ପାକିସ୍ତାନ ନୌସେନା ଲାଗି ନିର୍ମାଣ କରୁଥିବା ଚାରିଟି ଅତ୍ୟାଧୁନିକ ଯୁଦ୍ଧ ପୋତରୁ ପ୍ରଥମଟି ଲଞ୍ଚ୍ କଲା ଚୀନ୍

ପାକିସ୍ତାନ ନୌସେନା ଲାଗି ନିର୍ମାଣ କରୁଥିବା ଚାରିଟି ଅତ୍ୟାଧୁନିକ ଯୁଦ୍ଧ ପୋତରୁ ପ୍ରଥମଟି ଲଞ୍ଚ୍ କଲା ଚୀନ୍

Image Courtesy of The New Indian Express

ବେଜିଙ୍ଗ୍/ଇସ୍‌ଲାମାବାଦ୍‌: ପାକିସ୍ତାନ ନିମନ୍ତେ ନିର୍ମାଣ କରୁଥିବା ଚାରିଟି ଅତ୍ୟାଧୁନିକ ନୌସେନା ଯୁଦ୍ଧପୋତରୁ ଚୀନ୍ ପ୍ରଥମଟିକୁ ଲଞ୍ଚ୍ କରିଛି। ରବିବାର ଦିନ ସାଙ୍ଘାଇସ୍ଥିତ ହୁଡୋଙ୍ଗ୍‌ ଝୋଙ୍ଘୁଆ ସିପ୍‌ୟାର୍ଡରେ ପ୍ରଥମ ଯୁଦ୍ଧପୋତଟିର ଲଞ୍ଚିଙ୍ଗ୍ ଉତ୍ସବ ଆୟୋଜିତ ହୋଇଥିଲା।

‘ଟାଇପ୍-୦୫୪ କ୍ଲାସ୍ ଫ୍ରିଗେଟ୍‌’ର ଏହି ପ୍ରଥମ ଜାହାଜର ଲଞ୍ଚ୍‌ ପାକିସ୍ତାନ-ଚୀନ୍ ପ୍ରତିରକ୍ଷା ରାଜିନାମାରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି ବୋଲି ପାକିସ୍ତାନର ରାଷ୍ଟ୍ରାୟତ ଗଣମାଧ୍ୟମ ‘ଏପିପି’ ନିଉଜ୍ ଏଜେନ୍ସି ରିପୋର୍ଟ କରିଛି।

‘ଟାଇପ୍-୦୫୪ କ୍ଲାସ୍‌’ରେ ଯୁଦ୍ଧ ପୋତ ଆଧୁନିକ ସର୍ଫେସ୍, ସବ୍‌-ସର୍ଫେସ୍, ଆଣ୍ଟି-ଏୟାର୍ ଉଇପନ୍, କମ୍ବାଟ୍ ମ୍ୟାନେଜ୍‌ମେଣ୍ଟ୍‌ ସିଷ୍ଟମ୍ ଓ ସେନ୍ସସରରେ ସଜ୍ଜିତ ହୋଇଛି । ପାକିସ୍ତାନ ଦୁଇଟି ‘ଟାଇପ୍‌-୦୫୪ ଏ/ପି ଫ୍ରିଗେଟ୍‌’ ନିମନ୍ତେ ୨୦୧୭ରେ ‘ଚାଇନା ସିପ୍‌ ବିଲ୍‌ଡିଙ୍ଗ୍‌ ଟ୍ରେଡିଙ୍ଗ୍ କମ୍ପାନି ଲିମିଟେଡ୍’ ସହ ଚୁକ୍ତି କରିଥିଲା। କିନ୍ତୁ, ଚୁକ୍ତିର ସର୍ତ୍ତାବଳୀ ଓ ଜାହାଜର ମୂଲ୍ୟ ବାବଦରେ କୌଣସି ସୂଚନା ପ୍ରକାଶ କରାଯାଇ ନ ଥିଲା।

ତେବେ ଏହି ଫ୍ରିଗେଟ୍ ଶ୍ରେଣୀୟ ଯୁଦ୍ଧପୋତ କେବେ ପାକିସ୍ତାନ ହାତକୁ ଆସିବ ତାହା ସ୍ପଷ୍ଟ ହୋଇନାହିଁ। ଏହାଦ୍ବାରା ଆରବ ସାଗର ଅଂଚଳରେ ପାକସେନାର ଶକ୍ତବୃଦ୍ଧି ଘଟିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe