ଚୀନ୍‌, ପାକିସ୍ତାନ ରୁଷର ନିକଟତର ହେଉଛନ୍ତି: ରାହୁଲ

Advertisment
ଚୀନ୍‌, ପାକିସ୍ତାନ ରୁଷର ନିକଟତର ହେଉଛନ୍ତି: ରାହୁଲ

Image Courtesy of India Today

ନୂଆଦିଲ୍ଲୀ : ୟୁକ୍ରେନ୍‌ରେ ଫସିଥିବା ଭାରତୀୟମାନଙ୍କୁ ନିରାପଦରେ ଫେରାଇ ଆଣିବା ପ୍ରାଥମିକତା ଅଟେ। ହେଲେ ଚୀନ୍ ଏବଂ ପାକିସ୍ତାନ ରୁଷର ନିକଟତର ହେଉଥିବାରୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି।

ୟୁକ୍ରେନ ସଙ୍କଟ ନେଇ ବିଦେଶ ବ୍ୟାପାର ପରାମର୍ଶଦାତା କମିଟି ବୈଠକରେ ଗୁରୁବାର ଦିନ ରାହୁଳ ଏହି ପ୍ରସଙ୍ଗ ଉଠାଇଛନ୍ତି। ଯେଉଁ ଦିନ ରୁଷ ୟୁକ୍ରେନରେ ଆକ୍ରମଣ ଆରମ୍ଭ କରିଥିଲା, ସେହିଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ମସ୍କୋ ଗସ୍ତ କରିଥିଲେ। ଭ୍ଲାଦିମିର ପୁଟିନଙ୍କ ସହିତ ସାକ୍ଷାତ ସମୟରେ ସେ କାଶ୍ମୀର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ବୋଲି ରାହୁଲ କହିଛନ୍ତି। ଏହି ବୈଠକରେ ୬ଟି ରାଜେନୖତିକ ଦଳର ୯ ଜଣ ନେତା ଅଂଶ ଗ୍ରହଣ କରିଥିଲେ। ସବୁ ଦଳ ୟୁକ୍ରେନ୍‌ ପ୍ରସଙ୍ଗରେ ଭାରତ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe