ସାଙ୍ଘାଇ ସହରର ୨୬ ନିୟୁତ ବାସିନ୍ଦାଙ୍କ କୋଭିଡ୍‌ ପରୀକ୍ଷା କରାଇବାକୁ ସେନା ଓ ଡାକ୍ତର ପଠାଇଲା ଚୀନ୍‌

ସାଙ୍ଘାଇ ସହରର ୨୬ ନିୟୁତ ବାସିନ୍ଦାଙ୍କ କୋଭିଡ୍‌ ପରୀକ୍ଷା କରାଇବାକୁ ସେନା ଓ ଡାକ୍ତର ପଠାଇଲା ଚୀନ୍‌

Image Courtesy of Money Control

ସାଙ୍ଘାଇ: ସାଙ୍ଘାଇ ସହରରେ ବସବାସ କରୁଥିବା ୨୬ ନିୟୁତ ଲୋକଙ୍କର କୋଭିଡ୍-୧୯ ପରୀକ୍ଷା ସମ୍ପାଦନ କରିବାରେ ସହାୟତା ଲାଗି ଆଜି ଚୀନ୍‌ ସେନାବାହିନୀ ଓ ବିପୁଳ ସ୍ବାସ୍ଥ୍ୟ ସେବା କର୍ମୀଙ୍କୁ ପଠାଇଛି।

ନିଜ ନିଜ ବାସଭବନ ପରିସରରେ ‘ନ୍ୟୁକ୍ଲେଜିକ୍‌ ଏସିଡ୍‌’ ପରୀକ୍ଷା ହେବାକୁ ଥିବା କେତେକ ବାସିନ୍ଦାଙ୍କୁ ପାହାନ୍ତା ପୂର୍ବରୁ ଉଠିବାକୁ କୁହାଯାଇଥିଲା। ତେଣୁ, ପାଇଜାମ ପିନ୍ଧିଥିବା ଅନେକ ଲୋକ ଧାଡ଼ିବାନ୍ଧି ଠିଆ ହୋଇଥିଲେ।

ନ୍‌ ସେନାବାହିନୀର ଏକ ସମ୍ବାଦପତ୍ର ରିପୋର୍ଟ ଅନୁସାରେ, ରବିବାର ଦିନ ‘ଦି ପିପୁଲସ୍‌ ଲିବରେସନ୍‌ ଆର୍ମି’ (ପିଏଲ୍‌ଏ) ସ୍ଥଳ ଓ ନୌବାହିନୀରୁ ୨୦୦୦ରୁ ଊର୍ଦ୍ଧ୍ବ ଡାକ୍ତରୀ କର୍ମଚାରୀ ଚୟନ କରି ସାଙ୍ଘାଇକୁ ପଠାଇବା ସହ ସେମାନଙ୍କ ସହିତ ସୈନିକମାନଙ୍କୁ ମଧ୍ୟ ପଠାଯାଇଛି।

publive-image Image Courtesy of NDTV

ଜିଆଙ୍ଗ୍‌ସୁ, ସେଜିଆଙ୍ଗ୍‌ ଏବଂ ବେଜିଙ୍ଗ୍‌ ଭଳି ପ୍ରଦେଶରୁ ପ୍ରାୟ ୧୦,୦୦୦ ସ୍ବାସ୍ଥ୍ୟସେବା କର୍ମୀଙ୍କୁ ସାଙ୍ଘାଇ ପଠାଯାଇଥିବା କଥା ମଧ୍ୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ଊହାନ୍‌ରେ ପ୍ରାରମ୍ଭିକ କୋଭିଡ୍‌-୧୯ ସଂକ୍ରମଣ ଆରମ୍ଭ ହେବା ପରଠାରୁ ଏହା ହେଉଛି ମହାମାରୀ ମୁକାବିଲା ପାଇଁ ଚୀନ୍‌ର ବୃହତ୍ତମ ଜନସ୍ବାସ୍ଥ୍ୟ ଅଭିଯାନ। ‘ଷ୍ଟେଟ୍‌ କାଉନ୍‌ସିଲ୍‌’ କହିଥିଲା ଯେ, ହୁବେଇ ପ୍ରଦେଶ ଅନ୍ତର୍ଗତ ଊହାନ୍‌କୁ ୪,୦୦୦ ଡାକ୍ତରୀ କର୍ମଚାରୀ ପଠାଯାଇଥିଲା।

ଗତ ସୋମବାର ଠାରୁ ୨ସ୍ତରୀୟ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିବା ସାଙ୍ଘାଇରେ ସମସ୍ତ ବାସିନ୍ଦା ଘରେ ପଶି ରହିଥିବା ସତ୍ତ୍ବେ ଏପ୍ରିଲ୍‌ ୩ ତାରିଖ ଦିନ ୮,୫୮୧ ଲକ୍ଷଣହୀନ ଏବଂ ୪୨୫ଟି ଲକ୍ଷଣଯୁକ୍ତ କୋଭିଡ୍‌ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ‘ସେଲଫ୍‌ ଟେଷ୍ଟ୍‌ କିଟ୍‌’ଦ୍ବାରା ‘ଆଣ୍ଟିଜେନ୍‌’ ଟେଷ୍ଟ୍‌ କରିବା ପାଇଁ ରବିବାର ଦିନ ଜନସାଧାରଣଙ୍କୁ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe