ଡୋକ୍‌ଲାମ୍‌ ଅଚଳାବସ୍ଥା ଠାରୁ ୯ କି.ମି. ଦୂର ଭୁଟାନ ସୀମା ଭିତରେ ଗ୍ରାମ ସ୍ଥାପନ କଲା ଚୀନ୍‌

Advertisment
ଡୋକ୍‌ଲାମ୍‌ ଅଚଳାବସ୍ଥା ଠାରୁ ୯ କି.ମି. ଦୂର ଭୁଟାନ ସୀମା ଭିତରେ ଗ୍ରାମ ସ୍ଥାପନ କଲା ଚୀନ୍‌

Image Courtesy of Twitter

ନୂଆଦିଲ୍ଲୀ: ୨୦୧୭ରେ ଚୀନ୍‌ ଓ ଭାରତ ସେନାଙ୍କ ମଧ୍ୟରେ ଚାଲିଥିବା ତୀବ୍ର ଅଚଳାବସ୍ଥା ସ୍ଥାନର ଖୁବ୍ ନିକଟ ଭୁଟାନ ସୀମାର ଦୁଇ କିଲୋମିଟର ଭିତରକୁ ଚୀନ୍‌ ଏକ ଗ୍ରାମ ପ୍ରତିଷ୍ଠା କରିଛି। ଗୁରୁବାର ଦିନ ଚୀନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ ସହ ସମ୍ପୃକ୍ତ ଜଣେ ବରିଷ୍ଠ ସାମ୍ବାଦିକ ପୋଷ୍ଟ୍‌ କରିଥିବା ଫଟୋରୁ ଏହା ଜଣାପଡ଼ିଛି।

ଚୀନ୍‌ର ‘ସିଜିଟିଏନ୍‌ ନିଉଜ୍‌’ର ବରିଷ୍ଠ ପ୍ରଡ୍ୟୁସର୍‌ ସେନ୍‌ ସିୱେଇ ଟୁଇଟ୍‌ରେ ଆଜି ସକାଳେ ସେହି ଫଟୋଗୁଡ଼ିକ ପୋଷ୍ଟ୍‌ କରିଥିଲେ। ଏହା ଡୋକ୍‌ଲାମ୍ ଅଞ୍ଚଳରେ ସ୍ଥାପନ କରାଯାଇଥିବା କଥା ସେ ପ୍ରଥମେ କହିଥିଲେ, କିନ୍ତୁ ପରେ ଏହି ବସତିର ପ୍ରକୃତ ଅବସ୍ଥିତି ସଂକ୍ରାନ୍ତରେ ସୂଚନା ଦେଇଥିଲେ। ମାତ୍ର, ଏହାପରେ ସେ ଟୁଇଟ୍‌କୁ ଡିଲିଟ୍‌ କରିଦିଆଯାଇଛି।

ଭୁଟାନ୍ ସୀମାର ୨ କିଲୋମିଟର୍‌ ଭିତରକୁ ଥିବା ଏହି ଚୀନା ଗାଁର ନାଁ ହେଉଛି ପାଙ୍ଗଡ଼ା। ଭାରତ ଆଶଙ୍କା କରୁଥିବା ‘ସଲାମି ସ୍ଲାଇସିଙ୍ଗ୍‌’ର ଏହା ସୂଚକ ବୋଲି ଜଣାପଡ଼ିଛି। ଭାରତ ଓ ଭୁଟାନ୍‌ ସୀମା ମଧ୍ୟକୁ ପ୍ରବେଶ କରିବା ଲାଗି ଏହା ବେଜିଙ୍ଗ୍ ଉଦ୍ୟମକୁ ସୂଚାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe