କାହାକୁ ଚୀନ ରାଷ୍ଟ୍ରପତି କହିଲେ 'ହାଡ ଭାଙ୍ଗିଦେବି' ?

Advertisment
କାହାକୁ ଚୀନ ରାଷ୍ଟ୍ରପତି କହିଲେ 'ହାଡ ଭାଙ୍ଗିଦେବି' ?

କାଠମାଣ୍ଡୁ: ଭାରତ ଗସ୍ତ ସାରି ନେପାଳ ଗସ୍ତରେ ଯାଇଥିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ | ଏହି ଅବସରରେ ଚୀନ ରାଷ୍ଟ୍ରପତି କହିଥିଲେ ଯେ ଯଦି କେହି ଚୀନକୁ ଭାଙ୍ଗିବାକୁ ପ୍ରଚେଷ୍ଟା କରେ ତେବେ ତାହାର ହାଡ ଭାଙ୍ଗିଦିଆଯିବ | ସି ଜିନପିଙ୍ଗ ୨୩ ବର୍ଷ ମଧ୍ୟରେ ପ୍ରଥମ ଚୀନ ରାଷ୍ଟ୍ରପତି ଯିଏ ନେପାଳ ଗସ୍ତ କରିଛନ୍ତି | ଏଠାରେ ସେ ୨୦ଟି ବୁଝାମଣା ପତ୍ରରେ ସ୍ଵାକ୍ଷର କରିବା ସହ ୫୦ କୋଟି ଡଲାରର ଆର୍ଥିକ ସହାୟତା ଘୋଷଣା କରିଛନ୍ତି | ବଡ଼କଥା ଯେ ନିଜ ଅଭିଭାଷଣରେ ଜିନପିଙ୍ଗ କହିଥିଲେ ଯେ କେହି ଯଦି ଚୀନକୁ ଭାଙ୍ଗିବାକୁ ଚେଷ୍ଟା କରେ ତେବେ ତାହାର ହାତ ଗୋଡ ଭାଙ୍ଗିଦିଆଯିବ | ଜିନପିଙ୍ଗ କହିଛନ୍ତି ଯେ ବିଦେଶୀ ଶକ୍ତି ବି ଚୀନକୁ ଭାଙ୍ଗିବାକୁ ଚାଁହୁଥିଲେ ଏହା ଦିବା ସ୍ବପ୍ନ ହୋଇ ହିଁ ରହିଯିବ |

publive-image

ତେବେ କୌଣସି ବ୍ୟକ୍ତି ବିଶେଷଙ୍କ ନାମ ନେଇନଥିଲେ ବି ଗତ ସପ୍ତାହରେ ହଂକଂରେ ଗଣତନ୍ତ୍ର ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା | ଅନ୍ୟପଟେ ଆମେରିକା ସହ କିଛି ଦେଶ ଅଳ୍ପସଂଖ୍ୟକ ସମୁଦାୟ ଉଇଗରଙ୍କ ପ୍ରତି ଚୀନର ବ୍ୟବହାରକୁ ନେଇ ସ୍ୱର ଉଠାଯାଇଥିଲା |

ଏଠାରେ ସୂଚନା ଥାଉ କି ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଚେନ୍ନାଇରେ ପହଞ୍ଚିବା ପରେ ପ୍ରାଚୀନ ସହର ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ବାଗତ କରିଥିଲେ। ଉଭୟ ନେତା ଆଜି ବାଣିଜ୍ୟ, ପୁଂଜିନିବେଶ ଏବଂ ଅନ୍ୟ କେତେକ ପ୍ରସଙ୍ଗରେ ଆଲୋଚନା କରିବା ସହ ଦ୍ବିପାକ୍ଷିକ ସଂପର୍କକୁ ଅଧିକ ବ୍ୟାପକ କରିବାକୁ ଗୁରୁତ୍ବାରୋପ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe