ପୃଥିବୀ ବାହାରେ ଜୀବସତ୍ତା ଚିହ୍ନଟ କରିଥାଇ ପାରେ ‘ସ୍କାଏ ଆଇ’ ଦୂରବୀକ୍ଷଣ: ଚୀନ୍‌

ପୃଥିବୀ ବାହାରେ ଜୀବସତ୍ତା ଚିହ୍ନଟ କରିଥାଇ ପାରେ ‘ସ୍କାଏ ଆଇ’ ଦୂରବୀକ୍ଷଣ: ଚୀନ୍‌

ନୂଆଦିଲ୍ଲୀ: ପ୍ରକାଣ୍ଡ ‘ସ୍କାଇ ଆଇ’ ଦୂରବୀକ୍ଷଣ ଯନ୍ତ୍ର ପୃଥିବୀ ବାହାରେ ଜୀବସତ୍ତା ଚିହ୍ନଟ କରିଥାଇ ପାରେ ବୋଲି ରାଷ୍ଟ୍ରାୟତ ‘ସାଇନ୍‌ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି ଡେଲି’ ରିପୋର୍ଟ କରିଛି। କିନ୍ତୁ, ପରେ ଉକ୍ତ ରିପୋର୍ଟ ଓ ପୋଷ୍ଟ୍‌ଗୁଡ଼ିକୁ ଡିଲିଟ୍‌ କରିଦେଇ ଥିବା ପରି ମନେହେଉଛି।

publive-image Image Courtesy of Free Press Journal

‘ସ୍କାଏ ଆଇ’ ଚିହ୍ନଟ କରିଥିବା ‘ନ୍ୟାରୋ-ବ୍ୟାଣ୍ଡ୍‌ ଇଲେକ୍ଟ୍ରୋମାଗ୍ନେଟିକ୍‌’ ସଙ୍କେତଗୁଡ଼ିକ ପୂର୍ବରୁ ଚିହ୍ନଟ କରାଯାଇଥିବା ସଙ୍କେତଗୁଡ଼ିକ ଠାରୁ ଭିନ୍ନ। ଏହି ସଙ୍କେତ ଉପରେ ଜ୍ୟୋତିର୍ବିଜ୍ଞାନୀ ଟିମ୍‌ ଅଧିକ ତଦନ୍ତ କରୁଛି ବୋଲି ବୈଜ୍ଞାନିକ ଝାଙ୍ଗ୍‌ ତୋଞିଙ୍କ କଥାରୁ ଉଦ୍ଧାର କରାଯାଇ ଉକ୍ତ ରିପୋର୍ଟରେ ପ୍ରକାଶ କରାଯାଇଛି। ବେଜିଙ୍ଗ୍‌ ନର୍ମାଲ୍‌ ୟୁନିଭର୍ସିଟି, ଦି ନ୍ୟାସ୍‌ନାଲ୍‌ ଆଷ୍ଟ୍ରୋନୋମିକାଲ୍‌ ଅବ୍‌ଜଭେଟରି ଅଫ୍‌ ଦି ଚାଇନିଜ୍‌ ଏକାଡେମି ଅଫ୍‌ ସାଇନ୍‌ସେସ୍‌ ଏବଂ ୟୁନିଭର୍ସିଟି  ଅଫ୍‌ କାଲିଫର୍ଣ୍ଣିଆ ମିଳିତ ଭାବେ ଏହି ‘ବର୍ହିଜାଗତିକ ସଭ୍ୟତା ଅନ୍ବେଷଣ ଟିମ୍‌ ସଂସ୍ଥାପନ କରିଛନ୍ତି।

publive-image Image Courtesy of NDTV

ଝାଙ୍ଗ୍‌ କହିଛନ୍ତି, ସନ୍ଦିଗ୍ଧ ସଙ୍କେତ ସବୁ ହୁଏ ତ ଭୁଲ୍‌କ୍ରମେ ପଶି ଆସିଥିବା କ‌ୌଣସି ପ୍ରକାର ବେତାର ସଙ୍କେତ ହୋଇପାରେ। ତେଣୁ, ଏ ବିଷୟରେ ଅଧିକ ତଦନ୍ତ ଲୋଡ଼ା।

ଚୀନ୍‌ର ‘ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ’ର ସମ୍ବାଦପତ୍ର ‘ସାଇନ୍‌ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି ଡେଲି’ର ୱେବ୍‌ସାଇଟ୍‌ରୁ କାହିଁକି ଉକ୍ତ ରିପୋର୍ଟ ହଟାଇ ଦିଆଗଲା, ତା’ର କାରଣ ଜଣାପଡ଼ିନାହିଁ। କିନ୍ତୁ, ହଟାଯିବା ପୂର୍ବରୁ ଉକ୍ତ ଖବର ସାମାଜିକ ନେଟ୍‌ୱାର୍କ ‘ୱେବିଓ’ ଏବଂ ରା‌ଷ୍ଟ୍ରାୟତ ଗଣମାଧ୍ୟମ ଆଦି ସମେତ ଅନ୍ୟାନ୍ୟ ସମ୍ବାଦ ପ୍ରସାରଣ ସଂସ୍ଥାନଦ୍ବାରା ପ୍ରସାରିତ ହୋଇସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe