ଚୀନ୍‌ ଭାରତକୁ ଆମେରିକା ଦୃଷ୍ଟିରେ ନଦେଖୁ: ବିଦେଶ ମନ୍ତ୍ରୀ ଜୟଶଙ୍କର

Advertisment
ବର୍ଣ୍ଣବୈଷମ୍ୟକୁ ଆଖି ବୁଜି ଦେଇନାହୁଁ: ଜୟଶଙ୍କର

Image Source--khabarhub english news

ନୂଆଦିଲ୍ଲୀ: ଭାରତ ପାଇଁ ଆଉ କେବଳ ପୁରୁଣା ଅଭିଜ୍ଞତାକୁ ପାଥେୟ କରି ଆଗେଇବା ଠିକ୍‌ ହେବନାହିଁ। ଚୀନ୍‌ ସହିତ ଆମକୁ ଏକ ସନ୍ତୁଳନରେ ପହଞ୍ଚିବାକୁ ପଡ଼ିବ। ସେଥିପାଇଁ ଆମକୁ ପରୀକ୍ଷିତ ହେବାକୁ ପଡ଼ିବ ଏବଂ ନିଜର ସ୍ଥିତିକୁ ସ୍ପଷ୍ଟ କରିବାକୁ ହେବ। ଚୀନୀମାନଙ୍କ ମନ ଭିତରେ ଆମକୁ ଗଭୀର ଭାବେ ରହିବାକୁ ହେବ। ବର୍ତ୍ତମାନ ଆମେରିକା ସହ ଚୀନ୍‌ର ନିଜସ୍ବ ପ୍ରସଙ୍ଗ ଓ ସମସ୍ୟା ରହିଛି। ମାତ୍ର ଆମେରିକୀୟ ଦୃଷ୍ଟିକୋଣରେ ଆମ ଭାରତକୁ ବିଚାର କରିବା ହିଁ ଚୀନ୍‌ ପାଇଁ ଭୁଲ୍‌ ଅଧ୍ୟୟନ ହେବ ଏବଂ ପାରସ୍ପରିକ ସମ୍ପର୍କରେ କ୍ଷତି ପହଞ୍ଚାଇବ। ନିଜର ବହି 'ଦି ଇଣ୍ଡିଆ ୱେ: ଷ୍ଟ୍ରାଟେଜିଜ୍‌ ଫର୍‌ ଆନ୍‌ ଅନ୍‌ସଟର୍ଣ୍ଣ ଵାର୍ଡ' ବିଷୟରେ ବକ୍ତବ୍ୟ ରଖିବା ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଚୀନ୍‌ ସହ ସୁସମ୍ପର୍କ ଉଦ୍ଦେଶ୍ୟରେ ଏଭଳି ପରାମର୍ଶ କରିଛନ୍ତି।

ଜୟଶଙ୍କରଙ୍କ କହିବା କଥା, ବିଶ୍ବରେ ସମ୍ପ୍ରତି ପାଞ୍ଚପ୍ରକାରର ଉନ୍ନତି ଦେଖିବାକୁ ମିଳିଛି। ସେଗୁଡ଼ିକ ମଧ୍ୟରେ ଚୀନ୍‌ର ଅଭ୍ୟୁଦୟ, ଆମେରିକାର ପୁନଃସ୍ଥିତି, ବିଶ୍ବର ପୁନଃସନ୍ତୁଳନରେ ଭାରତର ଭୂମିକା, ନିୟମର ପ୍ରାସଙ୍ଗିକତା ଏବଂ ଶକ୍ତି ମାପରେ ପରିବର୍ତ୍ତନ ଆଦି ରହିଛି। ବିଗତ ତିନି ଦଶନ୍ଧି ଧରି ସୀମାରେ ଶାନ୍ତି ଏବଂ ସ୍ଥିରତା ଆଣିବା ଲକ୍ଷ୍ୟରେ ଭାରତ ଚୀନ୍‌ ସହ ସମ୍ପର୍କକୁ ସ୍ବାଭାବିକ କରି ଆସିଛି। ଚୀନ୍‌ ବି ହେଉଛି ଭାରତର ବୃହତ୍ତମ ପଡ଼ୋଶୀ ଯାହାର ସଭ୍ୟତା ଇତିହାସର ସାମଞ୍ଜସ୍ୟ ଭାରତ ସହ ହିଁ ରହିଛି। କୌଣସି ଦ୍ବପାକ୍ଷିକ ସମ୍ପର୍କର ପରିଣତି କେବଳ ସେହି ଦୁଇ ଦେଶ ମଧ୍ୟରେ ସୀମିତ ହୋଇ ରହିନଥାଏ, ବରଂ ସାରା ବିଶ୍ବ ପାଇଁ ମଧ୍ୟ ପରିବ୍ୟାପ୍ତ ହୋଇଥାଏ। ତେଣୁ ଭାରତ ଓ ଚୀନ୍‌ ପରସ୍ପରର ଚିନ୍ତା, ଆଗ୍ରହ ଏବଂ ଆକାଂକ୍ଷାକୁ ନିର୍ଭୁଲ୍‌ ଭାବରେ ହୃଦୟଙ୍ଗମ କରିବା ଜରୁରୀ। ଏ ପରିପ୍ରେକ୍ଷୀରେ ଆମେରିକା ସହ ବିଭିନ୍ନ ପ୍ରସଙ୍ଗରେ ବାଦବିବାଦ ରହିଥିବା ଚୀନ୍‌ ଯଦି ଭାରତକୁ ଆମେରିକା ଯବକାଚରେ ଦେଖିବ, ତାହା ଉଭୟ ଦେଶ ପାଇଁ ଅପରିଣାମଦର୍ଶିତା ହେବ ବୋଲି ଜୟଶଙ୍କର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe