ଗଲୱାନ ସୀମାରେ ପ୍ରବେଶ କରିବାକୁ ପୂର୍ବରୁ ଯୋଜନା କରିଥିଲା ଚୀନ, ତିବ୍ଦତରେ ଜାନୁଆରିରୁ ଟି -୧୫ ଟ୍ୟାଙ୍କ ମୁତୟନ କରିଛି

ଲଦାଖରେ ଭାରତ-ଚୀନ୍‌ ସେନା ପୁଣି ଧସ୍ତାଧସ୍ତି, ପାଙ୍ଗଙ୍ଗ ସୋରେ ସ୍ଥିତାବସ୍ଥା ବଦଳାଇବାକୁ ଚୀନ୍‌ ସେନାର ଉଦ୍ୟମ

ThePrint

ଲଦାଖ: ଚଳିତବର୍ଷ ଜୁନ୍‌ ମାସରେ ପୂର୍ବ ଲଦାଖର ଗାଲୱାନ୍ ଉପତ୍ୟାକା ଦେଇ ଚୀନର ସୈନିକ ଭାରତ ସୀମାକୁ ପ୍ରବେଶ କରିବା ନେଇ ଉପୁଜିଥିବା ବିବାଦ ଏକ ସଂଯୋଗ ନୁହେଁ, ବରଂ ଏପରି କରିବା ପାଇଁ ଚୀନ ପୂର୍ବରୁ ଯୋଜନା କରିଥିଲା ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି।

ଆମେରିକାର ଗୁଇନ୍ଦା ସଂସ୍ଥା ଓ ଭାରତୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଥିବା ଦୁଇଟି ପୃଥକ ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ ଚୀନ ଫିଙ୍ଗର୍-‌୪ରୁ ନେଇ ହଟ ସ୍ପ୍ରିଙ୍ଗ ଅଞ୍ଚଳରେ ଅନୁପ୍ରବେଶ କରିବା ପୂର୍ବରୁ ପ୍ରସ୍ତୁତ ଯୋଜନା ଥିଲା। ପଡୋଶୀ ରାଷ୍ଟ୍ର ଚୀନ ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ତିଆରି ହୋଇଥିବା ଅସ୍ତ୍ରଶସ୍ତ୍ରକୁ ସୀମାରେ ମୁତୟନ କରିଥିଲା।

କେବଳ ସେତିକି ନୁହେଁ, ଜାନୁଆରି ମାସରେ ଚୀନ ତିବ୍ଦତରେ ହାଲୁକା ଟି -୧୫ ଟ୍ୟାଙ୍କ ମୁତୟନ କରିଥିଲା। ଅବଶ୍ୟ ଚୀନର ଏହି ଟ୍ୟାଙ୍କ୍‌ ବ୍ୟବହାରକୁ ନେଇ ଗତ କିଛି ବର୍ଷ ହେବ ସୂଚନା ରହିଥିଲା।

ଟି-୧୫ ଟ୍ୟାଙ୍କର୍‌ ଓଜନ ୩୦ ଟନ୍‌ ହୋଇଥିବା ବେଳେ ଏଥିରେ ୧୦୫ ଏମଏମ୍ ବନ୍ଧୁକ ଅଛି। ଏହି କାରଣରୁ ଏହାକୁ ପାହାଡ଼ିଆ ଅଞ୍ଚଳରେ ସହଜରେ ବ୍ୟବହାର କରାଯାଇପାରିବ। ଏହା ମଧ୍ୟ ଦାବି ହେଉଛି ଯେ ଏହି ଟ୍ୟାଙ୍କଗୁଡ଼ିକୁ ହେଲିକପ୍ଟର ଯୋଗେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ସ୍ଥାନାନ୍ତର କରାଯାଇପାରିବ।

publive-image
chellaney.net

ସୁରକ୍ଷା ଏଜେନ୍ସି ଅନୁଯାୟୀ, ଚୀନ୍‌ର ଟି -୧୫ ଟ୍ୟାଙ୍କ୍‌ ମୁତୟନକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଅତ୍ୟାଧୁନିକ ଟି -୯୦ ଟ୍ୟାଙ୍କକୁ  ଏଲ୍‌ଏସିରେ ମୁତୟନ କରିଛି। ସୁରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ଟି-୧୫ ଟ୍ୟାଙ୍କ୍‌ ହାଲୁକା ହୋଇଥିବା ହେତୁ ଏହାକୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରାଯାଇପାରିବ। ସେହି ତୁଳନାରେ ଟି-୯୦ର ଓଜନ ୪୫ ଟନ୍‌ ଅଧିକ।

ଚୀନ ସହ କୌଣସି ବି ପରିସ୍ଥିତିରେ ମୁକାବିଲା ପରିସ୍ଥିତି ଉପୁଜିପାରେ ବୋଲି ଚିନ୍ତା କରି ସରକାର ସେନାକୁ ସବୁବେଳେ ସଜାଗ ରହିବାକୁ କହିଛନ୍ତି ଏବଂ ଟି -୧୫ ଭଳି ହାଲୁକା ଟ୍ୟାଙ୍କ୍‌ କିଣିବାକୁ ମଞ୍ଜୁରି ଦେଇଛନ୍ତି। ଆପଣଙ୍କ ସୂଚନା ସକା‌ଶେ ଜଣାଇ ଦେଉଛୁ ଯେ ଭାରତୀୟ ସେନା ନିକଟରେ ‌ଏବେ ସୁଦ୍ଧା ଟି-୭୨, ଟି-୯୦ ଏବଂ ଅଜୁର୍ନ ଟ୍ୟାଙ୍କ୍‌ ପରି ଶକ୍ତିଶାଳୀ ଟ୍ୟାଙ୍କ୍‌ ସବୁ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe