ଗହମ ରପ୍ତାନି ବନ୍ଦ ନିଷ୍ପତ୍ତିକୁ ନେଇ ଭାରତ ସହ ଠିଆ ହେଲା ଚୀନ

ପାର୍ବଣ ପୂର୍ବରୁ ଗହମ ଚିନ୍ତା: ଓଡ଼ିଶାର ବାର୍ଷିକ ଚାହିଦା ୨୫ ଲକ୍ଷ ଟନ୍‌

foodbusinessnews.net

ନୂଆଦିଲ୍ଲୀ: ଗହମ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ୟୁରୋପରେ ଗହମ ମୂଲ୍ୟରେ ବୃଦ୍ଧି ଘଟିଛି । ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ଗହମ ଯୋଗାଣ ପ୍ରଭାବିତ ହୋଇଥିବାବେଳେ ଗହମ ଦର ବୃଦ୍ଧି ପାଉଛି | ବର୍ତ୍ତମାନ ଏହି ପ୍ରସଙ୍ଗରେ ଚୀନ୍ ଭାରତର ନିଷ୍ପତ୍ତିକୁ ସମର୍ଥନ କରିଛି | ଚୀନ୍‌ର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ କହିଛି ଯେ ଆମର ଦୋଷ କ’ଣ? ବାସ୍ତବରେ ଜି-୭ ଦେଶ ଏହି ରପ୍ତାନି ଉପରେ ଭାରତକୁ ସମାଲୋଚନା କରିଛନ୍ତି। ଚୀନ୍ କହିଛି ଯେ, 'ଜି -୭ ଦେଶର କୃଷି ମନ୍ତ୍ରୀମାନେ ଭାରତ ଗହମ ରପ୍ତାନି ଉପରେ ଲଗାଇଥିବା ପ୍ରତିବନ୍ଧକକୁ ହଟାଇବାକୁ ଦାବି କରୁଛନ୍ତି। କାହିଁକି ସେହି ଦେଶମାନେ ଖାଦ୍ୟ ବଜାରକୁ ସ୍ଥିର କରିବାକୁ ଚେଷ୍ଟା କରନ୍ତି ନାହିଁ'?

ଚୀନ୍ କହିଛି, ଭାରତ ବିଶ୍ୱର ଦ୍ଵିତୀୟ ବୃହତ ଗହମ ଉତ୍ପାଦନକାରୀ ଦେଶ ହୋଇଥିବାବେଳେ ଭାରତ ବହୁତ କମ ଗହମ ରପ୍ତାନି କରିଥାଏ | ଯେତେବେଳେ କି ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆ ଭଳି ଦେଶ ଅଧିକ ଗହମ ରପ୍ତାନି କରୁଥିଲେ | ପ୍ରଶ୍ନ ଉଠିଛି ଯେ ଏହି ଦେଶ ଗହମ ରପ୍ତାନି କାହିଁକି କମାଇଦେଇଛନ୍ତି ?

ଚୀନ୍ ଗଣମାଧ୍ୟମ ଖୋଲାଖୋଲି ଭାବେ ଭାରତର ପକ୍ଷ ନେଇ କହିଛି ଯେ ଯେଉଁ ଦେଶ ନିଜ ଲୋକଙ୍କୁ ଗହମ ଯୋଗାଇବାକୁ ଚେଷ୍ଟା କରୁଛି ତାହାକୁ କାହିଁକି ସମାଲୋଚନା କରାଯାଉଛି। ଗ୍ଲୋବାଲ ଟାଇମ୍ସ ଆହୁରି ମଧ୍ୟ କହିଛି ଯେ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ଋଷ ଉପରେ ଲାଗିଥିବା ପ୍ରତିବନ୍ଧକ ଏହି ସଙ୍କଟର କାରଣ। ଏହି କାରଣରୁ ଖାଦ୍ୟ ଶସ୍ୟର ମୂଲ୍ୟ ବୃଦ୍ଧି ପାଇଛି | ଚୀନ୍ କହିଛି ଯେ ଭାରତକୁ ଦାୟୀ କରିବା ଦ୍ୱାରା ଖାଦ୍ୟ ସମସ୍ୟା ଦୂର ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe