ଚୀନ୍‌ ଦେଖାଇଲା ଅସଲ ରୂପ

Advertisment

ପାକିସ୍ତାନକୁ ଦେବ ୪୮ ସାମରିକ ଡ୍ରୋନ୍ସୀ O ମା ଉପରେ ରଖିବ ନଜର O ଭାରତର ଏସ୍‌-୪୦୦ ଚୁକ୍ତିକୁ ଈର୍ଷା

ପାକିସ୍ତାନକୁ ଦେବ ୪୮ ସାମରିକ ଡ୍ରୋନ୍ସୀ O ମା ଉପରେ ରଖିବ ନଜର O ଭାରତର ଏସ୍‌-୪୦୦ ଚୁକ୍ତିକୁ ଈର୍ଷା

ଚୀନ୍‌ ଦେଖାଇଲା ଅସଲ ରୂପ

ବେଜିଂ: ରୁଷ୍‌ ନିକଟରୁ ୫ଟି ଉନ୍ନତ ଏସ୍‌-୪୦୦ ଟ୍ରାୟମ୍ଫ୍‌ କ୍ଷେପଣାସ୍ତ୍ର ବିଧ୍ବଂସକ କିଣିବା ପାଇଁ ଭାରତ ଚୁକ୍ତି ସ୍ବାକ୍ଷର କରିବା ପରେ ଚୀନ୍‌ ଈର୍ଷାରେ ଜଳିବାରେ ଲାଗିଥିଲା। କିନ୍ତୁ ନିଜ ମଧ୍ୟରେ ଥିବା ଏହି ଭାବକୁ ପରିପ୍ରକାଶ ନକରି ଚୁପ୍‌ ରହିଥିଲା। ତେବେ ଏସ୍‌-୪୦୦ ପାଇଁ ଭାରତ-ରୁଷ୍‌ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହେବାର ଅଳ୍ପ କିଛିଦିନ ପରେ ଚୀନ୍ ଏହାର ଅସଲ ରୂପ ଦେଖାଇଛି। ଭାରତର ପଡ଼ୋଶୀ ତଥା ପାରମ୍ପରିକ ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ଏହା ୪୮ଟି ଉଚ୍ଚ କ୍ଷମତାସମ୍ପନ୍ନ ସାମରିକ ଡ୍ରୋନ୍‌ ଯୋଗାଇବ ବୋଲି ଆଜି ଘୋଷଣା କରିଛି। ପାକିସ୍ତାନକୁ ସାମରିକ କ୍ଷେତ୍ରରେ ବଳଶାଳୀ କରି ଭାରତ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ଲାଗି ଚୀନ୍‌ ଏଭଳି କାରନାମା କରୁଛି।
ଚୀନ୍‌ ଦ୍ବାରା ବିକଶିତ ହେବାକୁ ଥିବା ଏହି ଉଚ୍ଚ କ୍ଷମତାସମ୍ପନ୍ନ ଡ୍ରୋନ୍ ସବୁ ବାତାବରଣରେ କାମ କରିପାରିବ। ଏହି ଡ୍ରୋନ୍ ଆକାଶମାର୍ଗରୁ ଭାରତୀୟ ସୀମା ଉପରେ ନଜର ରଖିପାରିବ।

ଭାରତୀୟ ସେନାମାନଙ୍କ ଗତିବିଧି ଉପରେ ଏହା ଲକ୍ଷ୍ୟ ରଖିପାରିବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ପାକିସ୍ତାନ ସହିତ ପୂର୍ବରୁ ଚୀନ୍ ଯେତେ ଚୁକ୍ତି କରିଛି, ଏହି ସଦ୍ୟ ଚୁକ୍ତି ସର୍ବବୃହତ୍ ବୋଲି ଚୀନ୍‌ର ଗ୍ଲୋବାଲ୍‌ ଟାଇମ୍ସ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଖାଲି ସେତିକି ନୁ‌େହଁ, ଉଭୟ ପାକିସ୍ତାନ ଓ ଚୀନ୍ ମିଶି ଜେଏଫ୍-ଥଣ୍ଡର ଯୁଦ୍ଧ ବିମାନ ନିର୍ମାଣ କରିବେ ବୋଲି ସହମତ ହୋଇଛନ୍ତି। ଅନ୍ୟ ଏକ ଗଣମାଧ୍ୟମ ସଂସ୍ଥା ଦର୍ଶାଇଛି ଯେ ଗତବର୍ଷ ଫେବ୍ରୁଆରିରେ ଚୀନ୍‌ ଏହି ‘ୱିଙ୍ଗ୍ ଲୁଙ୍ଗ୍ ୨’ ଡ୍ରୋନ୍ ତିଆରି କରିଥିଲା। ଏହା ସଫଳତା ପୂର୍ବକ ଆକାଶମାର୍ଗରେ କାର୍ଯ୍ୟ ଜାରି ରଖିଛି।
ଚୀନ୍‌ ଏହି କ୍ଷମତାସମ୍ପନ୍ନ ଡ୍ରୋନ୍ ଯୋଗାଇବ ବୋଲି ପାକିସ୍ତାନୀ ବାୟୁସେନା ପକ୍ଷରୁ ମଧ୍ୟ ଘୋଷଣା କରାଯାଇଛି। ରବିବାର ଏହା ନିଜ ଫେସ୍‌ବୁକ୍ ଆକାଉଣ୍ଟରେ ଏଭଳି ଘୋଷଣା କରିଛି। ତେବେ ଏହି ଚୁକ୍ତିରେ କେତେ ଅର୍ଥ କାରବାର ହେବ, ସେ ବାବଦରେ କିଛି କୁହାଯାଇ ନାହିଁ। ଚୀନ୍‌ର ଜଣେ ଅଧିକାରୀ କହିଛନ୍ତି, ଆମେରିକାର ଏମ୍‌କ୍ୟୁ-୧ ପ୍ରିଡେଟର୍‌ ଏବଂ ଏମ୍‌କ୍ୟୁ-୯ ରିପର୍‌ ଡ୍ରୋନ୍ ଟେକ୍ନୋଲୋଜି ଦିଗରୁ ଅତ୍ୟନ୍ତ ଉନ୍ନତ। ଉଲ୍ଲେଖଯୋଗ୍ୟ, ନିକଟରେ ଆମେରିକାର ସମସ୍ତ ଧମକ ସତ୍ତ୍ବେ ଭାରତ ଏସ୍‌-୪୦୦ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବିଧ୍ବଂସକାରୀ କିଣିବାକୁ ରୁଷ୍‌ ସହିତ ଚୁକ୍ତି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe