Image Courtesy of DTNext
ବେଜିଙ୍ଗ: ଚୀନ୍ର ସାର୍ବଭୌମତ୍ୱ ଏବଂ ଅଞ୍ଚଳୀୟ ଅଖଣ୍ଡତା ‘ପବିତ୍ର ଏବଂ ଅତୁଟ’ ବୋଲି ଗୁରୁତ୍ୱାରୋପ କରି ସୀମାନ୍ତ ଅଞ୍ଚଳର ସୁରକ୍ଷା ଏବଂ ଅପବ୍ୟବହାରକୁ ସୁରକ୍ଷା ଦେବା ଲାଗି ଦେଶର ଜାତୀୟ ବିଧାନମଣ୍ଡଳ ନୂତନ ଆଇନ ଅନୁମୋଦନ କରିଛି।
ସେଥିରେ ଭାରତ ସହ ବେଜିଙ୍ଗ୍ର ଥିବା ସୀମା ବିବାଦ ପ୍ରସଙ୍ଗ ଥାଇପାରେ ବୋଲି ମନେହେଉଛି।
ଶନିବାର ଦିନ ବିଧାନମଣ୍ଡଳ ଅଧିବେଶନର ସମାବର୍ତ୍ତନ ବୈଠକରେ ‘ନ୍ୟାସ୍ନାଲ୍ ପିପୁଲସ୍ କଂଗ୍ରେସ’ର ‘ଷ୍ଟାଣ୍ଡିଙ୍ଗ୍ କମିଟି’ ଉପରୋକ୍ତ ଆଇନକୁ ଅନୁମୋଦନ କରିଥିବା କଥା ରାଷ୍ଟ୍ରାୟତ ନିଉଜ୍ ଏଜେନ୍ସି ‘ସିଙ୍ଗ୍ହୁଆ’ ରିପୋର୍ଟ କରିଛି।
Image Courtesy of India Todayଆସନ୍ତା ବର୍ଷ ଜାନୁଆରି ପହିଲାରୁ କାର୍ଯ୍ୟକାରୀ ହେବ। ଅଞ୍ଚଳୀୟ ଅଖଣ୍ଡତା, ଦେଶ ସୀମାନ୍ତର ସୁରକ୍ଷା ଏବଂ ଅଞ୍ଚଳୀୟ ସାର୍ବଭୌମତ୍ୱ ଏବଂ ଦେଶ ସୀମାନ୍ତକୁ ଦୁର୍ବଳ କରାଉଥିବା କାର୍ଯ୍ୟକଳାପ ବିରୋଧରେ ସଂଗ୍ରାମ କରିବାକୁ ଦେଶ ପଦକ୍ଷେପ ଗ୍ରହଣ କରିବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
ପଡ଼ୋଶୀ ଦେଶମାନଙ୍କ ସହ ସୀମା ସମ୍ବନ୍ଧୀୟ ବ୍ୟାପାର କ୍ଷେତ୍ରରେ ଦେଶ ସମାନତା, ପାରସ୍ପରିକ ବିଶ୍ୱାସ ଏବଂ ବନ୍ଧୁତ୍ୱପୂର୍ଣ୍ଣ ନୀତି ଅବଲମ୍ବନ କରିବ। ବୁଝାମଣା ମାଧ୍ୟମରେ ଦୀର୍ଘ ଦିନ ଧରି ପଡ଼ୋଶୀ ଦେଶମାନଙ୍କ ସହ ଥିବା ସୀମା ବିବାଦର ସମୁଚ୍ଚିତ ସମାଧାନ କରାଯିବ ବୋଲି ଏହି ଆଇନରେ ଉଲ୍ଲେଖ ଅଛି।
ସୂଚନାଯୋଗ୍ୟ, ଭାରତ ଓ ଭୁଟାନ୍କୁ ବାଦ ଦେଇ ଏଯାବତ୍ ବେଜିଙ୍ଗ୍ ଅନ୍ୟ ୧୨ଟି ପଡ଼ୋଶୀ ଦେଶ ସହ ସୀମା ବିବାଦ ତୁଟାଇଛି।
Follow Us