Image Courtesy of India Daily Mail
ବେଜିଂ : କରୋନା ମହାମାରୀ ପାଇଁ ଚୀନ୍ ଏହାର ଭିସା କଟକଣା କଡ଼ାକଡ଼ି କରିବାରୁ ଚୀନ୍ରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ଭାରତୀୟ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ପ୍ରାୟ ୨ ବର୍ଷ ହେବ ଭାରତରେ ଫସି ରହିଛନ୍ତି। ଭିସା କଟକଣା ପାଇଁ ସେମାନେ ଚୀନ୍ ଫେରିପାରିନାହାନ୍ତି। କିନ୍ତୁ ଚୀନ୍ ଆଜି ଏହାର ଭିସା ନିୟମରେ ପରିବର୍ତ୍ତନ ଆଣିଛି। ଭାରତରେ ଫସିଥିବା କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଚୀନ୍ ଭିସା ଦେବାପାଇଁ ଯୋଜନା କରିଥିବା ଘୋଷଣା କରିଛି।
Follow Us