ଚୀନ୍-ରୁଷ୍‌ ନୂତନ ବନ୍ଧୁତାର ପରଖ

Advertisment
ଚୀନ୍-ରୁଷ୍‌ ନୂତନ ବନ୍ଧୁତାର ପରଖ

NDTV.com

ବେଜିଂ: ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଓ ତାଙ୍କ ରୁଷ୍ ପ୍ରତିପକ୍ଷ ଭ୍ଲାଦିମିର ପୁଟିନ ଫେବ୍ରୁଆରିରେ ଏକ ଉଷ୍ମ ବୈଠକରେ ‘ସୀମାହୀନ’ ବନ୍ଧୁତ୍ବର କଥା କହିଥିଲେ। ତା’ର କିଛିଦିନ ପରେ ୟୁକ୍ରେନ୍ ଯୁଦ୍ଧ ସମୟରେ ସେହି ବନ୍ଧୁତ୍ବର ପରୀକ୍ଷା ହେଉଛି। ୟୁକ୍ରେନ୍ ଆକ୍ରମଣକୁ ନେଇ ଅନ୍ତର୍ଜାତୀୟ ସମୁଦାୟ ରୁଷିଆ ବିରୋଧରେ ଥିବାବେଳେ ଚୀନ୍ ମସ୍କୋ ସାଙ୍ଗରେ ରହି ଅନ୍ୟମାନଙ୍କ ଆଖିରେ ନିନ୍ଦିତ ହେବାକୁ ଚାହେଁନା, ପୁଣି ମସ୍କୋ ସହ ବନ୍ଧୁତାର ସମ୍ପର୍କ ଛିନ୍ନ କରିବାକୁ ବି ଚାହେଁନା। ଏକଦା ଶୀତଳ ଯୁଦ୍ଧ ସମୟରେ ଚୀନ୍ ଥିଲା ମସ୍କୋର ପରମ ଶତ୍ରୁ। କିନ୍ତୁ ସି ଜିନ୍‌ପିଙ୍ଗ ପ୍ରାୟ ଏକ ଦଶନ୍ଧି ତଳେ କ୍ଷମତାକୁ ଆସିବା ପରେ ସେମାନେ ପରସ୍ପରର ନିକଟତର ହୋଇଛନ୍ତି। ଉଭୟଙ୍କ ଭିତରେ ଗୋଟିଏ ସମାନ ଲକ୍ଷ୍ୟ ରହିଛି- ଆମେରିକାକୁ ଦବେଇବା।

କିନ୍ତୁ ଏବେ ୟୁକ୍ରେନ୍ ଯୁଦ୍ଧକୁ ନେଇ ବିଶ୍ବ କ୍ରେମ୍‌ଲିନର ବିପକ୍ଷରେ ଥିବାବେଳେ ଚୀନ୍ କପଟାଚାର (ହିପୋକ୍ରିସି) ଆପଣେଇଛି। ଏଣେ କହୁଛି ୟୁକ୍ରେନ୍‌କୁ ନେଇ ମସ୍କୋର ସୁରକ୍ଷା ଚିନ୍ତା ଘାରିବା ସ୍ବାଭାବିକ, ତେଣେ କହୁଛି ଆମେରିକା ନେତୃତ୍ବାଧୀନ ନାଟୋର ସମ୍ପ୍ରସାରଣ ବି ଯଥାର୍ଥ। ଏଣେ ମସ୍କୋକୁ ନିନ୍ଦା କରିବାକୁ ମନା କରୁଛି, ମସ୍କୋ-ବିରୋଧୀ ଭୋଟଦାନରୁ ବିରତ ରହୁଛି, ତେଣେ ଚୀନ୍‌ର ସରକାରୀ ମୁଖପାତ୍ର ପ୍ରେସ୍ ସମ୍ମିଳନୀରେ ବିଦେଶୀ ସାମ୍ବାଦିକମାନଙ୍କ ଆଗରେ ରୁଷିଆର ୟୁକ୍ରେନ୍ ଆକ୍ରମଣକୁ ବେଆଇନ ଅନୁପ୍ରବେଶ ବୋଲି କହୁଛନ୍ତି। ଏପରି କପଟାଚାର କରି ବେଜିଂ କେତେଦିନ ବନ୍ଧୁତା ବଜାୟ ରଖିପାରିବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe