ପାକିସ୍ତାନ ସହାୟତାରେ ଚୀନ ନୌସେନା ଭାରତକୁ ଘେରିବାକୁ ଉଦ୍ୟମ କରୁଛି

Advertisment
ପାକିସ୍ତାନ ସହାୟତାରେ ଚୀନ ନୌସେନା ଭାରତକୁ ଘେରିବାକୁ ଉଦ୍ୟମ କରୁଛି

indian express

ନୂଆଦିଲ୍ଲୀ : ଭାରତ ମହାସାଗର, ବଙ୍ଗୋପସାଗର ଓ ଆରବ ସାଗରରେ ଚୀନ ଜାହାଜଙ୍କ ଅନୁପ୍ରବେଶ ବଢିବାରେ ଲାଗିଛି । କିଛିଦିନ ତଳେ ଗବେଷଣା ନାଁରେ ଚୀନର ଏକ ଜାହାଜ ଆଣ୍ଡାମାନ ଦ୍ୱୀନ ନିକଟକୁ ପଶିଆସିଥିଲା । ଶ୍ରୀଲଙ୍କା ବନ୍ଦର ଗୁଡିକରେ ବର୍ଷତମାମ ଚୀନର ଜାହାଜ ଲହୁଛନ୍ତି । ଏହାକୁ ନେଇ ଭାରତ ଚିନ୍ତିତ ହୋଇପଡିଛି । ସାମରିକ ବିଶେଷଜ୍ଞଙ୍କ ମତରେ ଚୀନ ଓ ପାକିସ୍ତାନ ନୌସେନା ମିଶି ଭାରତ ବିରୁଦ୍ଧରେ କିଛି ବଡ଼ କରିବାକୁ ଚାହୁଁଛନ୍ତି । ବିଶେଷକରି ଆଣ୍ଟି-ସବମେରାଇନ ଅପରେସନ ପୂର୍ବରୁ ଏପରି ଗୁଇନ୍ଦା ତଥ୍ୟ ସଂଗ୍ରହ କରାଯାଇଥାଏ । ପାକିସ୍ତାନର ସହାୟତାରେ ଚୀନ ଭାରତୀୟ ନୌସେନାକୁ ଘେରିବାକୁ ଉଦ୍ୟମ କରୁଛି ବୋଲି ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି ।

ଦୁଇଦିନ ତଳେ ଚୀନ୍ ଜାହାଜ ‘ସି ୟାନ୍ ୧’କୁ ଆଣ୍ଡାମାନ ନିକୋବର ଆଇଲାଣ୍ଡ ନିକଟସ୍ଥ ଭାରତୀୟ ଜଳରାଶିରେ ଦେଖିବାକୁ ମିଳିଥିଲା। ଜାହାଜଟିକୁ ଠାବ କରାଯିବା ପରେ ନୌସେନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏହି ଜାହାଜ ଭାରତୀୟ ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳରେ ଗବେଷଣା କରୁଥିବା ଜଣାପଡ଼ିବା ପରେ ଏହାର ଯାଞ୍ଚ ପାଇଁ ନୌସେନା ଯୁଦ୍ଧ ଜାହାଜ ପଠାଯାଇଥିଲା। ଆଇନଗତ ଅନୁମତି ନଥିବାରୁ ଚୀନର ଏହି ଗବେଷଣା ଜାହାଜକୁ ଭାରତୀୟ ଜଳରୁ ତୁରନ୍ତ ହଟଯିବାକୁ ବାଧ୍ୟ କରାଯାଇଥିଲା। ଭାରତୀୟ ନୌସନାର କଡ଼ା ଚେତାବନୀ ପରେ ଚୀନର ସି ୟାନ୍ ୧ ଜାହାଜ ଭାରତର ଜଳସୀମା ଛାଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe