ଚୀନ୍‌ ପୁନର୍ବାର ଭାରତକୁ ଉସ୍‌କାଉଛି, ଲଦାଖର ଏଲଏସି ନିକଟରେ ଉଡ଼ାଇଲା ଲଢ଼ୁଆ ବିମାନ

Advertisment
ଚୀନ୍‌ ପୁନର୍ବାର ଭାରତକୁ ଉସ୍‌କାଉଛି, ଲଦାଖର ଏଲଏସି ନିକଟରେ ଉଡ଼ାଇଲା ଲଢ଼ୁଆ ବିମାନ

Image Courtesy: India Today

ନୂଆଦିଲ୍ଲୀ: ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଏକ ଚୀନା ଲଢ଼ୁଆ ବିମାନ ଭାରତୀୟ ସୀମାର ଅତି ନିକଟତର ହୋଇ ଉଡ଼ିଛି। ଏ ଘଟଣାରେ ଉତ୍‌କ୍ଷିପ୍ତ ହୋଇ ଭାରତ ଏହି ମାମଲାକୁ ଚୀନ୍‌ ସେନାକୁ ଜଣାଇଛି।

ରିପୋର୍ଟରୁ ପ୍ରକାଶ, ଜୁନ୍‌ ଶେଷ ସପ୍ତାହରେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଏକ ଚୀନା ଲଢ଼ୁଆ ବିମାନ ଭାରତୀୟ ସୀମାର ଅତି ନିକଟତର ହୋଇଥିଲା। ଏହି ଘଟଣାରେ ଭାରତୀୟ ବାୟୁସେନା (ଆଇଏଏଫ) ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି କୌଣସି ସମ୍ଭାବ୍ୟ ଦୁଃସାହସିକ କାର୍ଯ୍ୟର ମୁକାବିଲା ପାଇଁ ନିଜକୁ ସକ୍ରିୟ ଓ ସଜାଗ କରିରଖିଛି।

ପୂର୍ବ ଲଦାଖ ସେକ୍ଟରରେ ଚୀନ୍‌ ସେନା ଦ୍ୱାରା ଗତ କିଛି ମାସ ମଧ୍ୟରେ ଲଢ଼ୁଆ ବିମାନର ଆକାଶ ସୀମା ଉଲ୍ଲଂଘନର ଏହା ପ୍ରଥମ ଘଟଣା ମଧ୍ୟରୁ ଗୋଟିଏ ବୋଲି ଭାରତୀୟ ବାୟୁସେନା କହିଛି।
ତେବେ, ସୀମାନ୍ତ ଅଞ୍ଚଳରେ ନିୟୋଜିତ ଏକ ଆଇଏଏଫ ରାଡାରରେ ଧରାପଡ଼ିବା ପରେ ଚୀନ୍‌ ବିମାନକୁ ହଟାଇ ଦିଆଯାଇଥିଲାବୋଲି ସୂତ୍ରରୁ ପ୍ରକାଶ।

ଏହି ଘଟଣା ସେହି ସମୟରେ ଘଟିଥିଲା ଯେତେବେଳେ ଚୀନ୍‌ ବାୟୁସେନା ପୂର୍ବ ଲଦାଖ ନିକଟରେ ଏହା ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳରେ ଏକ ପ୍ରମୁଖ ଯୁଦ୍ଧ ଅଭ୍ୟାସ କରୁଥିଲା  ଏବଂ ଅଭ୍ୟାସ କାଳରେ ବାୟୁ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଥିଲା । ପ୍ରଚଳିତ ନିୟମ ଅନୁଯାୟୀ, ଭାରତ ଏହି ଘଟଣାକୁ ଚୀନ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ଭବିଷ୍ୟତରେ ଏପରି କୌଣସି ଘଟଣାକୁ ରୋକିବାକୁ ସେମାନଙ୍କୁ କହିଥିବା ସୂତ୍ରରୁ ପ୍ରକାଶ। ଭାରତର ପ୍ରତିକ୍ରିୟା ପରେ ଚୀନ୍‌ ଭାରତୀୟ ସୀମାନ୍ତ ଅଞ୍ଚଳରେ ଆଉ ସେପରି କିଛି କରିନାହିଁ।

ତେବେ, ଏହି ଘଟଣା ପରେ ଚୀନ୍‌ ଦ୍ୱାରା କୌଣସି ସମ୍ଭାବ୍ୟ ଦୁଃସାହସିକ କାର୍ଯ୍ୟକୁ ରୋକିବା ପାଇଁ ଭାରତୀୟ କର୍ତ୍ତୃପକ୍ଷ ପୂର୍ବ ଲଦାଖ କ୍ଷେତ୍ରରେ ଦୃଢ ପଦକ୍ଷେପ ନେଇଛି, ଯେପରି ସେମାନେ ୨୦୨୦ରେ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe