Image Courtesy of NDTV
ନୂଆଦିଲ୍ଲୀ: ଗତ ସୋମବାର ଦିନ ପର୍ବତରେ ଧକ୍କା ଖାଇ ଧ୍ବଂସ ହୋଇଯାଇଥିବା ‘ଦି ଚୀନା ଇଷ୍ଟର୍ଣ୍ଣ ଏୟାର୍ଲାଇନ୍ସ୍ କର୍ପ’ର ଜେଟ୍ ବିମାନଟି ଶବ୍ଦର ଗତି ବେଗ ପାଖାପାଖି ବେଗରେ ଉଡୁଥିଲା ବୋଲି ‘ବ୍ଲୁମ୍ବର୍ଗ’ ରିପୋର୍ଟ କରିଛି।
ଏଡ଼େ ବେଗରେ ଉଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ଧ୍ବଂସାବଶେଷରୁ ତଦନ୍ତକାରୀମାନେ ଦୁର୍ଘଟଣା ସଂକ୍ରାନ୍ତ ପ୍ରମାଣ ପାଇବା ବଡ଼ ଜଟିଳ କାର୍ଯ୍ୟ। ଏଭଳି କେତେକ କ୍ଷେତ୍ରରେ, ବିମାନର ‘ଡାଟା’ ଏବଂ ‘ଭଏସ୍ ରେକର୍ଡର୍’ ନଷ୍ଟ ହୋଇଯିବାର ଆଶଙ୍କା ଥାଏ।
Image Courtesy of OneIndiaବିମାନଗୁଡ଼ିକୁ ଟ୍ରାକ୍ କରୁଥିବା ୱେବ୍ସାଇଟ୍ ‘ଫ୍ଲାଇଟ୍ରାଡାର୍୨୪’ ତଥ୍ୟାବଳୀ ଅନୁସାରେ, ଚୀନା ବିମାନ ‘ବୋଇଙ୍ଗ୍ କୋ.୭୩୭-୮୦୦’ ଘଣ୍ଟାପ୍ରତି ୯୬୬ କିଲୋମିଟର୍ ବେଗରେ ଉଡ଼ିଯାଉଥିବା ବେଳେ ମଧ୍ୟେ ମଧ୍ୟେ ବିମାନଟିର ବେଗ ଘଣ୍ଟା ପ୍ରତି ୧୧୨୬.୫୪ କିଲୋମଟର୍ ଟପିଯାଉଥିଲା।
‘ବ୍ଲୁମ୍ବର୍ଗ’ ହିସାବ କରିଥିବା ଜେଟ୍ର ଗତି ବେଗକୁ ସମୀକ୍ଷା କରିଥିବା ‘ମାସାଚ୍ୟୁସେଟ୍ସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଷ୍ଟ୍ରୋନଟିକ୍ସ୍ ଆଣ୍ଡ୍ ଏରୋନଟିକ୍ସ୍ର ପ୍ରଧାପକ ଜନ୍ ହାନ୍ସ୍ମ୍ୟାନ୍ କହିଛନ୍ତି, ପ୍ରାଥମିକ ତଥ୍ୟାବଳୀ ସୂଚାଉଛି ଯେ, ବିମାନଟି ଶବ୍ଦର ଗତି ବେଗ ପାଖାପାଖି ବେଗରେ ଗତି କରୁଥିଲା।
ସୂଚନାଯୋଗ୍ୟ, ସମୁଦ୍ର ପତ୍ତନରେ ଶବ୍ଦର ଘଣ୍ଟା ପ୍ରତି ବେଗ ୧୨୨୪.୭୧ କିଲୋମିଟର୍ ଥିବା ବେଳେ ସମୁଦ୍ର ପତ୍ତନ ଠାରୁ ୩୫,୦୦୦ ଫୁଟ୍ ଉଚ୍ଚ ଆକାଶରେ ବାୟୁର ଉତ୍ତାପ କମ୍ ରହୁଥିବାରୁ ଶବ୍ଦର ଘଣ୍ଟା ପ୍ରତି ବେଗ ୧୦୬୭କୁ ହ୍ରାସ ପାଇଥାଏ।
Follow Us