Image Courtesy of The Times of India
ନୂଆଦିଲ୍ଲୀ: ପୂର୍ବ ଲଦାଖରୁ ସୈନ୍ୟ ପ୍ରତ୍ୟାହାର କରିବା ପରିବର୍ତ୍ତେ ଚୀନ୍ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ରାସ୍ତା, ସେତୁ, ହେଲିପ୍ୟାଡ୍ ଏବଂ ଅନ୍ୟାନ୍ୟ ସାମରିକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରି ରଖିଛି।
ଶନିବାର ଦିନ ଜଣେ ବରିଷ୍ଠ ସାମରିକ ଅଧିକାରୀ କହିଛନ୍ତି, ବିବାଦ ସମାଧାନ ପ୍ରସ୍ତାବନା ଆଡ଼େ କୌଣସି ବିଶେଷ ଉଦ୍ୟମ ନ କରି ଚୀନ୍ କୂଟନୈତିକ ଏବଂ ସାମରିକ ଆଲୋଚନା ମଧ୍ୟରେ ପିଙ୍ଗ୍-ପଙ୍ଗ୍ କୌଶଳରେ ବଲ୍ ଫିଙ୍ଗୁଛି। କ୍ଷେତ୍ରବିଶେଷରେ କୌଣସି ପରିବର୍ତ୍ତନ ଘଟିନାହିଁ।
ସେହିଭଳି ଲଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ୩, ୪୮୮ କିଲୋମିଟର୍ ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖାର ସମସ୍ତ ତିନିଟି ସେକ୍ଟର୍ରେ ଚୀନ୍ର ପିପୁଲ୍ସ୍ ଲିବରେସନ୍ ଆର୍ମିର ସମ୍ମୁଖୀନ ହେବାକୁ ଭାରତ ମଧ୍ୟ ସୈନ୍ୟ, ତୋପ, କମାଣ ଏବଂ ଅନ୍ୟାନ୍ୟ ଭାରୀ ଅସ୍ତ୍ରଶସ୍ତ୍ର ଠୁଳ କରିଛି।
Image Courtesy of The Times of Indiaଗତ ତିନି ଦିନ ଧରି କେତେଗୁଡ଼ିଏ ଉଚ୍ଚସ୍ତରୀୟ ବୈଠକରେ ପୂର୍ବ ଲଦାଖରେ ଗତ ୧୦୦ ଦିନ ଧରି ରହିଥିବା ସ୍ଥିତି ବିଷୟରେ ଆଲୋଚନା ହେବା ସହ ଓ ସେ ନିମନ୍ତେ ରଣକୌଶଳ ସ୍ଥିର କରାଯାଇଥିଲା। ଶନିବାର ଦିନ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ, ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ୍ ଏବଂ ତିନି ସେନାର ମୁଖ୍ୟ ଏମ୍ ଏମ୍ ନରୱଣେ, ଆଡ୍ମିରାଲ୍ କରମବୀର ସିଂହ ଏବଂ ଏୟାର୍ ଚିଫ୍ ମାର୍ସାଲ୍ ଆର୍ କେ ଏସ୍ ଭଦୌରିଆଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁଇଘଣ୍ଟିଆ ବୈଠକରେ ଅଧ୍ୟକ୍ଷତା କରିଥିଲେ।
Follow Us