ଚୀନ୍‌ର ଧମକ: ଆମେରିକାର ଏସିଆ ନୀତି ପାଇଁ ଯୁଦ୍ଧ ହୋଇପାରେ

Advertisment

ଚୀନ୍‌ ଆମେରିକା ପାଇଁ ସବୁଠାରୁ ବଡ଼ ବିପଦ: ଏଫ୍‌ବିଆଇ ମୁଖ୍ୟ

ଚୀନ୍‌ ଆମେରିକା ପାଇଁ ସବୁଠାରୁ ବଡ଼ ବିପଦ: ଏଫ୍‌ବିଆଇ ମୁଖ୍ୟ

ଚୀନ୍‌ ଉପରେ ଆମେରିକା କ୍ଷୁବ୍ଧ, ଦ୍ବିତୀୟ ପର୍ଯ୍ୟାୟ ବାଣିଜ୍ୟ ବୁଝାମଣା ଅଟକିଲା

Yajoop

ବେଜିଂ: ଆମେରିକାର ଏସିଆ ନୀତିକୁ ଚୀନ୍‌ ଜୋର୍‌ଦାର ବିରୋଧ କରିଛି। ଆମେରିକାର ଚୀନ୍‌ ବିରୋଧୀ ଏସିଆ ନୀତି ପାଇଁ ସମଗ୍ର ଅଂଚଳରେ ଅସ୍ଥିରତା ଦେଖାଦେଇଛି। ସାଂପ୍ରତିକ ଭୂରାଜନୈତିକ ସ୍ଥିତିରେ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କ ଭୂମିକା ଅତ୍ୟନ୍ତ ବିପଜ୍ଜନକ ବୋଲି ଚୀନ୍‌ ସରକାରୀ ଗଣମାଧ୍ୟମରେ ଅହରହ ପ୍ରଚାର ଚାଲିଛି। ଏଭଳି ପରିସ୍ଥିତିରେ ଏକ ବଡ଼ ଯୁଦ୍ଧ ଘଟିଯାଇପାରେ ବୋଲି ମଧ୍ୟ ଚୀନ୍‌ ଧମକାଇଛି। ଆମେରିକାର ଗୁଇନ୍ଦା ସଂସ୍ଥା ଏଫ୍‌ବିଆଇର ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ଚୀନ୍‌ର ଆମେରିକାର ସବୁଠାରୁ ବଡ଼ ଶତ୍ରୁ ବୋଲି କହିବା ପରେ ଚୀନ୍‌ ଆମେରିକାର ଏସିଆ ନୀତିକୁ କଡ଼ା ସମାଲୋଚନା କରିଛି।

ଏସୀୟ ରାଷ୍ଟ୍ରଗୁଡ଼ିକୁ ଚୀନ୍‌ର ଅତର୍କିତ ଆକ୍ରମଣରୁ ରକ୍ଷା କରିବା ପାଇଁ ଏବେ ଆମେରିକା ସେନା ମୁତୟନ କରିବା ଆରମ୍ଭ କରିଛି। ଏହାକୁ ବିରୋଧ କରି ଚୀନ୍‌ କହିଛି ଯେ ଏସିଆ ମହାଦେଶରେ ଆମେରିକାର ବିପଜ୍ଜନକ ଖେଳକୁ ପ୍ରଶ୍ରୟ ଦିଆଯିବ ନାହିଁ। ଆମେରିକା ବିଶ୍ବର ବୃହତ୍‌ ରାଷ୍ଟ୍ରମାନଙ୍କ ମଧ୍ୟରେ ସଂପର୍କକୁ ଖରାପ କରିଚାଲିଛି ଏବଂ ଏଭଳି ସ୍ଥିତି ଜାରି ରହିଲେ ଆଗକୁ ଏହା ଯୁଦ୍ଧର ରୂପ ନେବ ବୋଲି ଚୀନ୍‌ ସରକାରଙ୍କ ଗୋବ୍ଲାଲ୍‌ ଟାଇମ୍‌ସରେ କୁହାଯାଇଛି। ଆମେରିକା ନିଜର ସହଯୋଗୀ ରାଷ୍ଟ୍ରମାନଙ୍କୁ ଚୀନ୍‌ ବିରୋଧରେ ମତାଇ ଏବେ ଯେଭଳି ବାତାବରଣ ସୃଷ୍ଟି କରିଛି ତାହା ବିଶ୍ବ ଶାନ୍ତି ପାଇଁ ବିପଦ ବୋଲି ଚୀନ୍‌ ଦର୍ଶାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe