ଏଲ୍‌ଏସି ନିକଟରେ ସ୍ଥାୟୀ କଂକ୍ରିଟ୍‌ ଶିବିର ନିର୍ମାଣ କରୁଛି ଚୀନ୍‌

ଏଲ୍‌ଏସି ନିକଟରେ ସ୍ଥାୟୀ କଂକ୍ରିଟ୍‌ ଶିବିର ନିର୍ମାଣ କରୁଛି ଚୀନ୍‌

ନୂଆଦିଲ୍ଲୀ: ଭାରତ ସହ ସୀମା ବିବାଦ ଭିତରେ ଚୀନ୍‌ ବାରମ୍ବାର ଏହାର ଶକ୍ତି ଦେଖାଇବାକୁ ପ୍ରୟାସ ଚଳାଇଛି। ଚୀନ୍‌ ଏବେ ଏଲ୍ଏସି ନିକଟ‌‌ରେ ସ୍ଥାୟୀ କଂକ୍ରିଟ୍‌ ଶିବିର ନିର୍ମାଣ କରୁଛି। ଏହାଦ୍ବାରା ‌ଚୀନ୍‌ ସୈନିକ ଭାରତ ସହ ସୀମା ବିବାଦ ଥିବା ଅଂଚଳରେ ଖୁବ୍‌ କମ୍‌ ସମୟରେ ପହଞ୍ଚି ପାରିବ‌େ। ଉତ୍ତର ସିକ୍କିମ୍‌ ଅଞ୍ଚଳର ନାକୁଲାର ଅପରପାର୍ଶ୍ବରେ ଚୀନ୍‌ ପରିସରର ମାତ୍ର ୫ କିମି ମଧ୍ୟରେ ଚୀନ୍‌ ଏହି ଶିବିର ନିର୍ମାଣ କରୁଛି। ଗତବର୍ଷ ଭାରତ-ଚୀନ୍‌ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ସ୍ଥଳଠାରୁ ଏହା ମାତ୍ର କିଛି ମିନିଟ୍‌ର ବାଟ।

ସୂଚନାନୁଯାୟୀ, ଚୀନ୍‌ ସେନା ଆଗୁଆ ଘାଟି ଗୁଡ଼ିକରେ ସୈନ୍ୟ ମୁତୟନ ପାଇଁ ସ୍ଥାୟୀ ଶିବିର ନିର୍ମାଣ କରୁଛି। ଚୀନ୍‌ର ସଡ଼କ ଭିତ୍ତିଭୂମି ମଧ୍ୟ ଇତିମଧ୍ୟରେ ସୁଦୃଢ଼ ହୋଇଛି। ଏହାଦ୍ବାରା ଜରୁରୀ ସ୍ଥିତିରେ ଚୀନ୍‌ ସୈନିକ ତୁରନ୍ତ ଆସି ସୀମା‌ ଅଞ୍ଚଳରେ ପହଞ୍ଚିଯାଇପାରିବେ। ପୂର୍ବ ଲଦାଖ୍‌ ଏବଂ ଅରୁଣାଚଳ ସେକ୍ଟର ନିକଟରେ ମଧ୍ୟ ଅତ୍ୟାଧୁନିକ ଶିବିର ନିର୍ମାଣ ହୋଇଥିବା ଜଣାପଡ଼ିଛି। ଏହାଦ୍ବାରା ଚୀନ୍‌ ସେନା ଏହାର ସୈନିକମାନେ ସାମ୍ନା କରୁଥିବା କୌଣସି ଜଟିଳ ସ୍ଥିତିକୁ ଖୁବ୍‌ କମ୍‌ ସମୟରେ ଜାଣିପାରିବ ଏବଂ ସେମାନଙ୍କୁ ସହଯୋଗ କରିପାରିବ। ଚୀନ୍‌ ସୈନିକମାନେ ଅତ୍ୟନ୍ତ ଶୀତ ସମୟରେ ପୂର୍ବ ଲଦାଖ୍‌ରେ ଆଗୁଆ ଘାଟିରେ ମୁତୟନ ହୋଇଥିବା ସମୟରେ ଜଟିଳ ସ୍ଥିତିର ସାମ୍ନା କରନ୍ତି। ଫଳରେ ଚୀନ୍‌ ଏହି ସମୟରେ ଏହାର ୯୦ ପ୍ରତିଶତ ମାନବଶକ୍ତି ପ୍ରତ୍ୟାହାର କରିନିଏ। ଚୀନ୍‌ ସୀମା ନିକଟରେ ସ୍ଥାୟୀ ଶିବିର ନିର୍ମାଣ କରିବାର ଅର୍ଥ ହେଉଛି ଏହା ଦୀର୍ଘକାଳୀନ ଭାବେ ଆଗୁ୍ଆ ଘାଟିରେ ସୈନ୍ୟ ମୁତୟନ ଯୋଜନା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe