୧୧୮ ଆପ୍‌ ନିଷିଦ୍ଧ ପରେ ଚୀନ୍‌ କ୍ଷୁବ୍ଧ; ଟାଗୋର, ଯୋଗ ପ୍ରସଙ୍ଗ ଉଠାଇ ଭାରତକୁ ଘେରିଲା

Advertisment
୧୧୮ ଆପ୍‌ ନିଷିଦ୍ଧ ପରେ ଚୀନ୍‌ କ୍ଷୁବ୍ଧ; ଟାଗୋର, ଯୋଗ ପ୍ରସଙ୍ଗ ଉଠାଇ ଭାରତକୁ ଘେରିଲା

DigiAnalysys

ବେଜିଂ : ଚୀନ୍‌ର ଲୋକପ୍ରିୟ ମୋବାଇଲ ଆପ୍‌ ପବ୍‌ଜି ସମେତ ୧୧୮ଟି ଆପ୍‌କୁ ଭାରତ ଗତକାଲି ନିଷିଦ୍ଧ କରିବାପରେ ଚୀନ୍‌ ଏଥିରେ କ୍ଷୁବ୍ଧ ହୋଇଛି। ଆଜି ଚୀନ୍‌ ଏହା ଉପରେ ପ୍ରତିକ୍ରିୟା ରଖିଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଭାରତକୁ ସମାଲୋଚନା କରି କୁହାଯାଇଛି ଯେ, ଯଦି ନୋବେଲ୍‌ ବିଜେତା କବି ରବିନ୍ଦ୍ରନାଥ ଟାଗୋର ଏବଂ ଭାରତର ‘ଯୋଗ’ ପଦ୍ଧତି ଚୀନ୍‌ରେ ବିପୁଳ ଲୋକପ୍ରିୟ ହେବା ସ‌ତ୍ତ୍ବେ କୌଣସି ବିପଦ ସୃଷ୍ଟି କରୁନାହିଁ ତାହାଲେ ପବ୍‌ଜି ଭଳି ଲୋକପ୍ରିୟ ଆପ୍‌ ଭାରତ ପ୍ରତି କିଭଳି ବିପଦ ସୃଷ୍ଟି କରୁଛି ? ଚୀନ୍‌ ନାଗରିକମାନେ ଟାଗୋରଙ୍କ କବିତାକୁ ବହୁତ ଭଲପାଆନ୍ତି ଏବଂ ଯୋଗକୁ ମଧ୍ୟ ଗ୍ରହଣ କରିଛନ୍ତି। ଏହାକୁ ଚୀନ୍‌ କେବେ ମଧ୍ୟ ଏକ ବିପଦ କିମ୍ବା ଅନୁପ୍ରବେଶ ଭାବେ ଗ୍ରହଣ କରିନାହିଁ ବୋଲି ଚୀନ୍‌ ବିଦେଶ ମନ୍ତ୍ରାଳୟ କହିଛି।

ପବ୍‌ଜି ସମେତ ୧୧୮ଟି ଚୀନ ଆପ୍‌ ବିରୋଧରେ ତଥ୍ୟ ଚୋରି ଏବଂ ଦେଶର ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ଥିବା ଦର୍ଶାଇ ସେଗୁଡ଼ିକୁ ଗତକାଲି ସରକାର ନିଷିଦ୍ଧ ଘୋଷଣା କରିଥିଲେ। ଆମେରିକା ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଚୀନ ଚୀନର ବହୁସଂଖ୍ୟକ ଆପ୍‌କୁ ନିଷିଦ୍ଧ ଘୋଷଣା କରିସାରିଛି। ସେହିଭଳି ଚୀନ୍‌ ବାଣିଜ୍ୟ ମନ୍ତ୍ରାଳୟର ମୁଖପାତ୍ର ଗାଓ ଫେଙ୍ଗ୍‌ ଭାରତର ଏହି ନିଷ୍ପତ୍ତି ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଭାରତର ଏ ନିଷ୍ପତ୍ତି ଚୀନ୍‌ର ଅଧିକାରକୁ କ୍ଷୁଣ୍ଣ କରିଛି। ବି‌ଶେଷକରି ଏହା ଦ୍ବାରା ନିବେଶକ ଓ ସେବା ଯୋଗାଣକାରୀ ସଂସ୍ଥା କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଫେଙ୍ଗ୍‌ କହିଛନ୍ତି। ଭାରତ ଏଭଳି ନିଷ୍ପତ୍ତି ନେଇ ନିବେଶ ପରିବେଶର ବ୍ୟାପକ କ୍ଷତି ଘଟାଇଛି। ଭାରତର କୌଣସି ନିଷ୍ପତ୍ତି ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରଭାବିତ ନ କରୁ ବୋଲି ଫେଙ୍ଗ୍‌ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe