ଚୀନ୍‌ ଏଲ୍‌ଏସି ପୁଣି ଅଶାନ୍ତ: ସୀମାରେ ଚୀନ୍‌ର ଯୁଦ୍ଧାଭ୍ୟାସ, ରାଫେଲ୍‌ ମୁତୟନ କଲା ଭାରତ

Advertisment
ଚୀନ୍‌ ଏଲ୍‌ଏସି ପୁଣି ଅଶାନ୍ତ: ସୀମାରେ ଚୀନ୍‌ର ଯୁଦ୍ଧାଭ୍ୟାସ, ରାଫେଲ୍‌ ମୁତୟନ କଲା ଭାରତ

The Financial Express

ନୂଆଦିଲ୍ଲୀ : ଦେଶରେ ଏବେ କରୋନାର ଦ୍ବିତୀୟ ଲହର ଟିକେ କମୁଥିବା ବେଳେ ଚୀନ ସହିତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଉତ୍ତେଜନା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ପୂର୍ବ ଲଦାଖ ସୀମାରେ ଚୀନ ପୁଣି ଥରେ ଏହାର ସେନା ମୁତୟନ ବଢ଼ାଇ ଦେଇଛି। ଏଥିସହିତ ଚୀନର ବାୟୁସେନା ଭାରତୀୟ ସୀମା ନିକଟରେ ଏକ ବଡ଼ ଯୁଦ୍ଧାଭ୍ୟାସ ନିକଟରେ କରିଛି। ଚୀନ ବାୟୁସେନାର ୨୦ ଲଢ଼ୁଆ ବିମାନ ପୂର୍ବ ଲଦାଖ କ୍ଷେତ୍ରକୁ ସାମ୍ନା କରି ଯୁଦ୍ଧ ଅଭ୍ୟାସରେ ଭାଗ ନେଇଥିଲେ। ଏହି ଲଢ଼ୁଆ ବିମାନ ଗୁଡ଼ିକର ଉଡ଼ାଣ ସେହିସବୁ ବିମାନଘାଟିରୁ ଆରମ୍ଭ ହୋଇଛି ଯେଉଁସବୁ ବିମାନଘାଟିରୁ ଗତବର୍ଷ ପୂର୍ବ ଲଦାଖରେ ଚୀନର ଯବାନମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଥିଲା।

ଚୀନର ଏଭଳି ଗତିବିଧି ଦେଖି ଭାରତ ମଧ୍ୟ ଏହାର ପ୍ରସ୍ତୁତିକୁ ବଢ଼ାଇ ଦେଇଛି। ଉତ୍ତର ସୀମାରେ ଫ୍ରାନ୍ସରୁ ଆସିଥିବା ଅତ୍ୟାଧୁନିକ ରାଫେଲ ବିମାନ ସହିତ ଅନ୍ୟ ଲଢ଼ୁଆ ବିମାନକୁ ସକ୍ରିୟ କରି ଦେଇଛି। ଭାରତର ନଜର ଏବେ ଲଦାଖର ସାମ୍ନାରେ ଚୀନ ସୀମାରେ ଥିବା କାଶଗର, ହୋତାନ, ନଗାରି ଗୁନ୍‌ସା, ଶିଗାତ୍ସେ, ଲାହସା ଗୌଗକର, ନ୍ୟିଗଚି ଏବଂ ଚମଡୋ ପଂଗଟା ବିମାନ ଘାଟି ଉପରେ ରହିଛି। ସିନଜିୟାଂଗ ଏବଂ ତିବ୍ବତ ସ୍ବାୟତ୍ତ କ୍ଷେତ୍ରରେ ଥିବା ୭ଟି ଚୀନ ସୈନ୍ୟ ଠିକଣା ଉପରେ ନଜର ରଖିବା ପାଇଁ ଉପଗ୍ରହ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଉପଯୋଗ କରାଯାଉଛି। ପଶ୍ଚିମ ଓ ଉତ୍ତର ଦିଗରେ ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତୀୟ ବାୟୁସେନାର ଆଗୁଆ ଘାଟିଗୁଡ଼ିକ ପ୍ରସ୍ତୁତ ହୋଇ ରହିଛି। ଭାରତୀୟ ବାୟୁସେନାର ଲଢ଼ୁଆ ବିମାନଗୁଡ଼ିକ ମଧ୍ୟ ଏଲଏସିରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହା ମଧ୍ୟ କୁହାଯାଉଛି ଯେ, ପିପୁଲ୍ସ ଲିବରେସେନ ଆର୍ମି ଏୟାର ଫୋର୍ସ (ପିଏଲଏଏଏଫ) ନିକଟରେ ଏହାର କେତେକ ବିମାନଘାଟିର ଉନ୍ନତି କରିଛି। ଏଗୁଡ଼ିକରେ ରହିବା ଲାଗି କ୍ୟାମ୍ପ ନିର୍ମାଣ କରିଛି। ଏଥିସହିତ ରନୱେର ଲମ୍ବ ବଢ଼ାଇଛି ଏବଂ ଅତିରିକ୍ତ ସୈନ୍ୟ ମୁତୟନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe