ଇରାନ ପହଞ୍ଚିଲା ଚୀନର ୩ଟି ରହସ୍ୟମୟ ବିମାନ

ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକା ଯୋଗ ଦେବାର ଆଶଙ୍କା ମଧ୍ୟରେ ଚୀନ ଓ ରୁଷ ଇରାନକୁ ଗୋପନରେ ସହାୟତା କରୁଛନ୍ତି । ଚୀନ ପକ୍ଷରୁ ତେହେରାନକୁ ଗୋପନରେ ଅସ୍ତ୍ରଶସ୍ତ୍ର ଦିଆଯାଉଥିବା ସଂଦେହ କରାଯାଉଛି । ଏଥିପାଇଁ ଚୀନର ୩ଟି କାର୍ଗୋ ବିମାନ ଗୋପନରେ ତେହେରାନରେ ଓହ୍ଲାଇଛି ।

WhatsApp Image 2025-06-20 at 16.31.36

ତେହେରାନ: ଦିନକୁ ଦିନ ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଘମାଘୋଟ ରୂପ ନେଉଛି । ଏହି ଯୁଦ୍ଧରେ ଆମେରିକା ଯୋଗ ଦେବାର ଆଶଙ୍କା ମଧ୍ୟରେ ଚୀନ ଓ ରୁଷ ଇରାନକୁ ଗୋପନରେ ସହାୟତା କରୁଛନ୍ତି । ଚୀନ ପକ୍ଷରୁ ତେହେରାନକୁ ଗୋପନରେ ଅସ୍ତ୍ରଶସ୍ତ୍ର ଦିଆଯାଉଥିବା ସଂଦେହ କରାଯାଉଛି । ଏଥିପାଇଁ ଚୀନର ୩ଟି କାର୍ଗୋ ବିମାନ ଗୋପନରେ ତେହେରାନରେ ଓହ୍ଲାଇଛି । 

ଏହି ବିମାନଗୁଡ଼ିକରେ କଣ ଥିଲା ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଏପରି ପରିସ୍ଥିତିରେ, ଚୀନ୍ ଇରାନକୁ ଅସ୍ତ୍ରଶସ୍ତ୍ର କିମ୍ବା ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗାଇଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

ଯଦିଓ ଏହି ବିମାନଗୁଡ଼ିକର ରୁଟ୍ ସାଂଘାଇ ଇତ୍ୟାଦିରୁ ଲକ୍ସେମବର୍ଗକୁ ଥିଲା, କିନ୍ତୁ ମଝି ଆକାଶରେ ଏହି ବିମାନଗୁଡ଼ିକ ସେମାନଙ୍କର ଟ୍ରାନ୍ସପଣ୍ଡର ଏବଂ ସେନ୍ସରଗୁଡ଼ିକୁ ବନ୍ଦ କରି ଇରାନ ଆକାଶ ସୀମାରେ ପହଞ୍ଚିଥିଲେ, ଯଦ୍ବାରାକି ଏହାକୁ ଅନ୍ୟମାନେ ଠାବ କରିପାରିବେ ନାହିଁ । ଏହି ବିମାନଗୁଡ଼ିକରେ କଣ ଥିଲା ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଏପରି ପରିସ୍ଥିତିରେ, ଚୀନ୍ ଇରାନକୁ ଅସ୍ତ୍ରଶସ୍ତ୍ର କିମ୍ବା ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗାଇଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

ଇସ୍ରାଏଲ-ଇରାନ ଯୁଦ୍ଧରେ ସାମିଲ ନହେବା ପାଇଁ ରୁଷ ରାଷ୍ଟ୍ରପତି ପୁଟିନ ଆମେରିକା ରାଷ୍ଟ୍ରପତିଙ୍କୁ ଚେତାବନୀ ଦେଇଛନ୍ତି। ପୁଟିନ କହିଛନ୍ତି ଯେ ଯଦି ଆମେରିକା ଯୁଦ୍ଧରେ ଲମ୍ଫ ଦିଏ, ତେବେ ରୁଷ (ଏବଂ ଚୀନ୍) ମଧ୍ୟ ଇରାନକୁ ସିଧାସଳଖ ସମର୍ଥନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe