Image Courtesy of NDTV
ବେଜିଙ୍ଗ୍: ପ୍ରଥମ ଥର ଲାଗି ଚୀନ୍ ସ୍ବଦେଶ ନିର୍ମିତ କୋରାନାଭାଇରସ୍ ଟିକା ପ୍ରଦର୍ଶନ କରିଛି। ଚୀନ୍ର ସିନେଭ୍ୟାକ୍ ବାୟୋଟେକ୍ ଏବଂ ସିନୋଫାର୍ମ ଦ୍ବାରା ଉତ୍ପାଦିତ ଏହି ଟିକା ଏ ସପ୍ତାହରେ ବେଜିଙ୍ଗ୍ ବାଣିଜ୍ୟ ମେଳାରେ ପ୍ରଦର୍ଶୀତ ହୋଇଥିବା ଜଣାପଡ଼ିଛି।
ସୋମବାର ଦିନ ବାଣିଜ୍ୟ ମେଳକୁ ଆସିଥିବା ଲୋକେ ଏହି ଟିକା ପ୍ରଦର୍ଶୀତ ହେଉଥିବା ବୁଥ୍ଗୁଡ଼ିକରେ ଗହଳି ଲଗାଇଛନ୍ତି। ପ୍ରଦର୍ଶୀତ ଟିକା ହେଉଛି ବିଶ୍ବବ୍ୟାପୀ ୩ୟ ପର୍ଯ୍ୟାୟ ପରୀକ୍ଷାକୁ ପ୍ରବେଶ କରୁଥିବା ପ୍ରାୟ ୧୦ଟି ଟିକା ମଧ୍ୟରେ ଅନ୍ୟତମ।
ବଜାରରେ ଚହଳ ନ ପକାଇ ଥିଲେ ବି ଏ ବର୍ଷ ଶେଷ ସୁଦ୍ଧା ଗୁରୁତ୍ବପୂର୍ଣ୍ଣ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହେଲେ ଏହି ଟିକାକୁ ସମସ୍ତେ ଗ୍ରହଣ କରିବେ ବୋଲି ନିର୍ମାତାମାନେ ଆଶା କରିଛନ୍ତି।
Image Courtesy of Gulf Todayସିନୋଫାର୍ମ କହିଛି ଯେ, ଏହି ଟିକାରୁ ମିଳୁଥିବା ଆଣ୍ଟିବଡି ବର୍ଷେରୁ ତିନ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଆଶା। ଅବଶ୍ୟ ସମସ୍ତ ପରୀକ୍ଷା ପରେ ହିଁ ଏହାର ଚୂଡ଼ାନ୍ତ ଫଳାଫଳ ଜଣାପଡ଼ିବ।
ଗଣମାଧ୍ୟମକୁ ସିନୋଭ୍ୟାକ୍ର ପ୍ରତିନିଧି କହିଛନ୍ତି ଯେ, ବର୍ଷକୁ ୩୦୦ ନିୟୁତ ଡୋଜ୍ ଟିକା ଉତ୍ପାଦନ କ୍ଷମତା ଥିବା କାରଖାନା ନିର୍ମାଣ ସରିଲାଣି।
ଚୀନ୍ର ରାଷ୍ଟ୍ରାୟତ ଟାବ୍ଲଏଡ୍ ‘ଗ୍ଲୋବାଲ୍ ଟାଇମ୍ସ’ ରିପୋର୍ଟ କରିଛି ଯେ, ଏହି ଟିକାର ମୂଲ୍ୟ ଅଧିକ ହେବନାହିଁ। ପ୍ରତି ଦୁଇ ଡୋଜ୍ର ମୂଲ୍ୟ ୧୪୬ ଡଲାର୍ରୁ କମ୍ ରହିବ। ଚୀନ୍ର ରାଷ୍ଟ୍ରାୟତ ଖବର ସରବରାହ ସଂସ୍ଥା ‘ଜିନ୍ହୁଆ’ ସୋମବାର ଦିନ ରିପୋର୍ଟ କରିଛି ଯେ, ଚୀନ୍ର ସାମରିକ ବୈଜ୍ଞାନିକମାନଙ୍କ ଦ୍ବାରା ବିକଶିତ ଅନ୍ୟ ଏକ ଟିକା ଗୁଣସୂତ୍ର ପରିବର୍ତ୍ତିତ ହେଉଥିବା କରୋନାଭାଇରସ୍ ସଙ୍ଗେ ମୁକାବିଲା କରିପାରିବ।
ଜଗତବାସୀଙ୍କ ଲାଗି ମଙ୍ଗଳ ଲାଗି ଚୀନ୍ ଟିକା ପ୍ରସ୍ତୁତ କରିବ ବୋଲି ମେ ମାସରେ ଚୀନ୍ର ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ ଶପଥ କରି କହିଥିଲେ।
Follow Us