ମହାକାଶକୁ ମଞ୍ଜି, ଚାରା ଓ ଛତୁ ପଠାଇବ ଚୀନ୍‌ ! ଜାଣନ୍ତୁ କାରଣ କ’ଣ

ମହାକାଶକୁ ମଞ୍ଜି, ଚାରା ଓ ଛତୁ ପଠାଇବ ଚୀନ୍‌ ! ଜାଣନ୍ତୁ କାରଣ କ’ଣ

Image Courtesy of India Today

ବେଜିଙ୍ଗ୍‌: ଗୁଣସୂତ୍ର ରୂପାନ୍ତରଣ ପାଇଁ ଚୀନ୍‌ ମହାକାଶକୁ କେତେକ ମଞ୍ଜି, ଚାରା ଓ କବକ (ଛତୁ) ପଠାଇବ ବୋଲି ‘ଦି ଚାଇନା ମ୍ୟାନ୍‌ଡ୍‌ ସ୍ପେସ୍‌ ଏଜେନ୍‌ସି’ (ସିଏମ୍‌ଏସ୍‌ଏ) ତାଲିକା ଘୋଷଣା କରିଛି।

ନବନିର୍ମିତ ‘ତିଆଙ୍ଗୋନ୍‌’ ମହାକାଶ କେନ୍ଦ୍ରକୁ ‘ସେନ୍‌ଜୌ-୧୬’ ମାନବବାହୀ ମହାକାଶଯାନରେ ଏହି ‘ସ୍ପେସ୍‌ ସିଡ୍‌ ପ୍ରୋଜେକ୍ଟ୍‌’ ପ୍ରେରଣ କରାଯିବ ବୋଲି ‘ସିଏମ୍‌ଏସ୍‌ଏ’ କହିଛି।

China announces list of space seed projects for Shenzhou-16 mission - CGTN Image Courtesy of CGTN

୫୩ଟି ପ୍ରତିଷ୍ଠାନରୁ ପରୀକ୍ଷାମୂଳକ ଭାବେ ମହାକାଶରେ ଚାଷ କରାଯିବା ପାଇଁ ୧୩୬ ପ୍ରକାର ସାମଗ୍ରୀ ଅଣାଯାଇଛି। ସେଥିରେ ରହିଛି ବିଭିନ୍ନ କିସମର ଫସଲ, ବଣୁଆ ଗଛବୃଚ୍ଛ, ଘାସ, ଫୁଲ, ଔଷଧୀୟ ବୃକ୍ଷ ଏବଂ କବକ ବା ଛତୁ।

ମହାକାଶ ଚାଷ ପ୍ରକ୍ରିୟାରେ ଏହି ସବୁ ମଞ୍ଜିକୁ ମହାଜାଗତିକ ବିକିରଣ ଓ ମାଧ୍ୟାକର୍ଷ ଶକ୍ତି ରହିତ ସ୍ଥାନରେ ରଖି ଏବଂ ସେମାନଙ୍କର ଗୁଣସୂତ୍ର ରୂପାନ୍ତରଣ କରାଯିବ। ଫଳରେ ସେଗୁଡ଼ିକୁ ପୁଣି ପୃଥିବୀ ପୃଷ୍ଠକୁ ଅଣାଯାଇ ଚାଷ କରାଗଲେ ନୂଆ କିସମର ଫସଲ ଉତ୍ପାଦନ କରାଯାଇ ପାରିବ। ଏହାଛଡ଼ା, ସେ ସବୁ କେତେକ ରୋଗଜୀବାଣୁ ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ମଧ୍ୟ କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe