Image Courtesy of India Today
ବେଜିଙ୍ଗ୍: ଶ୍ରୀଲଙ୍କାର ହମ୍ବନ୍ଟୋଟା ବନ୍ଦରରେ ଲାଗିଥିବା ଚୀନ୍ର ‘ହାଇ-ଟେକ୍’ ରିସର୍ଚ ଜାହାଜର କାର୍ଯ୍ୟକଳାପ କୌଣସି ଦେଶର ନିରାପତ୍ତାକୁ ପ୍ରଭାବିତ କରିବ ନାହିଁ ଏବଂ ଏହାକୁ କୌଣସି ‘ତୃତୀୟ ପକ୍ଷ’ ବାଧା ନ ଦେବା ଉଚିତ।
ସୂଚନାଯୋଗ୍ୟ, ସାମରିକ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଥିବା ଦକ୍ଷିଣ ଶ୍ରୀଲଙ୍କା ବନ୍ଦରରେ ଉକ୍ତ ‘ଗୁପ୍ତଚର ଜାହାଜ’ ଲଙ୍ଗର୍ ପକାଇଥିବାରୁ ଭାରତ ଓ ଚୀନ୍ ବଡ଼ ଚିନ୍ତିତ ହୋଇପଡ଼ିଛନ୍ତି।
ଚୀନ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ୍ ୱେନ୍ବିନ୍ କହିଛନ୍ତି, ଶ୍ରୀଲଙ୍କା ତରଫରୁ ସକ୍ରିୟ ସହଯୋଗ ମିଳବା ପରେ ‘୫ମ ୟୁଆଙ୍ଗ୍ ୱାଙ୍ଗ୍’ ନାମକ ହମ୍ବନ୍ଟୋଟା ବନ୍ଦରରେ ସଫଳତାର ସହ ବନ୍ଧା ଯାଇଛି।
ଏହାଛଡ଼ା, ଚୀନ୍ଠାରୁ ଆଣିଥିବା ଋଣ ସମେତ ୫୧ ବିଲିୟନ୍ ଡଲାର୍ ଋଣ ଖିଲାପ କରି ଦେବାଳିଆ ହୋଇଯାଇଥିବା ଶ୍ରୀଲଙ୍କାକୁ ଚୀନ୍ ଆର୍ଥିକ ସହାୟତା ଦେବ କି, ବୋଲି ପଚାରାଯାଇଥିବା ପ୍ରଶ୍ନକୁ ୱାଙ୍ଗ୍ ଏଡ଼ାଇ ଦେଇଛନ୍ତି।
Image Courtesy of MDNewsସେ କହିଛନ୍ତି, ଉକ୍ତ ଜାହାଜ ପହଞ୍ଚିବା ପରେ ଶ୍ରୀଲଙ୍କାସ୍ଥିତ ଚୀନା ରାଷ୍ଟ୍ରଦୂତ କ୍ବି ଝେନ୍ହୋଙ୍ଗ୍ ହମ୍ବନଟୋଟା ବନ୍ଦରରେ ସ୍ବାଗତ ଉତ୍ସବ ଆୟୋଜନ କରିଥିଲେ। ୨୦୧୭ରେ ଋଣ ଅଦଳ ବଦଳ ରାଜିନାମାରେ ବେଜିଙ୍ଗ୍ ଉକ୍ତ ବନ୍ଦରକୁ ୯୯ ବର୍ଷ ପାଇଁ ଲିଜ୍ ନେଇଛି।
ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକାର ଚିନ୍ତାକୁ ଉଦ୍ଦେଶ୍ୟ କରି ୱାଙ୍ଗ୍ ଆହୁରି ମଧ୍ୟ କହିଛନ୍ତି, ମୁଁ ପୁନର୍ବାର ଗୁରୁତ୍ବାରୋପ କରି କହୁଛି ଯେ, ଆନ୍ତର୍ଜାତିକ ଆଇନ ଏବଂ ଅତୀତରୁ ଗଡ଼ି ଆସୁଥିବା ଆନ୍ତର୍ଜାତିକ ପରାମ୍ପରା ଅନୁଯାୟୀ ‘୫ମ ୟୁଆଙ୍ଗ୍ ୱାଙ୍ଗ୍’ ଜାହାଜ ସାମୁଦ୍ରିକ ବିଜ୍ଞାନ ଗବେଷଣା କାର୍ଯ୍ୟ କରୁଛି। ଏହି ଗବେଷଣା କାର୍ଯ୍ୟ ଅନ୍ୟ କୌଣସି ଦେଶର ନିରାପତ୍ତା ଏବଂ ଆର୍ଥିକ ସ୍ବାର୍ଥକୁ ପ୍ରଭାବିତ କରିବ ନାହିଁ। ତେଣୁ, କୌଣସି ତୃତୀୟ ପକ୍ଷ ଏହାକୁ ବାଧା ଦେବା ଅନୁଚିତ।
ଉପରୋକ୍ତ ସ୍ବାଗତ ଉତ୍ସବରେ ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ୍ ବିକ୍ରମସିଂଘେଙ୍କର ଜଣେ ପ୍ରତିନିଧିଙ୍କ ସମେତ ରାଜନୈତିକ ଦଳ ଏବଂ ମୈତ୍ରେୟ ସମ୍ପ୍ରଦାୟର ୧୦ଜଣ ମୁଖ୍ୟ ଯୋଗ ଦେଇଥିଲେ ବୋଲି ୱାଙ୍ଗ୍ କହିଛନ୍ତି।
ଜାହାଜଟି କିଛି ସମୟ ପାଇଁ ସେଠାରେ ରହିପାରେ ବୋଲି ସେ ସୂଚନା ଦେଇଛନ୍ତି।
Follow Us