ତିବ୍ଦତ ଠାରେ ଚୀନ୍‌ ସ୍ଥାପନ କରୁଛି ଭାରତ ସହ ଯୁଦ୍ଧ ସମୟରେ କାମରେ ଲାଗିବା ପରି ମାନବବିହୀନ ପାଣିପାଗ କେନ୍ଦ୍ର

Advertisment
ତିବ୍ଦତ ଠାରେ ଚୀନ୍‌ ସ୍ଥାପନ କରୁଛି ଭାରତ ସହ ଯୁଦ୍ଧ ସମୟରେ କାମରେ ଲାଗିବା ପରି ମାନବବିହୀନ ପାଣିପାଗ କେନ୍ଦ୍ର

ବେଜିଙ୍ଗ୍‌: ଭାରତ ସହ ସଶସ୍ତ୍ର ସାମରିକ ସଂଘର୍ଷ ସମୟରେ କାମରେ ଲାଗିବା ଭଳି ଏକ ମାନବରହିତ ପାଣିପାଗ କେନ୍ଦ୍ର ତିବ୍ଦତ ଠାରେ ସ୍ଥାପନ କରୁଛି ଚୀନ୍‌।

ରାଷ୍ଟ୍ରାୟତ ଗ୍ଲୋବାଲ୍‌ ଟାଇମସ୍‌ ଖବର ଅନୁସାରେ, ଏହି ମାନବରହିତ ସ୍ୱୟଂଚାଳିତ ପାଣିପାଗ ଅନୁଧ୍ୟାନ କେନ୍ଦ୍ର ଦକ୍ଷିଣପଶ୍ଚିମ ଚୀନ୍‌ର ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳ ନିକଟରେ ଥିବା ଭାରତୀୟ ସୀମାନ୍ତ ଅନ୍ତର୍ଗତ ୟୁମାୟି ଟାଉନ୍‌ସିପ୍‌ରେ ସ୍ଥାପିତ ହୋଇଛି।

୨୦୧୮ ଆଦ୍ୟରେ ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେ ଅଞ୍ଚଳରେ ଅତି ଖରାପ ପାଗ ଯୋଗୁଁ ଏହାର ନିର୍ମାଣ ପ୍ରଭାବିତ ହୋଇଥିଲା। ଜୁନ୍‌ ମାସରେ ଏହାର ନିର୍ମାଣ ଶେଷ ହୋଇଥିଲା ଏବଂ ଜୁନ୍‌ ୨୨ ତାରିଖ ଦିନ ପ୍ରଥମ କରି ସେଠାରୁ ପାଣିପାଗ ତଥ୍ୟ ପ୍ରସାରଣ କରିଥିଲା।

ଅରୁଣାଚଳ ପ୍ରଦେଶ ନିକଟରେ ସ୍ଥାପିତ ଏହି ମାନବବିହୀନ ପାଣିପାଗ କେନ୍ଦ୍ର ଚୀନ୍‌ ସେନାବହିନୀକୁ ପାଣିପାଗ ତଥ୍ୟ ଯୋଗାଇବ। ଯଦି ’ରିଜିଓନାଲ୍‌ ଲାଇଭ୍‌-ଫାୟାର୍‌ କନ୍‌ଫ୍ଲିକ୍ଟ୍‌’ ହୁଏ ତେବେ ଏହା ଚୀନ୍‌ ସେନାର ବିମାନ ଓ କ୍ଷେପଣାସ୍ତ୍ର ଅଭିଯାନରେ ସହାୟକ ହେବ।

ଏହି କେନ୍ଦ୍ରରୁ ଛଅଟି ତଥ୍ୟ ଅନୁଧ୍ୟାନ କରି ହେବ। ଏଥିରୁ ବାୟୁ ତାପମାତ୍ରା, ବାୟୁ ଚାପ, ପବନ ବେଗ, ପବନର ଦିଗ, ଆର୍ଦ୍ରତା ଏବଂ ବର୍ଷାର ସଠିକ ଆକଳନ ପୂର୍ବାପେକ୍ଷା ଅଧିକ ଜଣାପଡ଼ିବ କଥା କେନ୍ଦ୍ରର ଟେକ୍‌ନିସିଆନ୍‌ ତାଶି ନୋର୍ବୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe