ସାମ୍ପ୍ରତିକ ବିଶ୍ବ ସ୍ଥିତାବସ୍ଥାକୁ ଚାଲେଞ୍ଜ୍‌ କରୁଥିବା ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହେଉଛନ୍ତି ଚୀନ୍‌ ଓ ରୁଷ୍: ଇଂଲଣ୍ଡ୍‌ ଗୁଇନ୍ଦା ଅଧିକାରୀ

Advertisment
ସାମ୍ପ୍ରତିକ ବିଶ୍ବ ସ୍ଥିତାବସ୍ଥାକୁ ଚାଲେଞ୍ଜ୍‌ କରୁଥିବା ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହେଉଛନ୍ତି ଚୀନ୍‌ ଓ ରୁଷ୍: ଇଂଲଣ୍ଡ୍‌ ଗୁଇନ୍ଦା ଅଧିକାରୀ

Image Courtesy of Hindustan Times

ଲଣ୍ଡନ: ସାମ୍ପ୍ରତିକ ବିଶ୍ବ ସ୍ଥିତାବସ୍ଥାକୁ ଚାଲେଞ୍ଜ୍ କରୁଥିବା ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଚୀନ୍‌ ଓ ରୁଷ୍‌ ବୋଲି ରବିବାର ଦିନ ବ୍ରିଟେନ୍‌ର ‘ଡିଫେନ୍ସ୍‌ ଇଣ୍ଟେଲିଜେନ୍ସ’ର ମୁଖ୍ୟ କହିଛନ୍ତି। ପ୍ରତ୍ୟକ୍ଷ ବିବାଦକୁ ପ୍ରୋତ୍ସାହିତ ନ କରି ଦୁଇ ଦେଶ ଯୁଦ୍ଧ ଓ ଶାନ୍ତି ସମୟରେ ମଧ୍ୟ ଅନ୍ୟ ରାଷ୍ଟ୍ରମାନଙ୍କ ପ୍ରତି କ୍ଷତିକାରକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି।

‌ ଗଣମାଧ୍ୟମକୁ ସୂଚନା ଦେବା ବେଳେ ‘ଡିଫେନ୍ସ୍‌ ଇଣ୍ଟେଲିଜେନ୍ସ’ର ମୁଖ୍ୟ ଜେନେରାଲ୍ ଜିମ୍ ହକେନ୍‌ହଲ୍‌ କହିଛନ୍ତି, ଇଲଂଣ୍ଡ୍‌ର ପ୍ରତିଦ୍ବନ୍ଦ୍ବୀମାନେ ଅତି ଉନ୍ନତ ସାମରିକ ବଳ ଯୋଗେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍‌ ଏବଂ ମେସିନ୍ ଲର୍ଣ୍ଣିଂ ଭଳି ଉନ୍ନତ ବୈଷୟିକ ଜ୍ଞାନକୌଶଳର ପରିଚାଳନା ନିମନ୍ତେ ନୂଆ ନୂଆ ଉପାୟମାନ ବିକଶିତ କରୁଛନ୍ତି।

publive-image Image Courtesy of Centre for American Progress

ସେ ଆହୁରି ମଧ୍ୟ କହି‌ଛନ୍ତି, ଯେଉଁ ଧାରାରେ ବିଶ୍ବର ଯୁଦ୍ଧରୀତି ବଦଳିଛି, ତାହା ବିଶ୍ବର ସ୍ଥିତାବସ୍ଥା ଅନୁଯାୟୀ ଚଳୁ ନ ଥିବା ପ୍ରତିଦ୍ବନ୍ଦ୍ବୀଙ୍କ ସହ ତାଳ ମିଳାଇ ଅଗ୍ରସର ହେବା ଲାଗି ପାଶ୍ଚାତ୍ୟ ଦେଶ ପ୍ରତି ଚାଲେଞ୍ଜ୍‌ ସୃଷ୍ଟି କରିବ।

ହକେନ୍‌ହଲ୍‌ଙ୍କ କହିବା ଅନୁସାରେ, ସାଇବର୍ ଏବଂ ମହାକାଶ ‌ଭଳି ନୂତନ କ୍ଷେତ୍ରରେ ଏହି ପ୍ରତିଦ୍ବନ୍ଦ୍ବିତା ବୃଦ୍ଧି ପାଇଛି। ଏଥିଯୋଗୁଁ ଆମର ସହାବସ୍ଥାନ, ଆମର ସ୍ଥିତିସ୍ଥାପକତା ଆମର ବୈଶ୍ବିକ ସ୍ବାର୍ଥ ପ୍ରତି ବିପଦ ସୃଷ୍ଟି ହୋଇଛି। ଚିରାଚରିତ ବିପଦ ଥିବା ବେଳେ, ଆମେ ଦେଖୁଛନ୍ତି ଆମର ପ୍ରତିଦ୍ବନ୍ଦ୍ବିମାନେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାରେ ଅର୍ଥ ବିନିଯୋଗ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe