ଭାରତ ମହାସାଗରରେ ଚୀନ୍‌-ମାଳଦ୍ବୀପ ଷଡ୍‌ଯନ୍ତ୍ର: ଗବେଷଣା ଉପକରଣ ସ୍ଥାପନ ପାଇଁ ଆଲୋଚନା

Advertisment

ଭାରତ ମହାସାଗରରେ କିଛି ଗବେଷଣା ଉପକରଣ ଲଗାଇବା ନେଇ ମାଳଦ୍ୱୀପ ଚୀନ୍ ସହ କଥାବାର୍ତ୍ତା କରୁଛି। ମାଳଦ୍ବୀପ ଜଳସୀମାରେ ଚୀନ୍‌ର ଏକ ଗବେଷଣା ଜାହାଜ ଏକ ବର୍ଷରୁ ଅଧିକ ସମୟ ଧରି ନଙ୍ଗର ପକାଇବା ପରେ ଏହି ଘଟଣା ଘଟିଛି।

ଭାରତ ମହାସାଗରରେ କିଛି ଗବେଷଣା ଉପକରଣ ଲଗାଇବା ନେଇ ମାଳଦ୍ୱୀପ ଚୀନ୍ ସହ କଥାବାର୍ତ୍ତା କରୁଛି। ମାଳଦ୍ବୀପ ଜଳସୀମାରେ ଚୀନ୍‌ର ଏକ ଗବେଷଣା ଜାହାଜ ଏକ ବର୍ଷରୁ ଅଧିକ ସମୟ ଧରି ନଙ୍ଗର ପକାଇବା ପରେ ଏହି ଘଟଣା ଘଟିଛି।

fffs

ନୂଆଦିଲ୍ଲୀ: ଭାରତ ମହାସାଗରରେ କିଛି ଗବେଷଣା ଉପକରଣ ଲଗାଇବା ନେଇ ମାଳଦ୍ୱୀପ ଚୀନ୍ ସହ କଥାବାର୍ତ୍ତା କରୁଛି। ମାଳଦ୍ବୀପ ଜଳସୀମାରେ ଚୀନ୍‌ର ଏକ ଗବେଷଣା ଜାହାଜ ଏକ ବର୍ଷରୁ ଅଧିକ ସମୟ ଧରି ନଙ୍ଗର ପକାଇବା ପରେ ଏହି ଘଟଣା ଘଟିଛି। ୨୦୨୪ ଜାନୁଆରିରୁ ଚୀନ୍‌ର ଗବେଷଣା ଜାହାଜ ଜିଆଙ୍ଗ ୟାଙ୍ଗ୍ ହଙ୍ଗ୍ ୦୩ ମାଳଦ୍ୱୀପ ଜଳସୀମାରେ ନଙ୍ଗର ପକାଇଛି, ଯାହା ଭାରତୀୟ କର୍ତ୍ତୃପକ୍ଷଙ୍କ ପାଇଁ ଉଦ୍‌ବେଗର କାରଣ ହୋଇଛି। 

ଗବେଷଣା ଉପକରଣ ସ୍ଥାପନ ପାଇଁ  ଆଲୋଚନା
ଭାରତ ପାଇଁ ବଢ଼ିଲା ଚିନ୍ତା

ଭାରତ ମହାସାଗରରେ ମାଛର ଗତିବିଧି ଚିହ୍ନଟ କରିବା ସହିତ ସମୁଦ୍ର ବିଷୟରେ ରାସାୟନିକ ଓ ଭୌତିକ ସୂଚନା ସଂଗ୍ରହ କରିବା ପାଇଁ ଫିସ୍ ଆଗ୍ରିଗେଟିଂ ଡିଭାଇସ୍ (ଏଫ୍‌ଏଡି) ଲଗାଇବାକୁ ମାଳଦ୍ୱୀପ ଓ ଚୀନ୍ ମଧ୍ୟରେ ଆଲୋଚନା ଚାଲିଛି। ତେବେ ଏଫ୍‌ଏଡି ସ୍ଥାପନ ଏହାର ରଣନୈତିକ ପ୍ରଭାବକୁ ନେଇ ଚିନ୍ତା ବଢ଼ାଇଛି। ରିପୋର୍ଟ ଅନୁଯାୟୀ, ମାଳଦ୍ୱୀପର ମାଛଧରା ଶିଳ୍ପ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଥିବା ବେଳେ ମତ୍ସ୍ୟ ଓ ମହାସାଗର ସମ୍ପଦ ମନ୍ତ୍ରୀ ଅହମଦ ଶିୟାମ ଚୀନ୍‌ର ଦ୍ବିତୀୟ ସମୁଦ୍ର ବିଜ୍ଞାନ ପ୍ରତିଷ୍ଠାନର ଏକ ବରିଷ୍ଠ ଟିମ୍ ସହ ସାକ୍ଷାତ୍ କରିଛନ୍ତି। ଦେଶର ମତ୍ସ୍ୟ ଓ ସାମୁଦ୍ରିକ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଆଲୋଚନା ସମ୍ପର୍କକୁ ସୁଦୃଢ଼ କରିବାର ଉପାୟ ଉପରେ ଆଧାରିତ।

ଯଦିଓ ସରକାର ଲଗାଯିବାକୁ ଥିବା ଉପକରଣ ବିଷୟରେ କୌଣସି ସୂଚନା ପ୍ରକାଶ କରିନାହାନ୍ତି, କିନ୍ତୁ ସମୁଦ୍ରରେ ଥିବା ଏଫ୍‌ଏଡିରେ ଲାଗିଥିବା ଡିଭାଇସ୍‌ଗୁଡ଼ିକ ମାଛର ଗତିବିଧି ଚିହ୍ନଟ କରିବା ସହିତ ସମୁଦ୍ରର ରାସାୟନିକ ଓ ଭୌତିକ ସୂଚନା ସଂଗ୍ରହ କରିବ ବୋଲି ଜଣାପଡିଛି। ପର୍ଯ୍ୟବେକ୍ଷକମାନଙ୍କ ମତରେ ଚୀନ୍‌ର ଗବେଷଣା କାର୍ଯ୍ୟକଳାପ କେବଳ ପରିବେଶ ଉଦ୍ଦେଶ୍ୟରେ ହୋଇ ନ ପାରେ ବରଂ ଏହା ଗୁପ୍ତଚର ଉପକରଣ ବହନ କରିପାରେ। ଉପକରଣ ସ୍ଥାପନ ନେଇ ଚୀନ୍‌ ଓ ମାଳଦ୍ବୀପ ଗୁପ୍ତ ଆଲୋଚନା ମଧ୍ୟ କରିଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe