ନୂଆଦିଲ୍ଳୀ: ଚୀନର ବୈଜ୍ଞାନିକମାନଙ୍କୁ ମିଳିଛି ଏକ ବିରାଟ ସଫଳତା। ଚୀନ ବୈଜ୍ଞାନିକମାନେ ଏକ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରିବାରେ ସମର୍ଥ ହୋଇଛନ୍ତି। ଏହା ଆସନ୍ତାବର୍ଷ ଅର୍ଥାତ, ୨୦୨୦ରୁ ସଂଚାଳନ ହେବ ବୋଲି ସୂଚନା ରହିଛି।
ଚୀନର ବୈଜ୍ଞାନିକମାନେ ଏମିତି ଏକ କୃତ୍ରିମ ସୂର୍ଯ୍ୟର ନିର୍ମାଣ କରିଛନ୍ତି, ଯାହା ବାସ୍ତବ ସୂର୍ଯ୍ୟଙ୍କ ପରି ଆଲୋକିତ ହେବ । ପରମାଣୁ ଫ୍ୟୁଜନର ସହାୟତାରେ ୧୦ଗୁଣା ଅଧିକ ସ୍ୱଚ୍ଛ ସୌରଶକ୍ତି ସୃଷ୍ଟି କରିବାରେ ସକ୍ଷମ ହେବ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହା ୧୦ଟି ସୂର୍ଯ୍ୟଙ୍କ ସହ ସମାନ ।
/sambad/media/post_attachments/wp-content/uploads/2019/12/sun_1574851652_725x725-300x157.jpg)
Follow Us