ଆମେରିକା ଉପରେ ଉତ୍‌କ୍ଷିପ୍ତ ହୋଇ ଚୀନ୍ କହିଲା: ଭାରତ ସହ ଆମର ସୀମା ବିବାଦ ଦ୍ବିପାକ୍ଷିକ ମାମଲା

Advertisment
ଆମେରିକା ଉପରେ ଉତ୍‌କ୍ଷିପ୍ତ ହୋଇ ଚୀନ୍ କହିଲା: ଭାରତ ସହ ଆମର ସୀମା ବିବାଦ ଦ୍ବିପାକ୍ଷିକ ମାମଲା

Image Courtesy of Hindustan Times

ବେଜିଙ୍ଗ୍: ଚୀନ୍-ଭାରତ ସୀମା ବିବାଦ ହେଉଛି ବୁଝାମଣା ଚାଲିଥିବା ଏକ ଦ୍ବିପାକ୍ଷିକ ମାମଲା ଏବଂ ୱାସିଂଟନ୍ ପ୍ରସ୍ତାବିତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନୀତି ହେଉଛି ଗୋଟାଏ ପୁରୁଣାକାଳିଆ ଶୀତଳ ଯୁଦ୍ଧ କୌଶଳ ବୋଲି ବୁଧବାର ଦିନ ଚୀନ୍ କହିଛି।

ଚୀନ୍‌ ସହ ଭାରତର ଲାଗିଥିବା ବାସ୍ତବ ନିୟନ୍ତ୍ରଣ ରେଖା ସାମରିକ ବିବାଦ କଥାରେ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ସମର୍ଥନ କରେ ବୋଲି ନୂଆଦିଲ୍ଲୀରେ ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍‌ ପମ୍ପିଓଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଚୀନ୍ ବୈଦେଶିକ ମନ୍ତ୍ରାଳୟ ଉପରୋକ୍ତ ମନ୍ତବ୍ୟ ଦେଇଛି।

ବୁଧବାର ଦିନ ବେଜିଙ୍ଗ୍‌ ଠାରେ ‌ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ଚୀନ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ୍‌ ୱେନ୍‌ବିନ୍ କହିଛନ୍ତି, ଚୀନ୍ ଓ ଭାରତ ମଧ୍ୟରେ ଲାଗିଥିବା ସୀମାନ୍ତ ବ୍ୟାପାର ଦୁଇ ଦେଶ ଭିତରର କଥା। ସମ୍ପ୍ରତି ସୀମାପାରି ପରିସ୍ଥିତି ମୋଟାମୋଟି ସ୍ଥିର ଏବଂ ଦୁଇ ପକ୍ଷ ବିଚାରବିମର୍ଶ ଓ ବୁଝାମଣା ମାଧ୍ୟମରେ ସମସ୍ତ ବିବାଦ ସମାଧାନ କରୁଛନ୍ତି।

publive-image Image Courtesy of IDRW

ଚୀନ୍-ଭାରତ ସୀମା ସଂଘର୍ଷ ପରିସ୍ଥିତିରେ ପମ୍ପିଓ ଭାରତ ସହ ସମ୍ପର୍କ ନିବିଡ଼ତର କରୁଛନ୍ତି ବୋଲି ପ୍ରଶ୍ନରେ ୱାଙ୍ଗ୍ ଏଭଳି ଉତ୍ତର ଦେଇଛନ୍ତି।

ଜୁନ୍ ୧୫ ତାରିଖ ଦିନ ଗଲୱାନ ଉପତ୍ୟକାରେ ସହିଦ ହୋଇଥିବା ଭାରତୀୟ ଯବାନମାନଙ୍କ ପ୍ରସଙ୍ଗ ଉଠାଇ ମଙ୍ଗଳବାର ଦିନ ପମ୍ପିଓ କହିଥିଲେ, ଭାରତର ସାର୍ବଭୌମତ୍ବକୁ ସୁରକ୍ଷିତ ରଖିବା ଲାଗି ୱାସିଂଟନ୍ ନୂଆଦିଲ୍ଲୀକୁ ସାହାଯ୍ୟ କରିବ।

ୱାସିଂଟନ୍‌କୁ ସମାଲୋଚନା କରି ୱାଙ୍ଗ୍‌ ପୁଣି କହିଲେ, ଯେକୌଣସି ଦେଶମାନଙ୍କ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କର ବିକାଶ ସମ୍ପୃକ୍ତ ଅଞ୍ଚଳର ଶାନ୍ତି, ସ୍ଥିରତା ଏବଂ ଉନ୍ନତି ଲାଗି ସହାୟକ ହେବ ବୋଲି ଆମେ ସର୍ବଦା ବିଶ୍ବାସ କରୁ। ଏହା ତୃତୀୟ ପକ୍ଷର ସ୍ବାର୍ଥର କ୍ଷତି କରିବା ଅନୁଚିତ।

ଶାନ୍ତିପୂର୍ଣ୍ଣ ବିକାଶ ଓ ସବୁ ପକ୍ଷଙ୍କର ଲାଭ ପାଇଁ ଆଞ୍ଚଳିକ ବିକାଶ ନିମନ୍ତେ ଉଦ୍ଦିଷ୍ଟ ଯେକୌଣସି ପରିକଳ୍ପନା ସମୟ ଉପଯୋଗୀ ହେବା ଉଚିତ। ଯୁକ୍ତରାଷ୍ଟ୍ର ଆମେରିକା ପ୍ରସ୍ତାବିତ ‘ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଯୋଜନା’ ପୁରୁଣାକାଳିଆ ଶୀତଳ ଯୁଦ୍ଧ ମାନସିକତାର ପ୍ରଚାର କରିବା ସହ ସଂର୍ଘଷ ଏବଂ ଅଞ୍ଚଳଭିତ୍ତିକ ରାଜନୈତିକ ଚକ୍ରାନ୍ତର ପ୍ରଚାର କରୁଛି।

ପମ୍ପିଓଙ୍କ ଶ୍ରୀଲଙ୍କା ଗସ୍ତ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ମଧ୍ୟ ୱାଙ୍ଗ୍ ଆମେରିକାକୁ ସମାଲୋଚନା କରି କହିଛନ୍ତି, ସେଠାରେ ସେ କ‌ଲମ୍ବୋର ନେତୃତ୍ବକୁ ବେଜିଙ୍ଗ୍ ବିରୋଧରେ ପ୍ରଭାବିତ କରିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe