ଦକ୍ଷିଣ ଚୀନ୍‌ ସାଗରରେ ରୋବର୍ଟ ପରିଚାଳିତ ଆତ୍ମଘାତୀ ବୁଡ଼ାଜାହାଜ ମୁତୟନ କରିବ ଚୀନ୍‌

Advertisment
ଦକ୍ଷିଣ ଚୀନ୍‌ ସାଗରରେ ରୋବର୍ଟ ପରିଚାଳିତ ଆତ୍ମଘାତୀ ବୁଡ଼ାଜାହାଜ ମୁତୟନ କରିବ ଚୀନ୍‌

ବେଜିଂ: ଚୀନ୍‌ ଏବେ ସାମୁଦ୍ରିକ କ୍ଷେତ୍ରରେ ନିଜର ସାମରିକ ଶକ୍ତି ବିସ୍ତାର କରିବା ଲକ୍ଷ୍ୟରେ ବ୍ୟାପକ ଉଦ୍ୟମ ଆରମ୍ଭ କରି ଦେଇଛି। ଏହିକ୍ରମରେ ଚୀନ୍‌ ଏବେ ସଂପୂର୍ଣ୍ଣ ମାନବ ବିହୀନ ରୋବର୍ଟ ପରିଚାଳିତ ଅତ୍ୟନ୍ତ କ୍ଷମତାଶାଳୀ ଓ ଆତ୍ମଘାତୀ ବୁଡ଼ାଜାହାଜ (ସବ୍‌ମେରିନ୍‌) ନିର୍ମାଣ କରିବା ସହ ଏସବୁକୁ ସମୁଦ୍ରରେ ମୁତୟନ କରିବା ଲକ୍ଷ୍ୟରେ ଯୋଜନା ଆରମ୍ଭ କରିଛି। ଏସବୁ ରୋବର୍ଟ ପରିଚାଳିତ ସବ୍‌ମେରିନ୍‌ ଶତ୍ରୁପକ୍ଷ ଓ ମିତ୍ରପକ୍ଷର ଟାର୍ଗେଟଗୁଡ଼ିକୁ ଆପେ ଚିହ୍ନଟ କରିବା ସହ ସେଗୁଡ଼ିକ ଉପରେ ଲକ୍ଷ୍ୟଭେଦୀ ଆକ୍ରମଣ କରିବାର କ୍ଷମତା ରଖିଛି।

publive-image

‘ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ’ରେ ପ୍ରକାଶିତ ଖବର ଅନୁଯାୟୀ, ଚୀନ୍‌ ଏବେ କେବଳ ମାତ୍ର ନିଜର ସାମରିକ ଶକ୍ତିର ବିସ୍ତାର କରୁନାହିଁ; ବରଂ ସଂପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ଯୁଦ୍ଧାସ୍ତ୍ର ନିର୍ମାଣ କରିବା ସହ ନିଜର ସାମରିକ ବାହିନୀକୁ ଅଧିକରୁ ଅଧିକ ଶକ୍ତଶାଳୀ କରିବାରେ ଲାଗିଛି। ଏହିକ୍ରମରେ ଚୀନ୍‌ ଏହି ରୋବର୍ଟ ପରଚାଳିତ ସବ୍‌ମେରିନ୍‌ର ନିର୍ମାଣ କରି ଏହାର ସଫଳ ପରୀକ୍ଷଣ ମଧ୍ୟ କରି ସାରିଛି। ଆସନ୍ତା ୨୦୨୦ ସୁଦ୍ଧା ଚୀନ୍‌ ଏହିସବୁ ସବ୍‌ମେରିନ୍‌କୁ ନିଜ ନୌସେନାରେ ସାମିଲ କରିବା ସହ ସେସବୁକୁ ସମୁଦ୍ରରେ ମୁତୟନ କରିବ। ଏହି ସବୁ ସବ୍‌ମେରିନ୍‌ର ମୁତୟନ ପରେ ସମଗ୍ର ଦକ୍ଷିଣ ଚୀନ୍‌ ସାଗର ଅଞ୍ଚଳରେ ଚୀନ୍‌ ନିଜର ଆଧିପତ୍ୟ ବିସ୍ତାର କରିବା ସହ ନିଜର ନୌସେନାକୁ ଆନ୍ତର୍ଜାତିକ ସମକକ୍ଷ କରାଇବ। ଏବଂ ସାମୁଦ୍ରିକ ସାମରିକ ଶକ୍ତି କ୍ଷେତ୍ରରେ ଏକ ବିରାଟ ଶକ୍ତି ରୂପେ ନିଜକୁ ଉଭା କରାଇବ।

ନିଜକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଦାବି କରୁଥିବା ଯୁକ୍ତରାଷ୍ଟ୍ର ଆମେରିକା ନିକଟରେ ଯଦିଓ ଏଧରଣର ସବ୍‌ମେରିନ୍‌ ରହିଛି, ତେବେ ସେଗୁଡ଼ିକ ସ୍ୱୟଂଚାଳିତ ନୁହେଁ। କିନ୍ତୁ ଚୀନ୍‌ ନିର୍ମିତ ଏସବୁ ସବ୍‌ମେରିନ୍‌ ସଂପୂର୍ଣ୍ଣ ସ୍ୱୟଂଚାଳିତ। ଆଉ ସବ୍‌ମେରିନ୍‌ ଶତ୍ରୁପକ୍ଷର ଯୁଦ୍ଧ ଜାହାଜ ଉପରୁ ଉଡ଼ାଣ ଭରୁଥିବା ଲଢ଼ୁଆ ବିମାନଗୁଡ଼ିକୁ ଆପେ ଚିହ୍ନଟ କରିବା ସହ ସେଗୁଡ଼ିକ ଉପରେ ଆକ୍ରମଣ କରି ଖସାଇ ଦେବାର କ୍ଷମତା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe