ପୁଣି ଖସିପଡ଼ିଲା ଚୀନର ଘରୋଇ ରକେଟ୍, ୩ ଉପଗ୍ରହ ନଷ୍ଟ

ପୁଣି ଖସିପଡ଼ିଲା ଚୀନର ଘରୋଇ ରକେଟ୍, ୩ ଉପଗ୍ରହ ନଷ୍ଟ

ବେଜିଂ : ଚୀନର ରକେଟ୍ ନିର୍ମାଣକାରୀ ଷ୍ଟାର୍ଟଅପ୍ ଆଇ-ସ୍ସେଶକୁ ପୁଣି ଥରେ ବିଫଳତାର ସ୍ବାଦ ଚାଖିବାକୁ ପଡ଼ିଛି । ଏହି କମ୍ପାନି ପକ୍ଷରୁ ଉତକ୍ଷେପଣ କରାଯାଇଥିବା ଆଉ ଏକ ରକେଟ୍ ବିସ୍ଫୋରଣ ସହ ଖସିପଡିଛି ।

ଆଇସ୍ପେସ୍ ଦ୍ୱାରା ନିର୍ମିତ ୨୪ ମିଟର କଠିନ ଇନ୍ଧନ ବିଶିଷ୍ଟ ରକେଟ୍ ହାଇପରବୋଲା-୧କୁ ଗୁରୁବାର ଚୀନ୍ର ଗୋବି ମରୁଭୂମିସ୍ଥିତ ଜିଉକୁଆନ୍ ସାଟେଲାଇଟ୍ ଲଞ୍ଚ୍ ସେଣ୍ଟରରୁ ଉତକ୍ଷେପଣ କରାଯାଇଥିଲା, କିନ୍ତୁ ଉତକ୍ଷେପଣର କିଛି ସମୟ ପରେ ତାହା ଖସିପଡ଼ିଥିଲା । ସେହି ରକେଟରେ ତିନୋଟି ଉପଗ୍ରହଣ ଥିଲା ଓ ସେଗୁଡ଼ିକ ନଷ୍ଟ ହୋଇଯାଇଛି ।

ହଂକଂସ୍ଥିତ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ଖବର ଅନୁଯାୟୀ, କମ୍ପାନୀ କହିଛି, "ରକେଟର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ସ୍ୱାଭାବିକ ଭାବରେ ଉତକ୍ଷେପଣ କରାଯାଇଥିଲା, କିନ୍ତୁ ଚତୁର୍ଥ ପର୍ଯ୍ୟାୟରେ ତ୍ରୁଟି ଦେଖାଦେଇଥିଲା ଏବଂ ଉତକ୍ଷେପଣ ଅଭିଯାନ ବିଫଳ ହୋଇଥିଲା। ବିସ୍ତୃତ ଅନୁଧ୍ୟାନ ପରେ ମିଶନ ବିଫଳ ହେବାର ନିର୍ଦ୍ଦିଷ୍ଟ କାରଣ ଯଥାଶୀଘ୍ର ଜଣାପଡ଼ିବ। ଏହି ରକେଟ୍ ୫୦୦ କିଲୋମିଟର ଦୂରରେ ଥିବା ସୂର୍ଯ୍ୟ-ସିନ୍କ୍ରୋନାସ୍ କକ୍ଷପଥକୁ ୩୦୦ କିଲୋଗ୍ରାମ୍ ପେଲୋଡ୍ ପହଞ୍ଚାଇବାରେ ସକ୍ଷମ। ଏହା ତିଆନଜିନ୍ ସ୍ଥିତ ୟୁନ୍ୟାଓ ଏରୋସ୍ପେସ୍ ଟେକ୍ନୋଲୋଜି କମ୍ପାନି ପାଇଁ ପାଣିପାଗ ଉପଗ୍ରହ ନେଇ ଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe