ହାଡ଼ଭଙ୍ଗା ଶୀତ ପାଇଁ ଏଲଏସିରୁ ୧୦,୦୦୦ସୈନ୍ୟ ପ୍ରତ୍ୟାହାର କଲା ଚୀନ

Advertisment
ହାଡ଼ଭଙ୍ଗା ଶୀତ ପାଇଁ ଏଲଏସିରୁ ୧୦,୦୦୦ସୈନ୍ୟ ପ୍ରତ୍ୟାହାର କଲା ଚୀନ

indiatoday

ନୂଆଦିଲ୍ଲୀ: ଗତ ବର୍ଷ ଜୁନ ମାସରେ ଭାରତ-ଚୀନ ସଂପର୍କ ତିକ୍ତ ହୋଇଥିଲା। ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତର ୨୦ଜଣ ଯବାନ ସହିଦ ହେବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହାର ସମାଧାନ ସହ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଅନେକ ଥର କମାଣ୍ଡର ସ୍ଥରୀୟ ବୈଠକ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇପାରିନାହିଁ। ଏ ମଧ୍ୟ‌ରେ ଏଲଏସିରେ ସୈନ୍ୟ ଠୁଳ କରୁଥିବା ଚୀନ ଏକାସାଙ୍ଗରେ ୧୦,୦୦୦ସୈନ୍ୟ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ହାଡ଼ଭଙ୍ଗା ଶୀତ ଏବଂ ସେଠାରେ ସେମାନଙ୍କ ରକ୍ଷଣାବେକ୍ଷଣ କରିବାରେ ଅସୁବିଧା ହେଉଥିବାରୁ ଚୀନ ଏଭଳି କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

US to withdraw troops from Afghanistan: here's what it means for India and  China Qrius

ଗତ ବର୍ଷ ସମଗ୍ର ବିଶ୍ୱ କୋଭିଡ -୧୯ ମହାମାରୀ ସହିତ ଲଢ଼ୁଥିବା ବେଳେ ମାର୍ଚ୍ଚ-ଏପ୍ରିଲରୁ ଚୀନ୍ ପକ୍ଷ ଭାରତୀୟ ସୀମାରେ ୫୦,୦୦୦ ସୈନ୍ୟ ଠୁଳ କରିଥିଲା। ଏବେ ଚୀନ ଭାରତୀୟ ପାର୍ଶ୍ୱର ପ୍ରାୟ ୨୦୦କିଲୋମିଟର ଅଞ୍ଚଳରୁ ୧୦,୦୦୦ସୈନ୍ୟମାନଙ୍କୁ ପ୍ରତ୍ୟାହାର କରିଥିବା ନେଇ ସୂଚନା ମିଳିଛି। ଲଦାଖରେ ଭାରତୀୟ ଅଞ୍ଚଳ ନିକଟବର୍ତ୍ତୀ ଚୀନ୍ ସେନାର ପାରମ୍ପାରିକ ତାଲିମ କ୍ଷେତ୍ରରୁ ଚୀନ ସୈନ୍ୟ ପ୍ରତ୍ୟାହାର କରିଛି। ପୂର୍ବରୁ ଏଠାରେ ସୈନ୍ୟମାନଙ୍କ ଉପସ୍ଥିତି ଜଣାପଡ଼ିଥିବା ବେଳେ ଏବେ ଏହି ଅଞ୍ଚଳଗୁଡିକ ଖାଲି ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe