ସୀମାରୁ ଉଠାଇନେଇଥିବା ୫ ଭାରତୀୟଙ୍କୁ ଫେରାଇଲା ଚୀନ

Advertisment
ସୀମାରୁ ଉଠାଇନେଇଥିବା ୫ ଭାରତୀୟଙ୍କୁ ଫେରାଇଲା ଚୀନ

aajtak

ନୂଆଦିଲ୍ଲୀ: ଭାରତୀୟ ସେନାର ଦାବି ଆଗରେ ମୁଣ୍ଡ ନୂଆଁଇଲା ଚୀନର ପିପୁଲ୍ସ ଲିବରେସନ୍ ଆର୍ମି । ଅରୁଣାଚଳରୁ ଉଠାଇ ନେଇଥିବା ୫ ଜଣଙ୍କୁ ଆଜି ଚୀନ ଫେରାଇ ଦେଇଛି। ଅରୁଣାଚଳ ପ୍ରଦେଶର ଏକ ସୁଦୂର ଗାଁର ଏହି ପାଞ୍ଚ ଜଣ ଗ୍ରାମବାସୀ ସେନା କର୍ମଚାରୀଙ୍କ ସହ ଭାରତରେ ପ୍ରବେଶ କରିଛନ୍ତି। ଶନିବାର ଅରୁଣାଚଳ ପ୍ରଦେଶର ଅଞ୍ଜୱା ଜିଲ୍ଲାର କିବିଥୁ ଅଞ୍ଚଳ ନିକଟ ୱାଚା ଠାରେ ଏହି ହସ୍ତାନ୍ତର କରାଯାଇଛି।

ଏନେଇ ପୂର୍ବରୁ ସୂଚନା ଦେଇଥିଲେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତଥା ଅରୁଣାଚଳ ପ୍ରଦେଶ ସାଂସଦ କିରଣ ରିଜିଜୁ । ସେ କହିଥିଲେ ଯେ, ଭାରତୀୟ ସେନା ଦ୍ୱାରା ପଠାଯାଇଥିବା ହଟଲାଇନ ମେସେଜର ଜବାବ ଦେଇଛି ଚୀନର ପିଏଲଏ । ଅରୁଣାଚଳରୁ ନିଖୋଜ ୫ ଯୁବକ ଚୀନରେ ଥିବା ସ୍ୱୀକାର କରିଛି ପିଏଲଏ । ଏଥିସହ ସେମାନଙ୍କୁ ଭାରତକୁ ଫେରାଇ ଦେବାପାଇଁ ରାଜି ହୋଇଛି । ଆଜି ଏକ ନିର୍ଦ୍ଦିଷ୍ଟ ସ୍ଥିରିକୃତ ସ୍ଥାନରେ ଏମାନଙ୍କୁ ହସ୍ତାନ୍ତର କରାଯାଇଥିବା ଜଣା ପଡ଼ିଛି ।

PLA confirms 'finding' five missing Arunachal youths : The Tribune India The Tribune India

ସୂଚନା ମୁତାବକ, ଜଙ୍ଗଲକୁ ଶୀକାର କରିବାକୁ ଯାଇଥିବାବେଳେ ଗତ ସେପ୍ଟେମ୍ବର ୨ ତାରିଖରେ ଏମାନଙ୍କୁ ଭାରତ-ଚୀନ ସୀମାରୁ ଅପହରଣ କରିନେଇଥିଲେ ଚୀନ ସେନା ଯବାନ । ଖବର ଜଣାପଡିବା ପରେ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଜୋର ଲଗାଇଦେଇଥିଲା ଭାରତୀୟ ସେନା । ହଟଲାଇନରେ ପ୍ରତିପକ୍ଷଙ୍କୁ ସନ୍ଦେଶ ଦିଆଗଲା । ଗତ ୮ ତାରିଖରେ ଚୀନ ପ୍ରତିପକ୍ଷ ଭାରତୀୟ ସେନା ମେସେଜର ଉତ୍ତର ରଖିବା ସହ ଯୁବକମାନେ ସେମାନଙ୍କ କବଜାରେ ଥିବା ସୂଚନା ଦେଇଥିଲେ । ଏବେ ଆବଶ୍ୟକ ଔପଚାରିକତା ପରେ ଏମାନଙ୍କୁ ଫେରାଇ ଦେଇଛି ଚୀନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe