ନୂଆଦିଲ୍ଲୀ: ରବିବାର ଦିନ ଭାରତରେ ଅନୁଷ୍ଠିତ ‘ଜି୨୦’ର ଏକ ଗୋପନୀୟ ବୈଠକରେ ଚୀନ୍ ଯୋଗ ଦେଇ ନ ଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି ବୋଲି ‘ଏନ୍ଡିଟିଭି’ ରିପୋର୍ଟ କରିଛି।
ତିବ୍ବତର ଅଂଶବିଶେଷ ବୋଲି ଚୀନ୍ ଦାବି କରୁଥିବା ଉତ୍ତରପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶର ରାଜଧାନୀ ନଗରୀ ଇଟାନଗରରେ ଏହି ବୈଠକ ଆୟୋଜନ କରାଯାଇଥିଲା। ଚୀନ୍ର ଏଭଳି ଦାବିକୁ ଭାରତ ସବୁବେଳେ ଅଗ୍ରାହ୍ୟ କରି କହିଆସୁଛି ଯେ, ଅରୁଣାଚଳ ପ୍ରଦେଶ ତା’ର ନିଜସ୍ବ ଅଂଶ।
Image Courtesy of NDTVଏହି ବୈଠକ ସଂକ୍ରାନ୍ତରେ ଚୀନ୍ ବିଧିବଦ୍ଧ ଭାବେ ଭାରତ ନିକଟରେ ପ୍ରତିବାଦ କରିଛି କି, ନାହିଁ ତାହା ମଧ୍ୟ ଜଣାପଡ଼ିନାହିଁ। ଭାରତର ବୈଦେଶିକ ମନ୍ତ୍ରାଳୟ କିଂବା ଚୀନ୍ ଏ ବିଷୟରେ କୌଣସି ବିବୃତି ଦେଇ ନାହାନ୍ତି।
ଏହି ବୈଠକରେ ୫୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ସେପ୍ଟେମ୍ବର ମାସରେ ଦିଲ୍ଲୀରେ ହେବାକୁ ଥିବା ‘ଜି୨୦’ ଶିଖର ବୈଠକ ପୂର୍ବରୁ ଦେଶର ୫୦ଟି ପ୍ରମୁଖ ନଗରୀରେ ଏହି ପ୍ରକାରର ଅନେକ କାର୍ଯ୍ୟକ୍ରମ ଓ ବୈଠକ ଆୟୋଜନ କରାଯିବ।
Image Courtesy of Times Nowଉଲ୍ଲେଖଯୋଗ୍ୟ, ସମ୍ପ୍ରତି ଭାରତ ‘ଜି୨୦’ର ଅଧ୍ୟକ୍ଷତା କରୁଛି। ଇଟାନଗର ଉକ୍ତ ସପ୍ତାହାନ୍ତ ବୈଠକକୁ ଗୋପନୀୟ ଘୋଷଣା କରାଯାଇଥିବାରୁ ସେଠାରେ ଗଣମାଧ୍ୟମ ଉପସ୍ଥିତିକୁ ଅନୁମତି ଦିଆଯାଇ ନ ଥିଲା। ‘ରିସର୍ଚ ଇନୋଭେସନ୍ ଇନିସିଏଟିଭ୍, ଗ୍ୟାଦରିଙ୍ଗ୍’ ନାମିତ ଏହି ବୈଠକର ଆୟୋଜକ ଥିଲେ ‘ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ’।
ଏଥିରେ ଭାଗ ନେଇଥିବା ପ୍ରତିନିଧିମାନେ ଅରୁଣାଚଳ ପ୍ରଦେଶର ବିଧାନସଭା ଏବଂ ଇଟାନଗରରେ ଥିବା ବୌଦ୍ଧମଠ ପରିଦର୍ଶନ କରିଥିଲେ। ବିମାନ ବନ୍ଦରରେ ସେମାନଙ୍କୁ ସ୍ବାଗତ କରିଥିଲେ ସାଂସ୍କୃତିକ ଦଳ। ଭୋଜନରେ ସେମାନଙ୍କୁ ସ୍ଥାନୀୟ ଖାଦ୍ୟ ପରିବେଷଣ କରାଯାଇଥିଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
Follow Us