ଚୀନ୍‌ ଗୁପ୍ତଚର ମାମଲା : ପ୍ରଧାନମନ୍ତ୍ରୀ ଅଫିସ, ଦଲାଇ ଲାମାଙ୍କ ଉପରେ ନଜର ରଖିଥିଲେ ଚୀନ୍‌ ଗୁପ୍ତଚର

Advertisment
ଚୀନ୍‌ ଗୁପ୍ତଚର ମାମଲା : ପ୍ରଧାନମନ୍ତ୍ରୀ ଅଫିସ, ଦଲାଇ ଲାମାଙ୍କ ଉପରେ ନଜର ରଖିଥିଲେ ଚୀନ୍‌ ଗୁପ୍ତଚର

DNA India

ନୂଆଦିଲ୍ଲୀ : ଚୀନ୍‌ ଗୁପ୍ତଚର ମାମଲାରେ ଭାରତୀୟ ସାମ୍ବାଦିକ ରାଜୀବ ଶର୍ମା, ଚୀନା ମହିଳା କ୍ବିନ୍‌ ସି ଏବଂ ନେପାଳୀ ସହଯୋଗୀ ଶେର୍‌ ସିଂହ ଓରଫ ରାଜ୍‌ ବୋରାଙ୍କୁ ଗିରଫ କରାଯିବା ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ଉନ୍ମୋଚିତ ହେବାରେ ଲାଗିଛି। ଚୀନ୍‌ ଗୁପ୍ତଚରଙ୍କ ନଜରରେ ପ୍ରଧାନମନ୍ତ୍ରୀଙ୍କ ଅଫିସ ଏବଂ ତିବ୍ବତ ଧର୍ମଗୁରୁ ଦଲାଇ ଲାମା ଥିଲେ ବୋଲି ଜଣାପଡ଼ିଛି। ଗତକାଲି ସାମ୍ବାଦିକ ରାଜୀବ ଶର୍ମାଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଥିବା ବେଳେ ଚୀନ୍‌ ମହିଳା କ୍ବିନ୍‌ ସି ଏବଂ ନେପାଳୀ ସହଯୋଗୀ ଶେର୍‌ ବାହାଦୁର ଏବେ ଜେଲ୍‌ରେ ଅଛନ୍ତି।

ଏହି ଘଟଣାର ତଦନ୍ତ ବେଳେ ଜଣାପଡ଼ିଛି, ଚୀନ୍‌ର ଗୁପ୍ତଚରମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଏବଂ ଧର୍ମଗୁରୁ ଦଲାଇ ଲାମାଙ୍କ ସ୍ବାସ୍ଥ୍ୟ ଚିକିତ୍ସା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ୨୦୧୯ରେ ମହାବୋଧି ମନ୍ଦିରର ଜଣେ ସନ୍ନ୍ୟାସୀ ଚୀନ୍‌ ମହିଳା କ୍ବିନ୍‌ ସିଙ୍କୁ କୋଲକାତାର ଜଣେ ମହିଳାଙ୍କ ସହ ପରିଚୟ କରାଇ ଦେଇଥିଲେ। ଏହି ମହିଳାଜଣକ ସିଙ୍କୁ ସମସ୍ତ ତଥ୍ୟ ଯୋଗାଇ ଦେଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି।

ସେହିଭଳି ଜାଲ୍‌ ସଂସ୍ଥା ମାଧ୍ୟମରେ ସାମ୍ବାଦିକ ରାଜୀବ ଶର୍ମାଙ୍କ ଆକାଉଣ୍ଟକୁ ଅର୍ଥ ଟ୍ରାନ୍‌ସଫର କରାଯାଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। ଏହି ଜାଲ୍‌ ସଂସ୍ଥାକୁ ୨ ଜଣ ଚୀନ୍‌ ନାଗରିକ ଝାଙ୍ଗ୍‌ ଚାଙ୍ଗ୍‌ ଏବଂ ତାଙ୍କ ପତ୍ନୀ ଚାଙ୍ଗ୍‌ ଲି ଲିଆ ପରିଚାଳନା କରୁଥିଲେ। ଏମାନେ ରାଜୀବ ଶର୍ମାଙ୍କ ମାଧ୍ୟମରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରୁଥିଲେ। ୨୦୧୦ରୁ ୨୦୧୪ ଯାଏ ସାମ୍ବା‌ଦିକ ରାଜୀବ ଶର୍ମା ଚୀନ୍‌ ସରକାରଙ୍କ ମୁଖପତ୍ର ‘ଗ୍ଲୋବାଲ୍‌ ଟାଇମ୍‌’ ପାଇଁ ସ୍ତମ୍ଭ ଲେଖୁଥିଲେ। ଏଥିପାଇଁ ଚୀନ୍‌ ଗୁଇନ୍ଦା ସଂସ୍ଥାର ଜଣେ ଅଧିକାରୀଙ୍କ ଜରିଆରେ ଅର୍ଥ ପାଉଥିଲେ। ମାଇକେଲ୍‌ ନାମକ ଜଣେ ଏଜେଣ୍ଟ ମାର୍ଫତରେ ସମସ୍ତ କାରବାର ପରିଚାଳିତ ହେଉଥିଲା ବୋଲି ତଦନ୍ତ ବେଳେ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe