେ ପରୋକ୍ଷରେ ବିପଦ ସୃଷ୍ଟି କରୁଥିବା ବେଳେ ଏବେ ବ୍ରହ୍ମପୁତ୍ର ନଦୀର ପାଣିକୁ ଅଟକାଇ ଭାରତ ପାଇଁ ଆଉ ଏକ ସମସ୍ୟା ସୃଷ୍ଟି କରିଛି ଚୀନ ।ତିବ୍ଦତ ରାସ୍ତାରେ ଭାରତରେ ବହୁଥିବା ବ୍ରହ୍ମପୁତ୍ର ନଦୀର ପାଣିକୁ ଅଟକାଇବା ଫଳରେ ଅରୁଣାଚଳ ପ୍ରଦେଶର ଏକ ବଡ଼ ଅଂଶ ଶୁଖିଲା ପଡ଼ିଛି। ଫଳରେ ଆଗାମୀ ଦିନରେ ସେ ଅଞ୍ଚଳରେ ମରୁଡ଼ି ହେବାର ଆଶଙ୍କା ସୃଷ୍ଟି ହୋଇଛି।

publive-image
ସୂଚନାଯୋଗ୍ୟ ତିିବ୍ଦତରେ ବହୁଥିବା ୟାରଲୁଙ୍ଗ ସାଙ୍ଗପୋ ନଦୀ ଅରୁଣାଚଳରେ ପ୍ରବେଶ କଲେ ଏହାକୁ ସିୟାଙ୍ଗ ନଦୀ କୁହାଯାଇଥାଏ। ଆଉ ଏହି ସିୟାଙ୍ଗ ନଦୀ ଅରୁଣାଚଳପଅଦେଶ ଦେଇ ଆସାମରେ ପହଞ୍ଚିବା ପରେ ଏହାର ନାମ ବ୍ରହ୍ମପୁତ୍ର ହୋଇଥାଏ। ବର୍ତ୍ତମାନ ଚୀନ ଏହି ୟାରଲୁଙ୍ଗ ସାଙ୍ଗପୋ ନଦୀର ପାଣିକୁ ଚୀନ ରୋକି ଦେଇଛି। ଫଳରେ ଅରୁଣାଚଳ ପ୍ରଦେଶର ତୁତୁଂ, ୟୋଙ୍ଗକ୍ୟୋଙ୍ଗ ଓ ଘାସିଘାଟ ଅଂଶ ଶୁଖିଲା ପଡ଼ିଛି । ଏନେଇ ଅରୁଣାଚଳ ପ୍ରଦେଶର କଂଗ୍ରେସ ସାଂସଦ ନିନୋଙ୍ଗ ଏରିଙ୍ଗ ଜଳ ସଂସାଧନ ରାଜ୍ୟମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କୁ ପତ୍ର ଜରିଆରେ ଅବଗତ କରାଇଛନ୍ତି । ଶ୍ରୀ ଏରିଙ୍ଗ ଜଣାଇଛନ୍ତି ଯେ ଚୀନ ଅକ୍ଟୋବର ୧୬ ତାରିଖରୁ ବ୍ରହ୍ମପୁତ୍ର ନଦୀର ପାଣି ରୋକିବା ଫଳରେ ବ୍ରହ୍ମପୁତ୍ର ନଦୀର ମୁଖ୍ୟ ସ୍ରୋତ ପ୍ରଭାବିତ ହୋଇଛି। ସେହିପରି ଅରୁଣାଚଳପ୍ରଦେଶରର ପଶ୍ଚିମ ସିୟାଙ୍ଗ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି। ନଦୀ କୂଳକୁ ନ ଯିବା ସହିତ ମାଛ ଧରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। କାରଣ ଯଦି ଚୀନ ୟାରଲୁଙ୍ଗ ସାଙ୍ଗପୋ ନଦୀର ପାଣି ହଠାତ ଛାଡ଼ିଦିଏ ତେବେ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ଅପରପକ୍ଷେ ଭାରତ ଚୀନ ମଧ୍ୟରେ ୟାରଲୁଙ୍ଗ ସାଙ୍ଗପୋ ନଦୀର ଜଳ ପରିଚାଳନା ନେଇ ଚୁକ୍ତି ହୋଇଥିବାରୁ ଏ ନେଇ ଚୀନ ଠାରୁ ଭାରତ ସମସ୍ତ ତଥ୍ୟ ଜାଣିବା ଜରୁରି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe