ଲଦାଖ୍‌ ନିକଟ ‘ପାୱାର୍‌ ଗ୍ରିଡ୍‌’ ଉପରେ ଆକ୍ରମଣ କରିଛନ୍ତି ଚୀନ୍‌ର ସରକାରୀ ହ୍ୟାକ୍‌ର୍‌: ରିପୋର୍ଟ

ଲଦାଖ୍‌ ନିକଟ ‘ପାୱାର୍‌ ଗ୍ରିଡ୍‌’ ଉପରେ ଆକ୍ରମଣ କରିଛନ୍ତି ଚୀନ୍‌ର ସରକାରୀ ହ୍ୟାକ୍‌ର୍‌: ରିପୋର୍ଟ

Image Courtesy of NDTV

ନୂଆଦିଲ୍ଲୀ: ଗତ କିଛି ମାସ ହେବ ଲଦାଖ ନିକଟରେ ଥିବା ଭାରତୀୟ ବିଜୁଳିଶକ୍ତି ବଣ୍ଟନ କେନ୍ଦ୍ରଗୁଡ଼ିକ ଉପରେ ଚୀନ୍‌ ସରକାର ପ୍ରାୟୋଜିତ ହ୍ୟାକ୍‌ର୍‌ମାନେ ଆକ୍ରମଣ କରିଥିବା କଥା ଘରୋଇ ଗୁଇନ୍ଦା ସଂସ୍ଥାନ ‘ରେକର୍ଡେଡ୍‌ ଫ୍ୟୁଚର୍‌’ ବୁଧବାର ଦିନ ପ୍ରକାଶିତ ରିପୋର୍ଟରେ କହିଛି।

‘ରେକର୍ଡେଡ୍‌ ଫ୍ୟୁଚର୍‌’ କହିବା ଅନୁସାରେ, ଗତ ଅଳ୍ପ କିଛି ମାସରେ ଅନ୍ୟୂନ ୭ଟି ‘ଇଣ୍ଡିଆନ୍‌ ଷ୍ଟେଟ୍‌ ଲୋଡ୍‌ ଡିସ୍‌ପାଚ୍‌ ସେଣ୍ଟର୍‌’  (ଏସ୍‌ଏଲ୍‌ଡିସି) ଉପରେ ଆକ୍ରମଣ କରାଯାଇଥିବା ଆମେ ଅନୁମାନ କରୁଛୁ। ଏହି ସେଣ୍ଟର୍‌ଗୁଡ଼ିକ ‘ଗ୍ରିଡ୍‌’ ନିୟନ୍ତ୍ରଣ କରିବା ସହିତ ଭାରତ-ଚୀନ୍‌ ସୀମାବର୍ତ୍ତୀ ବିବାଦୀୟ ଅଞ୍ଚଳଗୁଡ଼ିକୁ ବିଜୁଳି ଶକ୍ତି ପ୍ରେରଣ କରିଥାଏ। ଉଲ୍ଲେଖଯୋଗ୍ୟ, ଲଦାଖରେ ଥିବା ଭାରତ-ଚୀନ୍‌ ବିବାଦୀୟ ସୀମାନ୍ତ ଅଞ୍ଚଳ ଅନ୍ତର୍ଗତ ଉତ୍ତର ଭାରତରେ ଅବସ୍ଥିତ ‘ଏସ୍‌ଏଲ୍‌ଡିସି’କୁ ଟାର୍ଗେଟ୍‌ କରାଯାଇଥିଲା।

ପାୱାର୍‌ ଗ୍ରିଡ୍‌ ଟାର୍ଗେଟ୍‌ କରିବା ସହ ହ୍ୟାକ୍‌ରମାନେ ‘ନ୍ୟାସ୍‌ନାଲ୍‌ ଏମର୍ଜେନ୍‌ସି ସିଷ୍ଟମ୍‌’ ଏବଂ ଭାରତର ବହୁଦେଶୀୟ ପରିବହନ ବ୍ୟବସ୍ଥାର ଶାଖା କମ୍ପାନିଗୁଡ଼ିକୁ ମଧ୍ୟ ଉକ୍ତ ହ୍ୟାକର୍‌ ଗ୍ରୁପ୍‌ ଟାର୍ଗେଟ୍‌ କରିଛନ୍ତି ବୋଲି ‘ରେକର୍ଡେଡ୍‌ ଫ୍ୟୁଚର୍‌’ କହିଛି।

publive-image Image Courtesy of Mint

ରିପୋର୍ଟ ପ୍ରକାଶ କରିବା ପୂର୍ବରୁ ସେମାନେ ଏ ସଂକ୍ରାନ୍ତରେ ଭାରତ ସରକାରଙ୍କୁ ସୂଚନା ଦେଇଥିବା କଥା ମଧ୍ୟ ‘ରେକର୍ଡେଡ୍‌ ଫ୍ୟୁଚର୍‌’ କହିଛି।

‘ରେକର୍ଡେଡ୍‌ ଫ୍ୟୁଚର୍‌’ କହିବା ଅନୁସାରେ, ଚୀନ୍‌ର ରାଷ୍ଟ୍ରାୟତ ହ୍ୟାକ୍‌ର୍‌ମାନେ ଆଖପାଖରେ ଥିବା ଜଟିଳ ଭିତ୍ତିଭୂମି ବ୍ୟବସ୍ଥାରୁ ସୂଚନା ସଂଗ୍ରହ ପାଇଁ ଉଦ୍ୟମ କରୁଛନ୍ତି।

‘ଟିଏଜି-୩୮’ ନାମ‌କ ଉକ୍ତ ହ୍ୟାକିଙ୍ଗ୍‌ ଗ୍ରୁପ୍‌ ‘ସ୍ୟାଡୋ ପ୍ୟାଡ୍‌’ ନାମରେ ‘ସଫ୍ଟୱେର୍‌’ ବ୍ୟବହାର କରୁଛି। କିନ୍ତୁ, ଏହାଦ୍ବାରା କେଉଁମାନେ ପ୍ରଭାବିତ ହୋଇଛନ୍ତି ‘ରେକର୍ଡେଡ୍‌ ଫ୍ୟୁଚର୍‌’ ସ୍ପଷ୍ଟ କରିନାହିଁ। ପୂର୍ବରୁ ଏହି ସଫ୍‌ଟ୍‌ୱେର୍‌ଦ୍ବାରା ଉତ୍ତର କୋରିଆ ଏବଂ ତାଇୱାନ୍‌ରେ ହ୍ୟାକିଙ୍ଗ୍‌ କରାଯାଉଥିଲା।

କିନ୍ତୁ, ଏ ସଂକ୍ରାନ୍ତରେ ପଚାରିଥିବା ସାମ୍ବାଦିକମାନଙ୍କୁ ଚୀନ୍‌ ବୈଦେଶିକ ମନ୍ତ୍ରାଳୟ କୌଣସି ଉତ୍ତର ଦେଇନାହିଁ। ଭାରତୀୟ ସରକାରୀ କର୍ତ୍ତୃପକ୍ଷମାନେ ମଧ୍ୟ ଏ ବିଷୟରେ କିଛି ମନ୍ତବ୍ୟ ଦେଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe