ଜଣେ ମହିଳାଙ୍କ ସମେତ ୩ ଜଣ ମହାକାଶଚାରୀଙ୍କୁ ମହାକାଶ ପଠାଇଲା ଚୀନ

ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଚାଇନା । ଚୀନର ତିନି ଜଣ ମହାକାଶଚାରୀ ନୂତନ ଅନୁଧ୍ୟାନ ପାଇଁ ମହାକାଶ ଉପଲକ୍ଷେ ଉଡାଣ ଆରମ୍ଭ କରିଛନ୍ତି । ତିନି ଜଣ ମହାକାଶଚାରୀଙ୍କ ମଧ୍ୟରେ ଜଣେ ୩୪ ବର୍ଷୀୟ ମହିଳା ମହାକାଶଚାରୀ ମଧ୍ୟ ରହିଛନ୍ତି।

www.indiatoday.in

ବେଜିଂ: ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଚାଇନା । ଚୀନର ତିନି ଜଣ ମହାକାଶଚାରୀ ନୂତନ ଅନୁଧ୍ୟାନ ପାଇଁ ମହାକାଶ ଉପଲକ୍ଷେ ଉଡାଣ ଆରମ୍ଭ କରିଛନ୍ତି । ତିନି ଜଣ ମହାକାଶଚାରୀଙ୍କ ମଧ୍ୟରେ ଜଣେ ୩୪ ବର୍ଷୀୟ ମହିଳା ମହାକାଶଚାରୀ ମଧ୍ୟ ରହିଛନ୍ତି।

ଏମାନେ ମହାକାଶରେ ଚାଇନାର ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ତିୟାଙ୍ଗଗୋଙ୍ଗ ସ୍ପେଶ୍ ଷ୍ଟେସନ୍‌ରେ ରହି ଚନ୍ଦ୍ରମା ଉପରେ କାମ କରିବେ  । ୨୦୩୦ ସୁଦ୍ଧା ଚନ୍ଦ୍ରକୁ ମହାକାଶଚାରୀଙ୍କୁ ପଠାଇବାର ଯୋଜନା କରୁଛି ଚାଇନା । ଏହି ଦିଗରେ ଅଧିକ ଅନୁଧ୍ୟାନ କରିବେ ଏହି ତିନି ମହାକାଶଚାରୀ । ଚାଇନାର ଏହି ସ୍ପେଶ୍ ମିଶନ୍‌ର ନାମ ରହିଛି ଶେନହାଓ ଏଇଟ୍‌ । ୪୩ ବର୍ଷୀୟ କମାଣ୍ଡର ୟେ ଗୁଆଙ୍ଗଫୁଙ୍କ ନେତୃତ୍ବରେ ୩୪ ବର୍ଷୀୟ ହି କାଙ୍ଗ ଏବଂ ୩୬ ଲି ଗୁଆଙ୍ଗସୁ ମହାକାଶକୁ ନିଜ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଥମେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍‌ରେ ରହି ଆବର୍ଜନା ସଂରକ୍ଷଣ ଉପକରଣ ସ୍ଥାପନ କରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe