ମହାମାରୀରେ ବାଣିଜ୍ୟ: ଉଇଘୁର ସଂଖ୍ୟାଲଘୁଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ଫେସ୍ ମାସ୍କ୍ ତିଆରି କାମରେ ଖଟାଉଛି ଚୀନ୍‌

Advertisment
ମହାମାରୀରେ ବାଣିଜ୍ୟ: ଉଇଘୁର ସଂଖ୍ୟାଲଘୁଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ଫେସ୍ ମାସ୍କ୍ ତିଆରି କାମରେ ଖଟାଉଛି ଚୀନ୍‌

Image Courtesy of Forbesindia

ବେଜିଙ୍ଗ୍: କରୋନାଭାଇରସ୍ ମହାମାରୀ ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀର ଚାହିଦା ବଢ଼ାଇ ଚାଲିଥିବା ବେଳେ ଚୀନ୍ କମ୍ପାନିମାନେ ଘରୋଇ ଏବଂ ବିଶ୍ବ ବଜାର ପାଇଁ ଏହି ସାମଗ୍ରୀର ବ୍ୟାପକ ଉତ୍ପାଦନରେ ଲାଗିପଡ଼ିଛନ୍ତି। ଏହି ବିବାଦୀୟ ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ ଜରିଆରେ କେତେକ କମ୍ପାନି ଉଇଘୁର ସଂଖ୍ୟାଲଘୁଙ୍କୁ ଶ୍ରମିକ ଭାବେ ନିୟୋଜିତ କରୁଛନ୍ତି ବୋଲି ‘ନ୍ୟୁୟର୍କ ଟାଇମ୍‌ସ୍’ ଭିଜୁଆଲ୍ ଇନ୍‌ଭେଷ୍ଟିଗେସନ୍‌ରୁ ଜଣାପଡ଼ିଛି। ସମ୍ପୃକ୍ତ ଲୋକମାନେ ଏହି କାର୍ଯ୍ୟ କରିବାକୁ ଅନାଗ୍ରହୀ ଥିଲେ ବି ସେମାନଙ୍କୁ ବାଧ୍ୟ କରାଯାଉଛି ବୋଲି କୁହାଯାଉଛି।

ଉଇଘୁରମାନେ ମୁଖ୍ୟତଃ ଉତ୍ତରପଶ୍ଚିମ ଚୀନ୍‌ ଅନ୍ତର୍ଗତ ଜିନ୍‌ଜିଆଙ୍ଗ୍‌ ଅଞ୍ଚଳର ଆଦିମ ମୁସଲମାନ ସଂଖ୍ୟାଲଘୁ ସମ୍ପ୍ରଦାୟର। ଏହି କାର୍ଯ୍ୟକ୍ରମ ଜରିଆରେ ଉଇଘୁର ଏବଂ ଅନ୍ୟାନ୍ୟ ଆଦିମ ସମ୍ପ୍ରଦାୟଙ୍କୁ କାରଖାନା ଓ ସେବାକାର୍ଯ୍ୟ ପାଇଁ ପଠାଯାଉଛି। ଏବେ ସେମାନଙ୍କର ଶ୍ରମ ‘ପିପିଇ ସପ୍ଲାଏ ଚେନ୍‌’ର ଅଂଶବିଶେଷ ପାଲଟି ଗଲାଣି।

publive-image Image Courtesy of The Times of India

ଚୀନ୍‌ର ଜାତୀୟ ଡାକ୍ତରୀ ଉତ୍ପାଦ ପ୍ରଶାସନ କହିବା ମୁତାବକ, ମହାମାରୀ ପୂର୍ବରୁ ଜିନ୍‌ଜିଆଙ୍ଗ୍‌ରେ କେବଳ ଚାରିଟ କମ୍ପାନି ମେଡିକାଲ୍‌-ଗ୍ରେଡ୍‌ର ସୁରକ୍ଷା ସାମଗ୍ରୀ ଉତ୍ପାଦନ କରୁଥିଲେ। ଜୁନ୍ ୩୦ ତାରିଖ ସୁଦ୍ଧା କମ୍ପାନି ସଂଖ୍ୟା ୫୧ରେ ପହଞ୍ଚିଲାଣି। ଏମାନଙ୍କ ମଧ୍ୟରୁ ୧୭ଟି କମ୍ପାନି ଶ୍ରମିକ ସ୍ଥାନାନ୍ତରଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଛନ୍ତି।

ଏହି କମ୍ପାନିମାନେ ମୁଖ୍ୟତଃ ନିଜ ଦେଶ ମଧ୍ୟରେ ବ୍ୟବହାର ନିମନ୍ତେ ସାମଗ୍ରୀ ଉତ୍ପାଦନ କରନ୍ତି, କିନ୍ତୁ ଜିନ୍‌ଜିଆଙ୍ଗ୍ ବାହାରେ ଥିବା ଅନ୍ୟ କମ୍ପାନିମାନେ ଉଇଘୁରମାନଙ୍କୁ ଶ୍ରମିକ ଭାବେ ଖଟାଇବା ସହ ସେମାନଙ୍କୁ ବିଶ୍ବର ଅନ୍ୟାନ୍ୟ ସ୍ଥାନକୁ କାମ କରିବାକୁ ପଠାଉଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆ ପ୍ରଦେଶସ୍ଥିତ ଏକ ଡାକ୍ତରୀ ସାମଗ୍ରୀ ଯୋଗାଣ କମ୍ପାନିକୁ ଚୀନ୍‌ର ହୁବେଇ ପ୍ରଦେଶର ଏକ କାରଖାନାରୁ କିଛି ଫେସ୍‌ ମାସ୍କ୍‌ ସହ ୧୦୦ ରୁ ଅଧିକ ଉଇଘୁର ଶ୍ରମିକଙ୍କୁ ବି ପଠାଯାଇଛି।

ଏହି ଶ୍ରମିକମାନଙ୍କୁ ମାଣ୍ଡାରିନ୍ ଭାଷା ଶିକ୍ଷା ଦିଆଯାଇ ସାପ୍ତାହିକ ପତାକା ଉତ୍ତୋଳନ ଉତ୍ସବରେ ଚୀନ୍ ପ୍ରତି ଅନୁଗତ ରହିବାକୁ ଶପଥ କରାଯାଉଛି। ଏହାକୁ ଦାରିଦ୍ର୍ୟ ଦୂରିକରଣ କାର୍ଯ୍ୟକ୍ରମ ଭାବେ ରାଷ୍ଟ୍ରାୟାତ ଗଣମାଧ୍ୟମରେ ବ୍ୟାପକ ପ୍ରଚାର କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe