China outcry over HMPV, schools closed in Wuhan
ବେଜିଂ: କରୋନା ପରେ ପୁଣି ଥରେ ଚୀନ୍ର ନୂଆ ଭାଇରସ୍ 'ହ୍ୟୁମାନ୍ ମେଟାପ୍ନୁମୋ' ବିଶ୍ୱକୁ ଭୟଭୀତ କରିବା ଆରମ୍ଭ କରିଛି। ଚାଇନାରେ ଏହି ଭୂତାଣୁ ସଂକ୍ରମଣ ଯୋଗୁ ପରିସ୍ଥିତି ବିଗିଡିବା ଆରମ୍ଭ କରିଛି। ଦେଶରେ ହାହାକାର ସୃଷ୍ଟି ହୋଇଛି। ଉହାନରେ ସ୍କୁଲ ବନ୍ଦ ରହିଛି। ଚୀନ୍ରେ ଗତ ୧୦ ଦିନରେ ଏଚଏମପିଭି ମାମଲା ୫୨୯% ବୃଦ୍ଧି ପାଇଛି।
ପିଲାମାନଙ୍କ ମଧ୍ୟରେ ବଢୁଥିବା ମାମଲାକୁ ଦୃଷ୍ଟିରେ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଭୂତାଣୁ ଯୋଗୁ ଚୀନ୍ରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଆଣ୍ଟିଭାଇରାଲ୍ ଔଷଧର ଅଭାବ ସୃଷ୍ଟି ହୋଇଛି। ଆଣ୍ଟିଭାଇରାଲ୍ ଔଷଧର କଳା ବଜାରୀ ଆରମ୍ଭ ହୋଇଛି।
ପରିସ୍ଥିତି ଏପରି ହୋଇଛି ଯେ, ଆଣ୍ଟିଭାଇରାଲ୍ ଔଷଧଗୁଡିକ ୪୧ ଡଲାରରେ ବିକ୍ରି ହେଉଛି। ଭୂତାଣୁ ସଂକ୍ରମଣ ବୃଦ୍ଧି ଯୋଗୁ ଡବ୍ଲୁଏଚଓର ଚିନ୍ତା ବଢ଼ିବାରେ ଲାଗିଛି।ଡବ୍ଲୁଏଚଓ ପକ୍ଷରୁ ଚୀନ୍ଠାରୁ ଏଚଏମପିଭି ବିଷୟରେ ସମ୍ପୂର୍ଣ୍ଣ ସୂଚନା ମାଗିଛି। ଚୀନ୍ ଏପର୍ଯ୍ୟନ୍ତ ଏଚଏମପିଭି ମାମଲାର ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି।
ଇନ୍ଫ୍ଲୁଏଞ୍ଜା ପରି ରୋଗ (ଆଇଏଲ୍ଆଇ) ଏବଂ ଶ୍ୱାସକ୍ରିୟାରେ ରୋଗ ଉପରେ ନଜର ରଖିବା ଏବଂ ଏଚଏମପିଭି ରୋକିବା ବିଷୟରେ ସଚେତନତା ସୃଷ୍ଟି କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ ଏକ ଡିଜିଟାଲ୍ ବୈଠକ କରିଛନ୍ତି।
ଅଧିକ ପଢ଼ନ୍ତୁ: ଚାଷୀଙ୍କୁ ଆଗାମୀ ୫ଦିନ ଭିତରେ କ୍ଷତିପୂରଣ ମିଳିବ: ରାଜସ୍ବ ମନ୍ତ୍ରୀ
Follow Us