ବୁଝାମଣା ସତ୍ତ୍ୱେ ପଛକୁ ହଟୁନି ଚୀନ ସେନା, ଏବେ ବି ସୀମାରେ ୪୦ ହଜାର ସୈନ୍ୟ ରହିଛନ୍ତି

Advertisment
ବୁଝାମଣା ସତ୍ତ୍ୱେ ପଛକୁ ହଟୁନି ଚୀନ ସେନା, ଏବେ ବି ସୀମାରେ ୪୦ ହଜାର ସୈନ୍ୟ ରହିଛନ୍ତି

Image Courtesy of India Today

ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରୁ ସୈନ୍ୟ ଅପସାରଣ କରି ଉତ୍ତେଜନା ହ୍ରାସ ପାଇଁ ଦୁଇଦେଶ ମଧ୍ୟରେ ସହମତି ସତ୍ତ୍ୱେ ଚୀନ ତାହାକୁୁ ଠିକ ଭାବେ ପାଳନ କରୁନାହିଁ । ପୂର୍ବ ଲଦାଖ ସେକ୍ଟରରେ ଏବେ ବି ପ୍ରାୟ ୪୦ ହଜାର ଚୀନ ସୈନ୍ୟ ରହିଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ରିପୋର୍ଟ ପ୍ରକାଶ କରିଛି । ଗତ ୧୪ ତାରିଖରେ ହୋଇଥିବା କମାଣ୍ଡର ସ୍ତରୀୟ ଆଲୋଚନା ପରେ ଚୀନ ସେନା ଆଉ ପଛକୁ ହଟିନାହିଁ ।

ସେନା ସୁତ୍ରରୁ ଉଦ୍ଧାର କରି ଏଏନଆଇ କହିଛି ଯେ ଚୀନ ଦୁଇଦେଶ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ସମ୍ମାନ ଜଣାଉନାହିଁ । ବିବାଦୀୟ ଅଂଚଳରୁ ସେନା ପ୍ରତ୍ୟାହାର ପାଇଁ ରାଜି ହୋଇଥିଲେ ମଧ୍ୟ ଏବେ ବି ପ୍ରାୟ ୪୦ ହଜାର ସୈନ୍ୟ ରହିଛନ୍ତି । କେବଳ ସେନା ନୁହେଁ, ଅନେକ ଭାରି ଯୁଦ୍ଧାସ୍ତ୍ର ମଧ୍ୟ ସଜାଇଛି ଚୀନ ।

ଏଲଏସି ନିକଟରେ ଥିବା ହଟ ସ୍ପ୍ରିଙ୍ଗ ଓ ଆଉକେତେକ ଅଞ୍ଚଳରେ ଚୀନ ସେନା ନିଜର ୬ଷ୍ଠ ମେକାନାଇଜଡ ଇନଫାଣ୍ଟ୍ରି ଡିଭିଜନକୁ ପ୍ରସ୍ତୁତ ରଖିଛି । ଏସବୁ ଅଞ୍ଚଳରେ ଆର୍ଟିଲାରୀ ଗନଗୁଡ଼ିକୁ ସଜାଇ ରଖାଯାଇଛି । ଏଲଏସିର ଗଲଓ୍ଵାନ ଘାଟି, ଜୀବନ ନାଲା, ଚିପ ଚାପ ଘାଟି ନିକଟରେ ଚୀନ ସେନା ନିଜର ୧୭ ଓ ୧୮ ମେକାନାଇଜଡ୍‌ ଇନଫ୍ରାଣ୍ଟ୍ରି ଡିଭିଜନର ଲଢୁଆ ଯାନଗୁଡ଼ିକୁ ପ୍ରସ୍ତୁତ ରଖିଛି । ଏସବୁ ଅଞ୍ଚଳରେ ବିମାନ ବିଧ୍ୱଂସୀ ତୋପକୁ ମଧ୍ୟ ମୁତୟନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe