ଚୀନ ଆମ ଧୈର୍ଯ୍ୟର ପରୀକ୍ଷା ନେଉଛି: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର

Advertisment
ଚୀନ ଆମ ଧୈର୍ଯ୍ୟର ପରୀକ୍ଷା ନେଉଛି: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର

oneindia

ନୂଆଦିଲ୍ଲୀ: ଚୀନ୍ ସହିତ ସୀମା ବିବାଦ ଶେଷ ହେବାର ନାଁ ନେଉ ନଥିବା ବେଳେ ଏ ମଧ୍ୟରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶନିବାର ଚୀନ୍‌କୁ ଟାର୍ଗେଟ କରିଛନ୍ତି। ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ହୋଇଥିବା ବିବାଦ ଚିନ୍ତାଜନକ ବୋଲି ସେ କହିଛନ୍ତି। ଏହା ସହ ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ କେତେ ଦିନ ଏମିତି ଚାଲିବ ବୋଲି ପ୍ରଶ୍ନ କରାଯିବା ପରେ ‘ମୁଁ ଏହା ପୂର୍ବାନୁମାନ କରିପାରିବି ନାହିଁ’ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ। ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି’(ଏଫଆଇସିସିଆଇ)ର ୯୩ତମ ସାଧାରଣ ସଭା ଏବଂ ବାର୍ଷିକ ଅଧିବେଶନରେ ବୈଦେଶିକ ମନ୍ତ୍ରୀ ଏଭଳି କହିଛନ୍ତି।

publive-image sambad

ଏଥି ସହିତ ଜୟଶଙ୍କର କହିଛନ୍ତି ଯେ, ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ(ଏଲଏସି)ରେ ଦେଶର ସୁରକ୍ଷା କରିବା ସହ ସେଠାକାର କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଆମର ସେନା ସେଠାରେ ଉପସ୍ଥିତ ଅଛି ।  ଆମ ଧୈର୍ଯ୍ୟର ପରୀକ୍ଷା ନିଆଯାଉଛି। ମୋର ବିଶ୍ବାସ ଆମେ ଏହି ଲଢ଼େଇର ଭଲ ଭାବରେ ମୁକାବିଲା କରିପାରିବୁ। ଅନେକ ବୈଠକ ପରେ ମଧ୍ୟ ଚୀନ ଏଲଏସିରେ ସୈନ୍ୟ ମୁତୟନ କରିଥିଲା, ଯାହା ବିବାଦକୁ ଆହୁରି ବଢ଼ାଇଥିଲା। ଅନେକ ଥର କଥା ଦେଇ ଚୀନ କଥା ଭାଙ୍ଗିଛି। ‌ସୈନ୍ୟ ପ୍ରତ୍ୟାହାର କରିିବାକୁ କହି ସୈନ୍ୟ ଠୁଳ କରିଛି ଚୀନ। ଚୀନର ଏଭଳି ଆଚରଣ ଯୋଗୁ  ଦୀର୍ଘ ୭ ମାସ ହେବ ସୀମ‌ାରେ ଏହି ପରିସ୍ଥିତି ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe