Image Courtesy of Reuters
ବେଜିଙ୍ଗ୍: ଚୀନ୍ ପ୍ରେରିତ ରୋଭର୍ ‘ଜୁରୋଙ୍ଗ୍’ ଶନିବାର ଦିନ ପ୍ରଥମ କରି ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ଗତି କରିଥିବା କଥା ଉକ୍ତ ରୋଭର୍ ପାଇଁ ଥିବା ଚୀନା ସାମାଜିକ ଗଣମାଧ୍ୟମରୁ ଜଣାପଡ଼ିଛି।
ଚୀନାର ପୌରାଣିକ ଅଗ୍ନିଦେବତା ‘ଜୁରୋଙ୍ଗ୍’ଙ୍କ ନାମାନୁସାରେ ନାମିତ ଏହି ରୋଭର୍ ବେଜିଙ୍ଗ୍ ସମୟ ସକାଳ ୧୦:୪୦ରେ ମଙ୍ଗଳ ପୃଷ୍ଠରେ ଚାଲିଛି ବୋଲି ଉପରୋକ୍ତ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ରେ ଉଲ୍ଲେଖ ଅଛି। ରିମୋଟ୍-ନିୟନ୍ତ୍ରିତ ସେ ମୋଟୋର୍ ଚାଳିତ ରୋଭର୍ଟି ‘ଲ୍ୟାଣ୍ଡିଙ୍ଗ୍ କ୍ୟାପ୍ସୁଲ୍’ର ଶିଡ଼ିଦ୍ବାରା ଓହ୍ଲାଇ ମଙ୍ଗଳ ଗ୍ରହ ପୃଷ୍ଠରେ ଚାଲିବା ପରେ ଚୀନ୍ର ପ୍ରଥମ ଅଭିଯାନ ସଫଳ ହୋଇଛି।
Image Courtesy of CBCଏଥିସହ, ଯୁକ୍ତରାଷ୍ଟ୍ର ଆମେରିକା ପରେ ମଙ୍ଗଳ ଗ୍ରହରେ ଭୂପୃଷ୍ଠ ଯାନ ମୁତୟନକାରୀ ଦ୍ବିତୀୟ ଦେଶ ଭାବେ ଚୀନ୍ ପରିଗଣିତ ହୋଇଛି। ୧୯୭୧ରେ ପୂର୍ବତନ ସୋଭିଏତ୍ ଦେଶ ମଙ୍ଗଳ ଗ୍ରହ ପୃଷ୍ଠରେ ଗୋଟାଏ ମହାକାଶଯାନ ଅବତରଣ କରାଇଥିଲା, କିନ୍ତୁ କିଛି କ୍ଷଣ ପରେ ତାହା ପୃଥିବୀ ପୃଷ୍ଠରୁ ଯୋଗାଯୋଗ ହରାଇବାରୁ ଅଭିଯାନ ବିଫଳ ହୋଇଗଲା।
ମଙ୍ଗଳ ଗ୍ରହର ପୃଷ୍ଠ ଓ ବାୟୁମଣ୍ଡଳ ଅନୁଶୀଳନ କରିବା ଲାଗି ଚୀନ୍ ପ୍ରେରିତ ୨୪୦ କିଲୋ ଓଜନବିଶିଷ୍ଟ ‘ଜୁରୋଙ୍ଗ୍’ରେ ଗୋଟାଏ ‘ହାଇ-ରିଜୋଲ୍ୟୁସନ୍ ଟୋପୋଗ୍ରାଫି କ୍ୟାମେରା’ ସମେତ ୬ଟି ବୈଜ୍ଞାନିକ ଉପକରଣ ରହିଛି।
ସୌରଶକ୍ତି ଚାଳିତ ‘ଜୁରୋଙ୍ଗ୍’ ମଙ୍ଗଳ ପୃଷ୍ଠରେ ପୋତିହୋଇ ରହିଥିବା ଜଳ ଓ ବରଫ ସମେତ ଆଦିମ ଜୀବସତ୍ତାର ସନ୍ଧାନ ନେବ।
Follow Us