ଅରୁଣାଚଳରେ ଅନୁଷ୍ଠିତ ଜି୨୦ ବୈଠକରେ ଯୋଗ ଦେଲାନି ଚୀନ୍

Advertisment
ଅରୁଣାଚଳରେ ଅନୁଷ୍ଠିତ ଜି୨୦ ବୈଠକରେ ଯୋଗ ଦେଲାନି ଚୀନ୍

representetional immage - News18

ନୂଆଦିଲ୍ଲୀ: ରବିବାର ଭାରତରେ ଅନୁଷ୍ଠିତ ଏକ ଜି୨୦ ବୈଠକରେ ଚୀନ୍ ଯୋଗଦେଇ ନାହିଁ। ଏହି ବୈଠକ ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ଅନୁଷ୍ଠିତ ହୋଇଥିଲା, ଯାହାକୁ ଚୀନ୍ ତିବ୍ବତର ଅଂଶ ବୋଲି ଦାବି କରୁଛି। ରବିବାରର ବୈଠକରେ ବିଭିନ୍ନ ଦେଶର ପ୍ରାୟ ୫୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ। ଭାରତ ତା’ର ୫୦ଟି ବଡ଼ ସହରରେ ଜି୨୦ରେ ବୈଠକ କରିବାକୁ ଯୋଜନା କରିଥିବା ବେଳେ ଏହା ହେଉଛି ତାହାର ଏକ ଅଂଶ। ଶେଷରେ ଆସନ୍ତା ସେପ୍ଟେମ୍ବର ମାସରେ ଦିଲ୍ଲୀରେ ହେବ ଜି୨୦ର ଶିଖର ସମ୍ମିଳନୀ।

ତେବେ ଅରୁଣାଚଳରେ ଭାରତ ବୈଠକ ଆୟୋଜନ କରିବା ନେଇ ଚୀନ୍ ସରକାରୀ ଭାବେ କୌଣସି ପ୍ରତିବାଦ କରିଛି କି ନା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଭାରତର ବିଦେଶ ମନ୍ତ୍ରଣାଳୟ କିମ୍ବା ଚୀନ୍ ଏ ବାବଦରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି।

ଉକ୍ତ ବୈଠକକୁ କନ୍‌ଫିଡେନ୍ସିଆଲ (ଗୋପନୀୟ) ବୋଲି କୁହାଯାଉଛି ଏବଂ ଏହାର ମିଡ଼ିଆ କଭରେଜ୍‌କୁ ଅନୁମତି ଦିଆଯାଇ ନାହିଁ।
ଯେଉଁ ପ୍ରତିନିଧିମାନେ ବୈଠକରେ ଯୋଗ ଦେଇଥିଲେ ସେମାନେ ଅରୁଣାଚଳ ବିଧାନସଭା ତଥା ଇଟାନଗରରେ ଥିବା ବୌଦ୍ଧ ବିହାର ପରିଦର୍ଶନ କରିଥିଲେ। ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନ (ନାଚଗୀତ ଆଦି) ସହ ଜି୨୦ ପ୍ରତିନିଧିମାନଙ୍କୁ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା। ସେମାନଙ୍କୁ ସ୍ବାଦିଷ୍ଠ ସ୍ଥାନୀୟ ଖାଦ୍ୟ ବି ପରଷାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe